ଓଡିଶା

odisha

ETV Bharat / state

ଯାତାୟତରେ ପ୍ରତିବନ୍ଧକ ସାଜିଛି ନାଳ, ଅସୁବିଧା ଭୋଗୁଛନ୍ତି 4 ପଞ୍ଚାୟତବାସୀ - ଯାତାୟତରେ ପ୍ରତିବନ୍ଧକ ସାଜିଛି ନାଳ

ଯାତାୟତରେ ପ୍ରତିବନ୍ଧକ ସାଜିଛି ପାହାଡିଆ ନାଳ । ନାଳ ପାରି ହୋଇ ପ୍ରତିଦିନ ଯାତାୟତ କରି ଆସୁଛନ୍ତି ଚାରୋଟି ପଞ୍ଚାୟତର ଲୋକେ । ଦେବଗଡ଼ ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇ ପଡିଥିବା ଗମନାଗମନ ବ୍ୟବସ୍ଥାର ଏଭଳି ନଗ୍ନ ଚିତ୍ର ଦେଖିବାକୁ ମିଳିଛି ବାରକୋଟ ବ୍ଲକରେ । ଅଧିକ ପଢନ୍ତୁ...

ଯାତାୟତରେ ପ୍ରତିବନ୍ଧକ ସାଜିଛି ନାଳ, ଅସୁବିଧା ଭୋଗୁଛନ୍ତି 4 ପଞ୍ଚାୟତ ବାସୀ
ଯାତାୟତରେ ପ୍ରତିବନ୍ଧକ ସାଜିଛି ନାଳ, ଅସୁବିଧା ଭୋଗୁଛନ୍ତି 4 ପଞ୍ଚାୟତ ବାସୀ

By

Published : Dec 22, 2020, 11:01 PM IST

ଦେବଗଡ଼: ଯାତାୟତରେ ପ୍ରତିବନ୍ଧକ ସାଜିଛି ପାହାଡିଆ ନାଳ । ନାଳ ପାରି ହୋଇ ପ୍ରତିଦିନ ଯାତାୟତ କରି ଆସୁଛନ୍ତି ଚାରୋଟି ପଞ୍ଚାୟତର ଲୋକେ । ଦେବଗଡ଼ ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇ ପଡିଥିବା ଗମନାଗମନ ବ୍ୟବସ୍ଥାର ଏଭଳି ନଗ୍ନ ଚିତ୍ର ଦେଖିବାକୁ ମିଳିଛି ବାରକୋଟ ବ୍ଲକରେ ।

ଯାତାୟତରେ ପ୍ରତିବନ୍ଧକ ସାଜିଛି ନାଳ, ଅସୁବିଧା ଭୋଗୁଛନ୍ତି 4 ପଞ୍ଚାୟତ ବାସୀ

ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ସଇଡ଼ା ପଞ୍ଚାୟତରୁ କାଳିଆପାଳ ପଞ୍ଚାୟତକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଲାଲାପଶି ଗାଁ ନିକଟରେ ପ୍ରବାହିତ ହେଉଛି ମଙ୍ଗଲବୁଡା ନାଳ । ଏହି ନାଳ ପାରି ହୋଇ ପ୍ରତିଦିନ ବଂପରଡା, କଲା, ସଇଡ଼ା ଓ କାଳିଆପାଳ ପଞ୍ଚାୟତର ଲୋକେ ଯାତାୟତ କରିଥାନ୍ତି । ମୁଖ୍ୟତଃ ନାଳ ସେପଟେ ଥିବା କାଳିଆପାଳ ପଞ୍ଚାୟତର ଆଦ୍ୟପୁର, ଜାଲିସୁଆଁ, ଚାଖୁଣ୍ଡା, ନୁଆଁକେସଲା ଓ ତାଲବାହାଳି ଆଦି ଗାଁର ଲୋକେ ନାଳ ପାରିହୋଇ ସାପ୍ତାହିକ ବଜାର ଓ ମେଡିକାଲ ଆଦି କାମରେ ବଂପରଡା, ସଇଡ଼ା ଓ କଲା ପଞ୍ଚାୟତ ମୁଖ୍ୟାଳୟକୁ ଆସିଥାନ୍ତି ।

ଯାତାୟତରେ ପ୍ରତିବନ୍ଧକ ସାଜିଛି ନାଳ, ଅସୁବିଧା ଭୋଗୁଛନ୍ତି 4 ପଞ୍ଚାୟତ ବାସୀ

ମାତ୍ର ବର୍ଷା ଚାରିମାସ ଏହି ପାହାଡିଆ ନାଳରେ ପ୍ରଳୟଙ୍କରୀ ବନ୍ୟା ଆସିବା ଫଳରେ ଏହି ରାସ୍ତାଟି ସମ୍ପୂର୍ଣ୍ଣ ବିଛିନ୍ନ ହୋଇ ପଡୁଥିବାବେଳେ ଅନ୍ୟ ଦିନରେ ମଧ୍ୟ ଏହି ନାଳରେ ଜଳସ୍ରୋତ ପ୍ରଖର ରହୁଥିବାରୁ ନାଳ ପାରିହୋଇ ଯାତାୟତ କରିବା କଷ୍ଟସାଧ୍ୟ ହୋଇଥାଏ । ଫଳରେ ଲୋକେ ଯାତାୟତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ଦେଉଛନ୍ତି ।

ଯାତାୟତରେ ପ୍ରତିବନ୍ଧକ ସାଜିଛି ନାଳ, ଅସୁବିଧା ଭୋଗୁଛନ୍ତି 4 ପଞ୍ଚାୟତ ବାସୀ

ଏହି ନାଳ ଉପରେ ପୋଲଟିଏ ନିର୍ମାଣ ପାଇଁ ଅଞ୍ଚଳବାସୀ ଆଜକୁ ଦୀର୍ଘବର୍ଷ ହେଲା ପ୍ରଶାସନ ନିକଟରେ ବାରମ୍ବାର ଦାବି ଜଣାଇ ଆସୁଛନ୍ତି । ହେଲେ ଏଯାଏଁ ସମସ୍ୟାର ସମାଧାନ ହୋଇପାରିନାହିଁ । ସବୁଠାରୁ ବିଡ଼ମ୍ବନାର ବିଷୟ ହେଲା ଗତ 2017 ମସିହାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସଇଡ଼ାଠାରୁ କାଳିଆପାଳ ପର୍ଯ୍ୟନ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ କରାଯାଇଥିଲା । ମାତ୍ର ଏହି ରାସ୍ତାରେ ପଡୁଥିବା ମଙ୍ଗଲବୁଡା ନାଳ ଉପରେ ପୋଲଟିଏ ନିର୍ମାଣ ହୋଇପାରିଲା ନାହିଁ ।

ଫଳରେ ରାସ୍ତା ନିର୍ମାଣରେ କୋଟିକୋଟି ଟଙ୍କା ବ୍ୟୟ ହୋଇ ସୁଦ୍ଧା ଲୋକଙ୍କ ସମସ୍ୟା ଯଥା ପୂର୍ବମ ତଥା ପରମ ଅବସ୍ଥାରେ ରହିଗଲା । ଲୋକଙ୍କ ଯାତାୟତରେ ପ୍ରତିବନ୍ଧକ ସାଜିଥିବା ମଙ୍ଗଲବୁଡା ନାଳ ଉପରେ ପୋଲଟିଏ ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କୁ ଆଉ କେତେବର୍ଷ ଅପୋକ୍ଷା କରିବାକୁ ପଡିବ ତାହା ଦେଖିବାକୁ ବାକି ରହିଲା ।



ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details