ଓଡିଶା

odisha

By

Published : Jul 15, 2020, 7:58 PM IST

ETV Bharat / state

ଠିକାସଂସ୍ଥାର ଦାଦାଗିରି, ଚାଷଜମି ଖୋଳି ନେଇଗଲା ଶହ ଶହ ଟ୍ରିପ ମାଟି

ବାରକୋଟ ବ୍ଲକ ବାହାଡାପଶି ଗାଁର ଏକ ଗରିବ ଚାଷୀ ପରିବାର ରାସ୍ତା ନିର୍ମାଣକାରୀ ଠିକାସଂସ୍ଥାର ଖୁଲମ ଖୁଲା ଦାଦାଗିରିର ଶିକାର ହୋଇଛନ୍ତି । ଜମି ମାଲିକଙ୍କ ବିନା ଅନୁମତିରେ ଚାଷଜମିରୁ ଖୋଳି ନେଇଗଲା ଶହ ଶହ ଟ୍ରିପ ମାଟି । ଅଧିକ ପଢନ୍ତୁ...

ଠିକାସଂସ୍ଥାର ଦାଦାଗିରି , ଚାଷଜମି ଖୋଳି ନେଇଗଲା ଶହଶହ ଟ୍ରିପ ମାଟି
ଠିକାସଂସ୍ଥାର ଦାଦାଗିରି , ଚାଷଜମି ଖୋଳି ନେଇଗଲା ଶହଶହ ଟ୍ରିପ ମାଟି

ଦେବଗଡ: ରାସ୍ତା ନିର୍ମାଣକାରୀ ଠିକାସଂସ୍ଥାର ଖୁଲମ ଖୁଲା ଦାଦାଗିରି । ଜମି ମାଲିକଙ୍କ ବିନା ଅନୁମତିରେ ଚାଷଜମିରୁ ଖୋଳି ନେଇଗଲା ଶହ ଶହ ଟ୍ରିପ ମାଟି । ଜଳାଶୟରେ ପରିଣତ ହୋଇଗଲା ଚାଷଜମି । ସେପଟେ ଚାଷବାସ କରିନପାରି ଆଜକୁ ତିନିବର୍ଷ ହେଲା ନାହିଁନଥିବା ଅସୁବିଧା ଭୋଗୁଛନ୍ତି ବାରକୋଟ ବ୍ଲକ ବାହାଡାପଶି ଗାଁର ଏକ ଗରିବ ଚାଷୀ ପରିବାର ।

ଠିକାସଂସ୍ଥାର ଦାଦାଗିରି , ଚାଷଜମି ଖୋଳି ନେଇଗଲା ଶହଶହ ଟ୍ରିପ ମାଟି

ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ବାହାଡାପଶି ଗାଁ ରେ ବସବାସ କରନ୍ତି ଭାଗିରଥି ବାଘଙ୍କ ପରିବାର । ଗାଁ ନିକଟସ୍ଥ ଗୋଡଭଙ୍ଗା ଠାରେ ଥିବା ନିଜର ଦୁଇ ଏକର ରେକର୍ଡ ଚାଷଜମିରେ ଚାଷ କରି 5ପ୍ରାଣୀ କୁଟୁମ୍ବ ଚଳାଇ ଥାଆନ୍ତି ଭାଗିରଥୀ । ମାତ୍ର ବାହାଡାପଶି ଠାରେ 49 ନମ୍ବର ଜାତୀୟ ରାଜପଥ ପ୍ରଶସ୍ତି କରଣ କାର୍ଯ୍ୟ କରୁଥିବା ଓରିଏଣ୍ଟାଲ ନାମକ ଠିକାସଂସ୍ଥା ର ମନୋମୁଖୀ କାର୍ଯ୍ୟ ଯୋଗୁଁ ନିଜ ଜୀବିକା ହରାଇଛନ୍ତି ଏହି ଗରିବ ଚାଷୀ ପରିବାର । ସମ୍ପୃକ୍ତ ଠିକାସଂସ୍ଥା ଜମି ମାଲିକଙ୍କ ବିନା ଅନୁମତିରେ ଜୋର ଜବରଦସ୍ତି ଭାବେ ଚାଷଜମିକୁ ମେସିନ ସାହାଯ୍ୟରେ ଖୋଳି ସେଠାରୁ ଉଠାଇ ନେଇଛି ଶହ ଶହ ଟ୍ରିପ ମାଟି । ଫଳରେ ଚାଷଜମି ଟି 7/8 ଫୁଟ ପର୍ଯ୍ୟନ୍ତ ଗଭୀର ହୋଇଥିବା ବେଳେ ସେଠାରେ ବର୍ଷାପାଣି ଜମି ଜଳାଶୟରେ ପରିଣତ ହୋଇଛି । ଯାହାକି ଆଉ ଚାଷ ଉପଯୋଗୀ ହୋଇ ରହିନାହିଁ । ତେଣୁ ଚାଷକାର୍ଯ୍ୟ ଉପରେ ନିର୍ଭର କରି ଚଳି ଆସୁଥିବା ଏହି ଗରିବ ପରିବାର ଆଜକୁ ତିନିବର୍ଷ ହେଲା ଜୀବିକା ହରାଇ ନାହିଁନଥିବା ଅସୁବିଧା ଭୋଗୁଛନ୍ତି ।

ଏ ସମ୍ପର୍କରେ ଗରିବ ପ୍ରଜା ଜଣକ ଆଜକୁ ତିନିବର୍ଷ ହେବ ଉପଯୁକ୍ତ କ୍ଷତିପୁରଣ ପାଇଁ ସମ୍ପୃକ୍ତ ଠିକାସଂସ୍ଥା କତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ଦେବଗଡ଼ ଜିଲ୍ଲାପାଳ,ଏସ.ପି. ଓ ରାଜସ୍ବ କମିଶନରଙ୍କ ନିକଟରେ ବାରମ୍ବାର ଲିଖିତ ଅଭିଯୋଗ କରି ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ନ୍ୟାୟ ମିଳି ପାରିନାହିଁ । ସମ୍ପୃକ୍ତ ପ୍ରଭାବଶାଳୀ ଠିକାସଂସ୍ଥା ପ୍ରତି ସ୍ଥାନୀୟ ପ୍ରଶାସନର ରହିଥିବା ଅହେତୁକ ଅନୁକମ୍ପା କାରଣରୁ ଏହି ଗରିବ ପ୍ରଜାଙ୍କ ଗୁହାରି କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି । ଚାଷକାର୍ଯ୍ୟ କରି ନିଜର ପରିବାର ପ୍ରତିପୋଷଣ କରୁଥିବା ଏହି ଗରିବ ପ୍ରଜାଙ୍କ ଗୁହାରି କେହି ନଶୁଣିବାରୁ ସେ ବାଧ୍ୟହୋଇ ରାଜ୍ୟ ମାନବ ଅଧିକାର ଆୟୋଗର ଦ୍ବାରସ୍ଥ ହୋଇଛନ୍ତି ।

ଦେବଗଡରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details