ଓଡିଶା

odisha

ETV Bharat / state

ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ଝୁଲିଲା ତାଲା, ଖୋଲା ପଡ଼ିଆରେ ଛାତ୍ରଛାତ୍ରୀ

ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଅନ୍ତର୍ଗତ ଢୋଲପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ସମ୍ମୁଖରେ ଥିବା ଖୋଲା ପଡ଼ିଆରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଏନେଇ ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ଫାଟକରେ ତାଲା । ଅଧିକ ପଢନ୍ତୁ

ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ଝୁଲୁଛି ତାଲା , ଖୋଲା ପଡ଼ିଆରେ ଛାତ୍ରଛାତ୍ରୀ
ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ଝୁଲୁଛି ତାଲା , ଖୋଲା ପଡ଼ିଆରେ ଛାତ୍ରଛାତ୍ରୀ

By

Published : Sep 27, 2022, 11:26 AM IST

ଦେବଗଡ:ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ଫାଟକରେ ତାଲା । ବିଦ୍ୟାଳୟ ସମ୍ମୁଖରେ ଥିବା ଖୋଲା ପଡ଼ିଆରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଅନ୍ତର୍ଗତ ଢୋଲପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ବିଦ୍ୟାଳୟରେ ଅବସ୍ଥାପିତ ଥିବା ସ୍ଥାନୀୟ ଅଞ୍ଚଳର କିଛି ଶିକ୍ଷୟିତ୍ରୀ ଅଧିକାଂଶ ଦିନ ଅନୁପସ୍ଥିତ ରହୁଥିବାରୁ ବିଦ୍ୟାଳୟରେ ଶିକ୍ଷାଦାନ ପ୍ରକ୍ରିୟା ବାଧାପ୍ରାପ୍ତ ଦେଖାଯାଉଛି । ଏନେଇ ଛାତ୍ରଛାତ୍ରୀଙ୍କ ଅଭିଭାବକ ଓ ଗ୍ରାମବାସୀ ବିଦ୍ୟାଳୟରେ ଫାଟକରେ ତାଲା ପକାଇଛନ୍ତି ।

ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ଝୁଲୁଛି ତାଲା , ଖୋଲା ପଡ଼ିଆରେ ଛାତ୍ରଛାତ୍ରୀ

ତେବେ ସୂଚନା ଅନୁଯାୟୀ, ଢୋଲପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ 96 ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ଏଠାରେ ଅବସ୍ଥାପିତ ଥିଲେ 6 ଜଣ ଶିକ୍ଷକ ଶିକ୍ଷୟତ୍ରୀ । ମାତ୍ର ଗତ କିଛିଦିନ ପୂର୍ବରୁ ଏଠାରେ ଅବସ୍ଥାପିତ ଥିବା ଜଣେ ଶିକ୍ଷୟତ୍ରୀ ଅନ୍ୟତ୍ର ବଦଳି ହେବା ଉଦ୍ଦେଶ୍ୟରେ ପ୍ରଧାନ ଶିକ୍ଷକଙ୍କ ନାମରେ ଅଯଥା ମିଥ୍ୟା ଆରୋପ ଲଗାଇ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଧରାଧରି କରି ଅନ୍ୟତ୍ର ବଦଳି ହୋଇ ଯାଇଛନ୍ତି । ଫଳରେ ବିଦ୍ୟାଳୟର ଗାରିମା ନଷ୍ଟ ହେବା ସହିତ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି । ଏନେଇ ଅଭିଭାବକମାନେ ଅଭିଯୋଗ କରିଛନ୍ତି ।

ଅନ୍ୟପକ୍ଷରେ ବିଦ୍ୟାଳୟରେ ଅବସ୍ଥାପିତ ଥିବା ସ୍ଥାନୀୟ ଅଞ୍ଚଳର କିଛି ଶିକ୍ଷୟିତ୍ରୀ ଅଧିକାଂଶ ଦିନ ଅନୁପସ୍ଥିତ ରହୁଛନ୍ତି । ଏନେଇ ବିଦ୍ୟାଳୟରେ ଶିକ୍ଷାଦାନ ପ୍ରକ୍ରିୟା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ତେଣୁ ଏଠାରେ ଅବସ୍ଥାପିତ ଥିବା ସ୍ଥାନୀୟ ଶିକ୍ଷୟତ୍ରୀଙ୍କୁ ତୁରନ୍ତ ବଦଳି କରି ନୂତନ ଶିକ୍ଷକଙ୍କୁ ନିଯୁକ୍ତି ଦେବା ଓ ପ୍ରଧାନ ଶିକ୍ଷକଙ୍କ ନାମରେ ଅଣାଯାଇଥିବା ମିଥ୍ୟା ଆରୋପର ବିଦ୍ଧିବଦ୍ଧ ତଦନ୍ତ କରାଯିବା ଦାବିରେ ଅଭିଭାବକ ଓ ଗ୍ରାମବାସୀ ବିଦ୍ୟାଳୟରେ ଆଜି ତାଲା ପକାଇଛନ୍ତି ।

ସୂଚନା ମୁତାବକ ଦେବଗଡ଼ ଜିଲ୍ଲାରେ ବିଦ୍ୟାଳୟରେ ତାଲା ପଡିବା ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି । ଏଠାରେ ଅବସ୍ଥାପିତ ଥିବା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅପାରଗତା ତଥା ବିଶେଷ କରି ଛାତ୍ରଛାତ୍ରୀଙ୍କ ଅନୁପାତରେ ଆବଶ୍ୟକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆ ଯାଉନାହିଁ । ଏଥିସହିତ ଅନାବଶ୍ୟକ ସ୍ଥଳେ ବାରମ୍ବାର ବଦଳି କରାଯାଉଛି । ଏହି କାରଣରୁ ଜିଲ୍ଲାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଏକପ୍ରକାର ଅସନ୍ତୁଳନ ପରିସ୍ଥିତି ଦେଖାଦେଇଛି । ତେବେ ଏଥିପ୍ରତି ଜିଲ୍ଲା ପ୍ରଶାସନ ବିଶେଷ ଦୃଷ୍ଟି ଦେବାକୁ ଜନସାଧାରଣ ଦାବି କରିଛନ୍ତି ।

ଇଟିଭି ଭାରତ, ଦେବଗଡ଼

ABOUT THE AUTHOR

...view details