ଦେବଗଡ:ଜିଲ୍ଲା ପୋଲିସ ସ୍ପେଶାଲ ସ୍ବାର୍ଡକୁ ମିଳିଛି ଏକ ସଫଳତା । ହନୁମାନ ପଇସା କାରବାରରେ ସମ୍ପୃକ୍ତ ନେଇ ୨ ଅଭିଯୁକ୍ତଙ୍କୁ ଗ୍ରାହକ ବେଶରେ ଆସି କାବୁ କରିଛି ପୋଲିସ । ସେମାନଙ୍କ ନିକଟରୁ ଗୋଟିଏ ହନୁମାନ ପଇସା ଜବତ କରିଛି ।
ରିଆମାଳ ଥାନା ଅନ୍ତର୍ଗତ ସମ୍ବଲପୁର ଦେବଗଡ଼ ସୀମାନ୍ତ ଗାଁର କେତେକ ବ୍ୟକ୍ତି ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅଞ୍ଚଳର ହନୁମାନ ପଇସା ବିକ୍ରି ପାଇଁ ଉଦ୍ୟମ କରୁଥିବା ସମ୍ପର୍କରେ ସୂଚନା ପାଇଥିଲା । ପରେ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ବରେ ଜିଲ୍ଲା ପୋଲିସର ଏକ ସ୍ପେଶାଲ ସ୍ବାର୍ଡ ଗ୍ରାହକ ବେଶରେ ସେହି ବେପାରୀଙ୍କ ସହ ଡିଲ ପାଇଁ ପହଞ୍ଚିଥିଲା ।