ଓଡିଶା

odisha

ETV Bharat / state

ମୁଣ୍ଡ ଉପରୁ ଛାତ ଛଡାଇଲା ପ୍ରକୃତି, ସହାୟତା ନାଁରେ ମୁହଁ ବୁଲାଇଲା ପ୍ରଶାସନ - ଦେବଗଡରେ ଅସହାୟରେ ସୁରେନ୍ଦ୍ର ପ୍ରଧାନ

ଦେବଗଡ଼ ଜିଲା ରିଆମାଳ ବ୍ଲକ ଖିଲେଇ ଗାଁରେ ରୁହନ୍ତି ସୁରେନ୍ଦ୍ର ପ୍ରଧାନ । ସ୍ତ୍ରୀ, 3 ପୁଅ ଓ ଗୋଟିଏ ଝିଅକୁ ନେଇ ସୁରେନ୍ଦ୍ରଙ୍କ ପରିବାର । ମୂଲ ମଜୁରୀ କରି ସେ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ହେଲେ ପ୍ରକୃତିର କରାଳ ରୂପରେ ନିଜ ମୁଣ୍ଡ ଉପରୁ ଛାତ ହରାଇବା ପରେ ଏବେ ଅସହାୟ ସୁରେନ୍ଦ୍ର । ତେଣେ ଦାୟିତ୍ବ ନେବାକୁ ଅମଙ୍ଗ ପ୍ରଶାସନ । ଅଧିକ ପଢନ୍ତୁ...

deogarh latest news, district administrations silence in deogarh, helpless and homeless surendra pradhan in deogarh, reality check of government schemes, ଦେବଗଡ ଲାଟେଷ୍ଟ ନ୍ୟୁଜ୍‌, ଦେବଗଡରେ ପ୍ରଶାସନର ନୀରବତା, ଦେବଗଡରେ ଅସହାୟରେ ସୁରେନ୍ଦ୍ର ପ୍ରଧାନ, ସରକାରୀ ଯୋଜନାର ବାସ୍ତବତା
ମୁଣ୍ଡ ଉପରୁ ଛାତ ଛଡାଇଲା ପ୍ରକୃତି, ସହାୟତା ନାଁରେ ମୁହଁ ବୁଲାଇଲା ପ୍ରଶାସନ

By

Published : Apr 12, 2020, 7:47 PM IST

ଦେବଗଡ: ଗରିବ ଓ ବାସହୀନ ଲୋକଙ୍କୁ ସ୍ଥାୟୀ ବାସଗୃହ ଯୋଗାଇ ଦେବା ଲକ୍ଷ୍ୟରେ ସରକାର କରିଛନ୍ତି କେତେ କ’ଣ ଯୋଜନା । ହେଲେ ଏ ସମସ୍ତ ଯୋଜନା ଯେପରି ଅପହଞ୍ଚ ହୋଇ ପଡିଛି ଦେବଗଡ଼ ଜିଲ୍ଲା ଖିଲେଇ ଗାଁରେ ବସବାସ କରୁଥିବା ସୁରେନ୍ଦ୍ରଙ୍କ ଭଳି ଯୋଗ୍ୟ ହିତାଧିକାରୀଙ୍କ ପାଖରେ ।

