ଦେବଗଡ଼:ଧାନ କିଣାକୁ ନେଇ ଚାଷୀଙ୍କ ମହଲରେ ଦେଖାଦେଇଛି ଅସନ୍ତୋଷ । ଚାଷୀ ଟୋକନ ପାଇ ସୁଦ୍ଧା ଧାନ ବିକ୍ରି କରିବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ରିଆମାଳ ବ୍ଲକ ତାରଙ୍ଗ କୃଷି ସେବା ସମବାୟ ସମିତିରେ ତାରଙ୍ଗ , ତୁହିଲାମାଳ ଓ ମଲେହିପଡା ତିନୋଟି ପଞ୍ଚାୟତର ଚାଷୀ ଧାନ ବିକ୍ରୟ କରିଥାନ୍ତି । ଚଳିତ ବର୍ଷ ଏହି ସମବାୟ ସମିତିର ସେହି ତିନୋଟି ପଞ୍ଚାୟତର ମୋଟ 629 ଜଣ ଚାଷୀଙ୍କୁ ପଞ୍ଜିକରଣ କରାଯାଇ ଧାନ ବିକ୍ରି ପାଇଁ ଟୋକାନ ଦିଆଯାଇଛି । ଏହାସହ ମୋଟ 26,314 କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଥିଲା ।
ଧାନକିଣା ନେଇ ତାତିଲେ ଚାଷୀ, ଆନ୍ଦୋଳନ ପାଇଁ ସଜବାଜ - ଆନ୍ଦୋଳନ ପାଇଁ ସଜବାଜ ହେଲେ ଚାଷୀ
ଧାନ କିଣାକୁ ନେଇ ଚାଷୀଙ୍କ ମହଲରେ ଦେଖାଦେଇଛି ଅସନ୍ତୋଷ । ଆନ୍ଦୋଳନ ପାଇଁ ସଜବାଜ । ଅଧିକ ପଢନ୍ତୁ...
ମାତ୍ର ସମ୍ପୃକ୍ତ କର୍ତ୍ତୃପକ୍ଷ 13000 କୁଇଣ୍ଟାଲ ଧାନ କ୍ରୟ କରିବା ପରେ ଟାର୍ଗେଟ ପୂରଣ ହୋଇଯିବା ବାହାନାରେ ଗତ ଜାନୁଆରୀ 16 ଠାରୁ ଟୋକାନ ପାଇଥିବା ଆହୁରି 300 ଜଣ ଚାଷୀଙ୍କ ଧାନ କ୍ରୟ କରୁନାହାନ୍ତି । ଫଳରେ ଏ ଅଞ୍ଚଳରେ 300 ଜଣ ଚାଷୀ ଧାନ ବିକ୍ରି କରିବାରୁ ବଞ୍ଚିତ ହୋଇଛନ୍ତି । ଫଳରେ ଶତାଧିକ ଚାଷୀ ତାରଙ୍ଗ କୃଷି ସେବା ସମବାୟ ସମିତିରେ ରୁଣ୍ଡ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହାସହ ଯୋଗାଣ ବିଭାଗ କର୍ତ୍ତୃପକ୍ଷ ଓ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଟୋକନ ପାଇଥିବା ସମସ୍ତ ଚାଷୀଙ୍କ ଧାନ କିଣା ନଗଲେ ଚାଷୀମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ଦେବଗଡରୁ ସରୋଜ ଶତପଥି, ଇଟିଭି ଭାରତ