ଓଡିଶା

odisha

ETV Bharat / state

ନିର୍ମାଣକାରୀ ସଂସ୍ଥାର ମନମୁଖୀ କାର୍ଯ୍ୟ, ଅସନ୍ତୁଷ୍ଟ ସାଧାରଣ ଲୋକେ

ନିର୍ମାଣକାରୀ ସଂସ୍ଥାର ମନମୁଖୀ କାର୍ଯ୍ୟ ଯୋଗୁଁ ବାରକୋଟ ସ୍ଥିତ 23 ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ । ଏହାର ସ୍ଥାୟୀ ସମାଧାନ ପାଇଁ ଦାବି । ଅଧିକ ପଢନ୍ତୁ

ନିର୍ମାଣକାରୀ ସଂସ୍ଥାର ମନମୁଖୀ କାର୍ଯ୍ୟ
ନିର୍ମାଣକାରୀ ସଂସ୍ଥାର ମନମୁଖୀ କାର୍ଯ୍ୟ

By ETV Bharat Odisha Team

Published : Sep 28, 2023, 8:26 AM IST

Updated : Sep 28, 2023, 12:38 PM IST

ନିର୍ମାଣକାରୀ ସଂସ୍ଥାର ମନମୁଖୀ କାର୍ଯ୍ୟ

ଦେବଗଡ:କୋଟିକୋଟି ଟଙ୍କା ବ୍ୟୟରେ ବାରକୋଟଠାରୁ ରାଉରକେଲା ପର୍ଯ୍ୟନ୍ତ ଚାଲିଛି ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ । ହେଲେ ନିର୍ମାଣକାରୀ ସଂସ୍ଥାର ଦାୟିତ୍ୱହୀନତା ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ କାରଣରୁ ଏହାର ଦୁର୍ଦ୍ଦଶା ଭୋଗୁଛନ୍ତି ସ୍ଥାନୀୟ ଲୋକେ । ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଥିବା ବେଳେ ଏହି ରାସ୍ତା ଦେଇ ଯାତାୟତ କରିବା ନର୍କ ଯନ୍ତ୍ରଣା ସଦୃଶ ହୋଇଛି ।

ବିଶେଷକରି ବାରକୋଟଠାରୁ ଖୁଲୁଣ୍ଡିକୁଦର ପର୍ଯ୍ୟନ୍ତ ପ୍ରାୟ 20 କିଲୋମିଟର ରାସ୍ତା ଆଉ ଯାତାୟତ ଉପଯୋଗୀ ହୋଇ ରହିନାହିଁ । ନିର୍ମାଣକାରୀ ସଂସ୍ଥା ରାସ୍ତାର ଗୋଟିଏ ପାର୍ଶ୍ବରେ ନିର୍ମାଣ କାର୍ଯ୍ୟ ଜାରି ରଖିଥିବା ବେଳେ, ଅନ୍ୟ ପାର୍ଶ୍ଵଟି ଖୋଳି ଦେଇଛି । ଫଳରେ ରାସ୍ତାରେ ବଡ଼ବଡ଼ ଖାଲଖମା ସୃଷ୍ଟି ହୋଇ ଯାତାୟତ କରିବା କଷ୍ଟଦାୟକ ହୋଇ ପଡ଼ିଛି । ସେହିପରି ବର୍ଷା ସମୟରେ ରାସ୍ତା ଉପରେ 3/4 ଫୁଟ ବର୍ଷାଜଳ ଓ କାଦୁଅ ଜମି ରହୁଛି । ଅନ୍ୟପଟେ ଏହି ରାସ୍ତାରେ ନିର୍ମାଣ ହେଉଥିବା ବ୍ରିଜଗୁଡିକରେ ଯାତାୟତ ପାଇଁ ଅସ୍ଥାୟୀ ଡାଇଭର୍ସନ ରାସ୍ତା କରାଯାଇଛି, ହେଲେ ନାମକୁ ମାତ୍ର । ସେଥିରେ ମାଟି ଓ କାଦୁଅ ଜମିଯାଇ ଯାତାୟତ କରିବା ସମ୍ଭବ ହେଉନାହିଁ । ଫଳରେ ବର୍ଷା ସମୟରେ ଏହି ରାସ୍ତା ଉପରେ ଶହଶହ ଯାନବାହନ ଅଟକି ରହି ଟ୍ରାଫିକ ସମସ୍ୟା ଦେଖାଦେଇଛି ।

ଏହା ମଧ୍ୟ ପଢନ୍ତୁ- ମୌଳିକ ସବୁଧାରୁ ବଞ୍ଚିତ ଅବଦୁଲାପୁର ଗ୍ରାମବାସୀ, ଗାଁକୁ ନାହିଁ ପକ୍କା ରାସ୍ତା

ସେହିପରି ଖରା ହେଲେ ରାସ୍ତାରେ ପ୍ରବଳ ମାତ୍ରାରେ ଧୂଳି ଉଡୁଥିବାରୁ କୁହୁଡ଼ିର ଭ୍ରମ ସୃଷ୍ଟି କରୁଛି । ଧୂଳି ଯୋଗୁଁ ଆଗକୁ ରାସ୍ତା ଦେଖା ଯାଉନଥିବାରୁ ଏହି ରାସ୍ତାରେ ନିୟମିତ ଦୁର୍ଘଟଣା ମାନ ଘଟୁଛି । ରାସ୍ତା କଡରେ ଥିବା ଗ୍ରାମର ଗ୍ରାମବାସୀ ଧୂଳି ଧୂଆଁ ଯୋଗୁଁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସାଧାରଣ ଲୋକଙ୍କ ପକ୍ଷରେ ଏହି ରାସ୍ତାରେ ଯାତାୟତ କରିବା ଆଉ ସମ୍ଭବ ହେଉନାହିଁ । ନିର୍ମାଣକାରୀ ସଂସ୍ଥା ଡାଇଭରସନ ରାସ୍ତା ଗୁଡିକରେ ମେଟାଲ ପରିବର୍ତ୍ତେ କେବଳ କିଛି ମାଟି ପକାଇ କାମ ଚଳାଇ ଦେଉଥିବାରୁ ରାସ୍ତା ଉପରେ ଖାଲଖମା ସୃଷ୍ଟି ହୋଇ ବର୍ଷାଜଳ ଓ କାଦୁଅ ଜମି ରହୁଛି ।

ଏଥିସହ ସମ୍ପୃକ୍ତ ସଂସ୍ଥା ରାସ୍ତାରେ ନିୟମିତ ପାଣି ପକାଉ ନ ଥିବାରୁ ରାସ୍ତାରେ ପ୍ରବଳ ମାତ୍ରାରେ ଧୂଳି ଉଡୁଥିବା ଦେଖାଯାଇଛି । ତେବେ ଏ ସମ୍ପର୍କରେ ସ୍ଥାନୀୟ ଲୋକେ ବାରମ୍ବାର ସମ୍ପୃକ୍ତ ନିର୍ମାଣକାରୀ ସଂସ୍ଥା ଓ ରାଜପଥ ବିଭାଗୀୟ କତ୍ତୃପକ୍ଷଙ୍କୁ ଜଣାଇ ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ । ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ନଦେଲେ ଆଗାମୀ ଦିନରେ ବ୍ୟାପକ ଜନ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକେ ।


ଇଟିଭି ଭାରତ, ଦେବଗଡ

Last Updated : Sep 28, 2023, 12:38 PM IST

ABOUT THE AUTHOR

...view details