ଓଡିଶା

odisha

ETV Bharat / state

ବଜାରରେ ଚଢା ଦାମରେ ବିକ୍ରି ସତ୍ତ୍ବେ ମୂଳ ଚାଷୀଙ୍କୁ ମିଳୁନି ଉଚିତ ମୂଲ୍ୟ

ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ କରି ଉତ୍ପାଦ କରୁଥିବା ବାଇଗଣର ଉଚିତ ମୂଲ୍ୟ ପାଇପାରୁ ନାହାଁନ୍ତି ଦେବଗଡ ଜିଲ୍ଲାର ରିଆମାଳ ବ୍ଲକର ଚାଷୀ । ଅଧିକ ପଢନ୍ତୁ...

By

Published : Nov 21, 2020, 8:55 PM IST

Despite selling at inflated prices in market, original brinjal farmers didn't get fair price
ବଜାରରେ ଚଢା ଦାମରେ ବିକ୍ରି ସତ୍ତ୍ବେ ମୂଳ ଚାଷୀଙ୍କୁ ମିଳୁନି ଉଚିତ ମୂଲ୍ୟ

ଦେବଗଡ: ଜିଲ୍ଲାର ରିଆମାଳ ବ୍ଲକ ଟୁହିଲାମାଳ ପଞ୍ଚାୟତର ବାଇଗଣ ବଜାରରେ ଚଢା ଦରରେ ବିକ୍ରି ହେଉଥିଲେ ମଧ୍ୟ ମୂଳ ଚାଷୀଙ୍କୁ ତାଙ୍କ ଉତ୍ପାଦର ଉଚିତ ମୂଲ୍ୟ ମିଳୁନାହିଁ । ଏ ନେଇ ବାଇଗଣ ଚାଷୀମାନେ ଉଦ୍ୟାନ ବିଭାଗ ପକ୍ଷରୁ ଉପଯୁକ୍ତ ପ୍ରୋତ୍ସାହନ ପାଇଁ ଦାବି କରିଛନ୍ତି ।

ବଜାରରେ ଚଢା ଦାମରେ ବିକ୍ରି ସତ୍ତ୍ବେ ମୂଳ ଚାଷୀଙ୍କୁ ମିଳୁନି ଉଚିତ ମୂଲ୍ୟ

ମିଳିଥିବା ସୂଚନା ମୁତାବକ, ରିଆମାଳ ବ୍ଲକ ଟୁହିଲାମାଳ ପଞ୍ଚାୟତର ନିଳଗଣ୍ଡିଆ, ଝିମ୍ପାବିରା ଓ ଖରିଆକାନି ଗ୍ରାମ ବାଇଗଣ ଚାଷ ପାଇଁ ବେଶ୍‌ ପ୍ରସିଦ୍ଧ । ଏହି ତିନୋଟି ଗାଁରେ ପ୍ରାୟ 100 ଏକର ଜମିରେ ପ୍ରତିବର୍ଷ ବାଇଗଣ ଚାଷ କରାଯାଇଥାