ଓଡିଶା

odisha

ETV Bharat / state

ଜରାଜୀର୍ଣ୍ଣ ଅବସ୍ଥାରେ ଦେବଗଡ଼ର ନବନିର୍ମିତ ପଥପ୍ରାନ୍ତ ସୁବିଧା କେନ୍ଦ୍ର - ପଥପ୍ରାନ୍ତ ସୁବିଧା କେନ୍ଦ୍ର

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଦେଇ ଅତିକ୍ରମ କରିଥିବା 53 ନମ୍ବର ଜାତୀୟ ରାଜପଥ ତେଲିମୁଣ୍ଡା ଠାରେ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ଗତ 2018 ମସିହାରେ ନିର୍ମାଣ କରାଯାଇଥିଲା ଏକ ପଥପ୍ରାନ୍ତ ସୁବିଧା କେନ୍ଦ୍ର । ଏଥିରେ ବ୍ୟୟ ହୋଇଥିଲା ପାଖାପାଖି କୋଟିଏ ଟଙ୍କା ।

ଜରାଜୀର୍ଣ୍ଣ ଅବସ୍ଥାରେ ଦେବଗଡ଼ର ନବନିର୍ମିତ ପଥପ୍ରାନ୍ତ ସୁବିଧା କେନ୍ଦ୍ର
ଜରାଜୀର୍ଣ୍ଣ ଅବସ୍ଥାରେ ଦେବଗଡ଼ର ନବନିର୍ମିତ ପଥପ୍ରାନ୍ତ ସୁବିଧା କେନ୍ଦ୍ର

By

Published : Aug 1, 2020, 8:31 PM IST

Updated : Aug 1, 2020, 10:15 PM IST

ଦେବଗଡ଼: ଯାତ୍ରୀଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବା ଲକ୍ଷରେ ରିଆମାଳ ବ୍ଲକ 53 ନମ୍ବର ଜାତୀୟ ରାଜପଥ କଡ଼ରେ ସରକାର ନିର୍ମାଣ କରିଥିଲେ ପଥପ୍ରାନ୍ତ ସୁବିଧା କେନ୍ଦ୍ର । ଏଥିରେ ବ୍ୟୟ ହୋଇଥିଲା ପାଖାପାଖି କୋଟିଏ ଟଙ୍କା । ମାତ୍ର ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ସଲାସୁତୁରାରେ ନିର୍ମାଣ ହୋଇଥିବା ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ର ଅବସ୍ଥା ଦୁଇ ବର୍ଷ ନ ପୁରୁଣୁ ଅତ୍ୟନ୍ତ ଦୟନୀୟ ହୋଇ ପଡିଛି ।

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଦେଇ ଅତିକ୍ରମ କରିଥିବା 53 ନମ୍ବର ଜାତୀୟ ରାଜପଥ ତେଲିମୁଣ୍ଡା ଠାରେ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ଗତ 2018 ମସିହାରେ ନିର୍ମାଣ କରାଯାଇଥିଲା ଏକ ପଥପ୍ରାନ୍ତ ସୁବିଧା କେନ୍ଦ୍ର । ଏଥିରେ ବ୍ୟୟ ହୋଇଥିଲା ପାଖାପାଖି କୋଟିଏ ଟଙ୍କା । ଏହାକୁ ନିର୍ମାଣ କରିଥିଲେ ଜଣେ ସ୍ଥାନୀୟ ଠିକାଦାର । ଗତ 2018 ମସିହା ଜୁଲାଇ ମାସ 31 ତାରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଏହା ଲୋକାର୍ପିତ ହୋଇଥିଲା । ଜାତୀୟ ରାଜପଥରେ ଯାତାୟତ କରୁଥିବା ଯାତ୍ରୀଙ୍କୁ ଶୌଚାଳୟ, ପିଇବା ପାଣି, ପାର୍କିଂ ଓ ଜଳପାନ ଆଦି ସୁବିଧା ଯୋଗାଇଦେବା ଲକ୍ଷରେ ନିର୍ମାଣ କରାଯାଇଥିଲା ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ର । ମାତ୍ର ପରିତାପର ବିଷୟ ଯେ, ଦୁଇ ବର୍ଷ ନପୁରୁଣୁ ଏହି ନବ ନିର୍ମିତ ପଥପ୍ରାନ୍ତ ସୁବିଧା କେନ୍ଦ୍ର ଅବସ୍ଥା ବର୍ତ୍ତମାନ ଅତ୍ୟନ୍ତ ଶୋଚନୀୟ ହୋଇପଡିଛି ।

ଜରାଜୀର୍ଣ୍ଣ ଅବସ୍ଥାରେ ଦେବଗଡ଼ର ନବନିର୍ମିତ ପଥପ୍ରାନ୍ତ ସୁବିଧା କେନ୍ଦ୍ର

କୋଠା ଛାତ୍ରର ଅଧିକାଂଶ ସ୍ଥାନରେ ଫାଟ ସୃଷ୍ଟି ହେବା ସହିତ ସାମାନ୍ୟ ବର୍ଷା ହେଲେ ଛାତରୁ ପାଣି ଗଳୁଥିବା ଦେଖାଯାଇଛି । ଏଥିରେ ନିୟୋଜିତ ଥିବା ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ଏଷ୍ଟିମେଟ ଅନୁଯାୟୀ କାର୍ଯ୍ୟ ନ କରି ଅତ୍ୟନ୍ତ ନିମ୍ନମାନର ନିର୍ମାଣ କାର୍ଯ୍ୟ କରାଇ ଥିବାରୁ ନବ ନିର୍ମିତ ଛାତରେ ଫାଟ ସୃଷ୍ଟି ହୋଇ ଥିବା ଅଭିଯୋଗ ହେଉଛି । କେବଳ ସେତିକି ନୁହେଁ, ଏହି ନବନିର୍ମିତ କୋଠାରେ ଅତି ନିମ୍ନ ମାନର ଗୃହ ଓ ବିଦ୍ୟୁତ ଉପକରଣ ଲାଗିଥିବା ମଧ୍ୟ ଅଭିଯୋଗ ହେଉଛି । ଯାହାକି ଏଠାରେ ବିଶ୍ରାମ ନେବାକୁ ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀଙ୍କୁ ବ୍ୟଥିତ କରିବା ସହିତ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ କୋଠାର ମାନ ଓ ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଏହି ନବନିର୍ମିତ କୋଠାର ମାନ ଓ ସ୍ଥାୟୀତ୍ୱ ପରୀକ୍ଷଣ କରି ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ଜନସାଧାରଣ ଦାବି କରିଛନ୍ତି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

Last Updated : Aug 1, 2020, 10:15 PM IST

ABOUT THE AUTHOR

...view details