ଓଡିଶା

odisha

ETV Bharat / state

ଦେବଗଡ଼ ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ, ଚିନ୍ତାରେ ଚାଷୀ - Debgarh news

ଚଳିତ ବର୍ଷ ଜୁନ ମାସରେ ମୌସୁମୀ ଆଗମନ ଓ ସ୍ବାଭାବିକ ବୃଷ୍ଟିପାତକୁ ଲକ୍ଷ୍ୟ କରି ଜିଲ୍ଲାର ଚାଷୀକୁଳ ଉତ୍ସାହର ସହିତ ଆଗୁଆ ଚାଷକାର୍ଯ୍ୟ ଆରମ୍ଭ କରିଥିଲେ । ମାତ୍ର ଜୁଲାଇ ମାସରେ ଜିଲ୍ଲାରେ ଆଶାନୁରୂପ ବୃଷ୍ଟିପାତ ନହେବା ଦେବଗଡର ଚାଷୀକୁଳଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଅଧିକ ପଢନ୍ତୁ...

ଦେବଗଡ଼ ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ, ଚିନ୍ତାରେ ଚାଷୀ
ଦେବଗଡ଼ ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ, ଚିନ୍ତାରେ ଚାଷୀ

By

Published : Jul 19, 2020, 8:37 PM IST

ଦେବଗଡ: ଚଳିତ ବର୍ଷ ଜୁନ ମାସରେ ମୌସୁମୀ ଆଗମନ ଓ ସ୍ବାଭାବିକ ବୃଷ୍ଟିପାତକୁ ଲକ୍ଷ୍ୟ କରି ଜିଲ୍ଲାର ଚାଷୀକୁଳ ଉତ୍ସାହର ସହିତ ଆଗୁଆ ଚାଷକାର୍ଯ୍ୟ ଆରମ୍ଭ କରିଥିଲେ । ମାତ୍ର ଜୁଲାଇ ମାସରେ ଜିଲ୍ଲାରେ ଆଶାନୁରୂପ ବୃଷ୍ଟିପାତ ନହେବା ଚାଷୀକୁଳଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।

ଦେବଗଡ଼ ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ, ଚିନ୍ତାରେ ଚାଷୀ
ଦେବଗଡ଼ ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ, ଚିନ୍ତାରେ ଚାଷୀ
ଦେବଗଡ଼ ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ, ଚିନ୍ତାରେ ଚାଷୀ

କୃଷି ପ୍ରଧାନ ଦେବଗଡ଼ ଜିଲ୍ଲାରେ 80% ପ୍ରତିଶତ ଚାଷୀ ମୁଖ୍ୟତଃ ଧାନଚାଷ କରିଥାନ୍ତି । ଜିଲ୍ଲାରେ ଆଶାନୁରୂପ ଜଳସେଚନ ବ୍ୟବସ୍ଥା ନ ଥିବାରୁ ଅଧିକାଂଶ ଚାଷୀ ବର୍ଷାଜଳ ଉପରେ ନିର୍ଭର କରି ଚାଷକାର୍ଯ୍ୟ କରିଥାନ୍ତି । ସେ ଦୃଷ୍ଟିରୁ ଚଳିତ ବର୍ଷର ଜୁନ ମାସରେ ମୌସୁମୀ ବର୍ଷା ଆଗମନ ଓ ସ୍ବାଭାବିକ ବୃଷ୍ଟିପାତକୁ ଲକ୍ଷ୍ୟକରି ଜିଲ୍ଲା ଚାଷୀମାନେ ଆଗୁଆ ଚାଷକାର୍ଯ୍ୟ ଆରମ୍ଭ କରିଥିଲେ । ମାତ୍ର ଚଳିତ ଜୁଲାଇ ମାସରେ ଜିଲ୍ଲାରେ ବୃଷ୍ଟିପାତ ହାର ହ୍ରାସ ପାଇଥିବା ଓ ଆକାଶରୁ ମେଘ ଗାଏବ ହୋଇଯିବା ଚାଷୀକୁଳଙ୍କୁ ଚିନ୍ତାରେ ପକାଇ ଦେଇଛି । ଆଗାମୀ ସାତଦିନ ମଧ୍ୟରେ ଆଶାନୁରୂପ ବର୍ଷା ନହେଲେ ଜିଲ୍ଲାରେ ଚାଷକାର୍ଯ୍ୟ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି ।

ଦେବଗଡ଼ ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ, ଚିନ୍ତାରେ ଚାଷୀ
ଦେବଗଡ଼ ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ, ଚିନ୍ତାରେ ଚାଷୀ
ଦେବଗଡ଼ ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ, ଚିନ୍ତାରେ ଚାଷୀ

ଜିଲ୍ଲା କୃଷି ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାରେ 33,500 ହେକ୍ଟର ପରିମିତ ଚାଷଜମିରେ ଧାନଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ, ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା 20,415 ହେକ୍ଟର ଜମିରେ ଚାଷକାର୍ଯ୍ୟ ଆରମ୍ଭ ହୋଇଯାଇଛି । ଅନ୍ୟପକ୍ଷରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଜିଲ୍ଲାରେ ଚାଷକାର୍ଯ୍ୟ ପ୍ରଭାବିତ ନହେବା ପାଇଁ ବିଭିନ୍ନ ସ୍ଥାନରେ ଥିବା ଉଠା ଜଳସେଚନ ପ୍ରକଳ୍ପ ଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଦିଗରେ ବିହିତ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ସାହୁ ପ୍ରକାଶ କରିଛନ୍ତି ।

ବାରମ୍ବାର ମରୁଡି, ଅଭାବୀ ବିକ୍ରି ସାଙ୍ଗକୁ କୋରୋନା ମାଡ଼ ଚାଷୀକୁଳଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଇଥିବା ବେଳେ ଚଳିତ ବର୍ଷର ସ୍ବଳ୍ପ ବୃଷ୍ଟିପାତ ପୁଣିଥରେ ଚାଷୀମାନଙ୍କ ପାଇଁ ଆଉ ଏକ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ଦେବଗଡ଼ରୁ ସରୋଜ କୁମାର ଶତପଥି, ଇଟିଭି ଭାରତ

ABOUT THE AUTHOR

...view details