ଓଡିଶା

odisha

ETV Bharat / state

ଦେବଗଡ଼ ସିଆରିଆ ବୁଥରେ ସରିଲା ସାନିଭୋଟ - booth

ଦେବଗଡ ସିଆରିଆ ଗ୍ରାମରେ ସରିଲା ସାନି ମତଦାନ । ଇଭିଏମ ତ୍ରୁଟି ଯୋଗୁଁ ଏଠାରେ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ବନ୍ଦ କରାଯାଇଥିଲା। ପରବର୍ତ୍ତୀ ସମୟରେ ଯାଞ୍ଚ ପରେ ରାଜ୍ୟ ନିର୍ବାଚନ କମିଶନ ଏହି ବୁଥରେ ସାନି ମତଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ସମ୍ବଲପୁର

By

Published : May 19, 2019, 8:05 PM IST

ସମ୍ବଲପୁର: ତୃତୀୟ ପର୍ଯ୍ୟାୟ ମତଦାନରେ ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ଆଡସଗ୍ରାମ ସିଆରିଆ ଗ୍ରାମରେ ଭୋଟ ଗ୍ରହଣ ବାତିଲ ହୋଇଥିଲା । ତେଣୁ ରବିବାର ଏଠାରେ ସାନି ମତଦାନ ଅନୁଷ୍ଠିତ ହେଉଛି । ଏପ୍ରିଲ 23 ତାରିଖରେ ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ଏଠାରେ ଭୋଟ ରିଗିଂ ହୋଇଥିବା ଜଣାପଡିଥିଲା । ଏହାପରେ ଭୋଟରଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିଲା । ବୁଥରେ ଉପସ୍ଥିତ ବିଭିନ୍ନ ଦଳର ଏଜେଣ୍ଟ ଓ ଭୋଟରଙ୍କ ଦାବି ପରେ ଦିନ ଦୁଇଟାରୁ ଭୋଟ ଗ୍ରହଣ ବନ୍ଦ ରହିଥିଲା ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ସମ୍ବଲପୁର

ପରେ ରାଜ୍ୟ ନିର୍ବାଚନ କମିଶନ ଏହି ବୁଥ୍ ସାନି ମତଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ସିଆରିଆ ପ୍ରାଥମିକ ବିଦ୍ୟାଳୟର ବୁଥ୍ ନମ୍ବର 183ରେ ମୋଟ 1002 ଭୋଟରଙ୍କ ମଧ୍ୟରୁ 213 ଜଣ ଭୋଟର ନିଜର ଭୋଟ ଦେଇଥିଲେ । ହେଲେ ଏହି ସମସ୍ୟା ଦେଖି କିଛି ଭୋଟର ପ୍ରିଜାଇଡିଂ ଅଫିସରଙ୍କୁ ଅଭିଯୋଗ କରିଥିଲେ ।

ପ୍ରଥମ ଥର ଭିଭିପାଟ ମେସିନ ଖରାପ ହେବା ପରେ ଦାୟିତ୍ବରେ ଥିବା ସେକ୍ଟର ଅଫିସର ଭିଭିପାଟ ମେସିନ ବଦଳାଇ ଥିଲେ । ପରେ ପୁଣି ଭିଭିପାଟ ମେସିନ ଠିକ ଭାବରେ କାର୍ଯ୍ୟ କରୁନଥିବା ଅଭିଯୋଗ ହୋଇଥିଲା । ତେଣୁ ସେକ୍ଟର ଅଫିସର ସବିଶେଷ ଯାଞ୍ଚ ପରେ ଭୋଟ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ଏନେଇ ଅବଗତ କରାଯାଇଥିଲା ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details