ଓଡିଶା

odisha

ETV Bharat / state

ପୁଅ ବାହାଘର କରି ଗଣିଲେ ଲକ୍ଷେ ଟଙ୍କା ଫାଇନ

ବିବାହ ଭୋଜିରେ କୋଭିଡ ନିୟମ ଉଲଙ୍ଘନ କରିବା ଅଭିଯୋଗରେ ବର ପିତାଙ୍କ ପାଖରୁ ଲକ୍ଷେ ଟଙ୍କା ଫାଇନ ଆଦାୟ କରାଯାଇଛି । ଅଧିକ ପଢନ୍ତୁ:

ପୁଅ ବାହାଘର କରି ଗଣିଲେ ଲକ୍ଷେ ଟଙ୍କା ଫାଇନ, ଜାଣନ୍ତୁ କାରଣ
ପୁଅ ବାହାଘର କରି ଗଣିଲେ ଲକ୍ଷେ ଟଙ୍କା ଫାଇନ, ଜାଣନ୍ତୁ କାରଣ

By

Published : Oct 31, 2020, 10:06 PM IST

ଦେବଗଡ଼: ବିବାହ ଭୋଜିରେ କୋଭିଡ ନିୟମ ଉଲଙ୍ଘନ କରିବା ଅଭିଯୋଗରେ ବର ପିତାଙ୍କ ନିକଟରୁ ଏକ ଲକ୍ଷ ଟଙ୍କା ଫାଇନ ଆଦାୟ କରାଯାଇଛି । ଯାହାକି ରାଜ୍ୟରେ ପ୍ରଥମ ଘଟଣା ବୋଲି ଜଣାଯାଇଛି ।

ସୂଚନା ଅନୁଯାୟୀ, ଦେବଗଡ଼ ଥାନା ଅନ୍ତର୍ଗତ କମଳା ବଗିଚା ଗ୍ରାମରେ କୁଲାନ ଟପ୍ପୋଙ୍କ ପୁଅ ଅମିତ ଟପ୍ପୋଙ୍କ ବାହାଘର ରାଉରକେଲାରେ ହୋଇଥିଲା । ଆଜି ମଧ୍ୟାନ୍ନରେ କୋଭିଡ ନିୟମ ଉଲଂଘନ କରି ବିବାହ ଭୋଜି ଆୟୋଜନ କରାଯାଇଥିଲା । ଏହି ଭୋଜିରେ 500ରୁ ଊର୍ଦ୍ଧ୍ବ ଲୋକ ସାମିଲ ହୋଇଥିଲେ । ତେବେ ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ଦେବଗଡ଼ ତହସିଲଦାର ପଲ୍ଲବୀ ନାୟକ, ଦେବଗଡ଼ ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର, ସବ ଇନିସ୍ପେକ୍ଟର ପ୍ରଦୀପ ରଞ୍ଜନ ପାତ୍ର ଓ ବୁଧୁରାଏ ମାଝୀ ପ୍ରମୁଖ ଘଟଣା ସ୍ଥଳକୁ ପହଞ୍ଚି ବର ପିତା କୁଲାନ ଟପ୍ପୋଙ୍କୁ କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ ଏକଲକ୍ଷ ଟଙ୍କା ଫାଇନ କରିଥିଲେ ।

ଟପ୍ପୋ ଘଟଣାସ୍ଥଳରେ ଏକଲକ୍ଷ ଟଙ୍କା ଫାଇନ ଦାଖଲ କରି ଦେଇଥିଲେ । ଫଳରେ ଏ ନେଇ କୌଣସି ମାମଲା ରୁଜୁ ହୋଇନଥିବା ଜଣାଯାଇଛି । କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ ଏକଲକ୍ଷ ଟଙ୍କା ଫାଇନ କରାଯିବା ଘଟଣା ସମଗ୍ର ଜିଲ୍ଲା ସମେତ ସାରା ରାଜ୍ୟରେ ପ୍ରଥମ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details