ଓଡିଶା

odisha

ETV Bharat / state

୧୧ ବର୍ଷ ହେଲା କାର୍ଯ୍ୟକ୍ଷମ ହେଉନି ଜଳ ପ୍ରକଳ୍ପ, ଡହଳ ବିକଳ ଗ୍ରାମବାସୀ

ଦେବଗଡ଼ ଜିଲ୍ଲାର ତିଳେଇବଣି ବ୍ଲକ ଛେପଲିପାଲି ଗ୍ରାମରେ ଜଳ ଟୋପାଏ ପାଇଁ ଡହଳ ବିକଳ ଗ୍ରାମବାସୀ । ଦୀର୍ଘ ୧୧ ବର୍ଷ ହେଲାଣି କାର୍ଯ୍ୟକ୍ଷମ ହୋଇପାରିନାହିଁ ଜଳ ପ୍ରକଳ୍ପ । ଅଧିକ ପଢନ୍ତୁ....

୧୧ ବର୍ଷ ଧରି କାର୍ଯ୍ୟକ୍ଷମ ହୋଇପାରୁନି ଜଳ ପ୍ରକଳ୍ପ, ଡହଳ ବିକଳ ଗ୍ରାମବାସୀ
୧୧ ବର୍ଷ ଧରି କାର୍ଯ୍ୟକ୍ଷମ ହୋଇପାରୁନି ଜଳ ପ୍ରକଳ୍ପ, ଡହଳ ବିକଳ ଗ୍ରାମବାସୀ

By

Published : Oct 26, 2021, 1:01 PM IST

ଦେବଗଡ଼:ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ ସରକାର ଲକ୍ଷାଧିକ ଟଙ୍କା ବ୍ୟୟ କରି ନିର୍ମାଣ କଲେ ପାଇପ ପାନୀୟ ଜଳ ଯୋଗାଣ ପ୍ରକଳ୍ପ । ମାତ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଜିଲ୍ଲାର ତିଳେଇବଣି ବ୍ଲକ ଅନ୍ତର୍ଗତ ଛେପଲିପାଲି ଗ୍ରାମବାସୀ ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି । ଦୀର୍ଘ ୧୧ ବର୍ଷ ଧରି ଏଠାରେ ପ୍ରକଳ୍ପଟି କାର୍ଯ୍ୟକ୍ଷମ ହୋଇପାରୁନଥିବା ଦେଖିବାକୁ ମିଳିଛି ।

୧୧ ବର୍ଷ ଧରି କାର୍ଯ୍ୟକ୍ଷମ ହୋଇପାରୁନି ଜଳ ପ୍ରକଳ୍ପ, ଡହଳ ବିକଳ ଗ୍ରାମବାସୀ

ଛେପଲିପାଲି ଗ୍ରାମରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ ସରକାରଙ୍କ ଜଳ ଓ ପରିମଳ ବିଭାଗ ପକ୍ଷରୁ ଗତ 2010 ମସିହାରେ ନିର୍ମାଣ କରାଯାଇଥିଲା ବସୁଧା ପାନୀୟ ଜଳ ପ୍ରକଳ୍ପ । ପ୍ରାୟ 40 ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ପ୍ରକଳ୍ପ ଦ୍ବାରା ଗ୍ରାମର 2 ହଜାର ଲୋକଙ୍କୁ ପାଇପ ଯୋଗେ ନିୟମିତ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଲକ୍ଷଧାର୍ଯ୍ୟ କରାଯାଇଥିଲା ।

ମାତ୍ର ଅତ୍ୟନ୍ତ ପରିତାପର ବିଷୟ ଯେ, ଏହି ପ୍ରକଳ୍ପଟି ନିର୍ମାଣ ହେବାର ଆଜକୁ ଦୀର୍ଘ 11 ବର୍ଷ ବିତିବାକୁ ବସିଥିଲେ ମଧ୍ୟ ଏଯାଏଁ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରି ନାହିଁ । ଗ୍ରାମର ହାତଗଣତି କେତୋଟି ପରିବାରକୁ ବାଦ ଦେଲେ ଏହି ପ୍ରକଳ୍ପରୁ ଏଯାଏଁ ହରିଜନ ବସ୍ତିବାସିନ୍ଦା ବିଶୁଦ୍ଧ ପାନୀୟ ଜଳ ମୁନ୍ଦାଏ ପାଇପାରୁ ନାହାନ୍ତି । ପ୍ରକଳ୍ପ ନିର୍ମାଣରେ ବୈଷୟିକ ତ୍ରୁଟି ଓ ଏଠାରେ ଲାଗିଥିବା ନିମ୍ନମାନର ଉପକରଣ ଯୋଗୁଁ ଏହି ପ୍ରକଳ୍ପଟି ଏଯାଏଁ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରି ନଥିବା କୁହାଯାଉଛି ।

ଅନ୍ୟପକ୍ଷରେ, ଗ୍ରାମର ହରିଜନ ବସ୍ତିରେ ନଳକୂପଗୁଡି଼କ ଅଚଳ ହୋଇପଡିଥିବାରୁ ସେଠାରେ ବସବାସ କରୁଥିବା 100ରୁ ଊର୍ଦ୍ଧ୍ବ ହରିଜନ ପରିବାର ପାନୀୟଜଳ ମୁନ୍ଦାଏ ପାଇଁ ଡହଳ ବିକଳ ହୋଇ ଆସୁଛନ୍ତି । ଏ ସମ୍ପର୍କରେ ଗ୍ରାମବାସୀ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଯେତେ ଆପତ୍ତି ଅଭିଯୋଗ କରି ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳି ପାରୁନାହିଁ ।

ପ୍ରତି ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଥିବା ନେଇ ସ୍ଥାନୀୟ ପ୍ରଶାସନ ଓ ସରକାର ଡିଣ୍ଡିମ ପିଟୁଥିବା ବେକେ , ଛେପଲିପାଲି ଗାଁରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଦେଖିଲେ ସରକାରଙ୍କ ଏହି ଯୋଜନା ଏଠାରେ ଲକ୍ଷଚ୍ୟୁତ ହୋଇଥିବା ଭଳି ମନେ ହେଉଛି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details