ମୁଣ୍ଡ ଉପରୁ ଛାତ ଛଡାଇଲା ପ୍ରକୃତି, ସହାୟତା ନାଁରେ ମୁହଁ ବୁଲାଇଲା ପ୍ରଶାସନ

ଦେବଗଡ଼ ଜିଲା ରିଆମାଳ ବ୍ଲକ ଖିଲେଇ ଗାଁରେ ରୁହନ୍ତି ସୁରେନ୍ଦ୍ର ପ୍ରଧାନ । ସ୍ତ୍ରୀ, 3 ପୁଅ ଓ ଗୋଟିଏ ଝିଅକୁ ନେଇ ସୁରେନ୍ଦ୍ରଙ୍କ ପରିବାର । ମୂଲ ମଜୁରୀ କରି ସେ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ରହିବାକୁ ତାଙ୍କ ପାଖରେ ନାହିଁ ଖଣ୍ଡିଏ ସ୍ଥାୟୀ ବାସଗୃହ । ଗାଁ ମୁଣ୍ଡରେ ଏକ ଝାଟିମାଟି ଚାଳ ଛପର ଘରେ ଅତି ଦୟନୀୟ ଅବସ୍ଥାରେ ପାଞ୍ଚ ପ୍ରାଣୀ କୁଟୁମ୍ବକୁ ନେଇ ଆଜିକୁ ଅନେକ ବର୍ଷ ହେବ ବସବାସ କରି ଆସୁଛନ୍ତି ସୁରେନ୍ଦ୍ର ।

ତେବେ ଗତ କିଛି ଦିନ ପୂର୍ବରୁ ଏ ଅଞ୍ଚଳରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ଘରର ଛପର ଉଡିଯାଇଥିଲା । ତେଣୁ ଘର ଖଣ୍ଡିକୁ ସଜାଡ଼ିବାକୁ ଅସମର୍ଥ ଥିବା ସୁରେନ୍ଦ୍ର ଅନ୍ୟ କୌଣସି ଉପାୟ ନପାଇ ଘର ଉପରେ ଦଦରା ପଲିଥିନ ଖଣ୍ଡିଏ ଟାଣି ରହି ଆସୁଛନ୍ତି । ଘରର ଛପର ନଥିବାରୁ ଅସୁରକ୍ଷିତ ଓ ଅସ୍ବାସ୍ଥ୍ୟକର କୁଡ଼ିଆରେ ଖୋଲା ଆକାଶ ତଳେ ପିଲାଛୁଆଙ୍କୁ ନେଇ ଏହି ପରିବାର ରହିବାକୁ ବାଧ୍ୟ ହେଉଥିବା ବେଳେ ଖରା, ବର୍ଷା ଓ ଶୀତ କାକର ସମସ୍ତଙ୍କ ରାଜୁତି ରହିଛି ଏଠାରେ । ସରକାରୀ ଯୋଜନାରୁ ସ୍ଥାୟୀ ବାସଗୃହ ଖଣ୍ଡିଏ ପାଇବା ପାଇଁ ଆଜିକୁ ଦୀର୍ଘ ପାଞ୍ଚ ବର୍ଷ ହେଲା ଖିଲେଇ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ, ସମସ୍ତଙ୍କୁ ଗୁହାରି କରି ଆସୁଛନ୍ତି ସେ। ହେଲେ ମିଳିପାରୁନି କୌଣସି ସୁଫଳ ।

ସରକାରୀ ବାସଗୃହ ତ ଦୂରର କଥା, ଏପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟାଳୟରୁ ଦଦରା ଛାତ ଉପରେ ଟାଣିବା ପାଇଁ ପଲିଥିନ ଖଣ୍ଡିଏ ମଧ୍ୟ ମିଳିନଥିବା ପ୍ରକାଶ କରିଛନ୍ତି ସୁରେନ୍ଦ୍ର । ସେପଟେ ଗରିବ ବାସହୀନ ଲୋକଙ୍କୁ ପକ୍କା ବାସଗୃହ ଯୋଗାଇ ଦେବା ପାଇଁ ସରକାର ଇନ୍ଦିରା ଆବାସଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆବାସ ପର୍ଯ୍ୟନ୍ତ କେତେ କ’ଣ ଯୋଜନା କାର୍ଯ୍ୟକାରୀ କରି ଆସୁଛନ୍ତି । ତେବେ ଦେବଗଡ଼ ଜିଲ୍ଲାରେ ସରକାରଙ୍କ ଏ ସମସ୍ତ ଯୋଜନା କିଭଳି ସଫଳ ରୂପାୟନ ହେଉଛି, ତାହା ଖିଲେଇ ଗାଁର ସୁରେନ୍ଦ୍ରଙ୍କ ଭଳି ଯୋଗ୍ୟ ହିତାଧିକାରୀଙ୍କ ଅବସ୍ଥା ଦେଖିଲେ ସ୍ପଷ୍ଟ ଅନୁମେୟ ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details