ଓଡିଶା

odisha

ETV Bharat / state

ଶିଶୁ ମହୋତ୍ସବ ‘ସରଗିଫୁଲ’ ରେ ପ୍ରତିଭା ଦେଖାଇଲେ ଛାତ୍ରଛାତ୍ରୀ - ଅନୁସୂଚିତ ଜାତି ଜନଜାତି

ଦେବଗଡ଼ ଜିଲ୍ଲା ଅନୁସୂଚିତ ଜାତି ଜନଜାତି ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ସରଗିଫୁଲ’ ଅନୁଷ୍ଠିତ ହୋଇଯାଇଛି । ଅଧିକ ଖବର ପଢନ୍ତୁ...

ଫଟୋ ସୌଜନ୍ୟ- ପ୍ରତିନିଧି, ଦେବଗଡ

By

Published : Nov 20, 2019, 8:33 PM IST

ଦେବଗଡ଼: ଜିଲ୍ଲା ଅନୁସୂଚିତ ଜାତି ଜନଜାତି ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ସରଗିଫୁଲ’ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ ଜିଲ୍ଲାର ମୋଟ ସାତୋଟି ଆଶ୍ରମ ବିଦ୍ୟାଳୟ ଅଧ୍ୟୟନ କରୁଥିବା ଅନୁସୂଚିତ ଜାତି ଜନଜାତି ଓ ପଛୁଆ ବର୍ଗର ଶିଶୁମାନେ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ପ୍ରଦର୍ଶନ କରିଥିଲେ ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଦେବଗଡ

ଏହି ଶିଶୁ ମହୋତ୍ସବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଦେବଗଡ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଭିନସେଣ୍ଟ ପୁନମକାନ୍ତ ଏକ୍କା ଯୋଗ ଦେଇଥିଲେ । ଏହି ମହୋତ୍ସବରେ ଜିଲ୍ଲାର ବାରାକୋଟ ଓ ତିଳେଇବଣି ବ୍ଲକରେ ଥିବା ଅନୁସୂଚିତ ଜାତି ଜନଜାତି ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ମୋଟ ସାତୋଟି ଆଶ୍ରମ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ ।

ଏହି ପରିପ୍ରେକ୍ଷୀରେ ଛୋଟ ଛୋଟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଙ୍ଗୀତ, ନୃତ୍ୟ , ତର୍କ , ବତ୍କୃତା ଓ ସାଧାରଣ ଜ୍ଞାନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବରେ କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।

ଦେବଗଡରୁ ସରୋଜ କୁମାର ଶତପଥୀ, ଇଟିଭି ଭାରତ

ABOUT THE AUTHOR

...view details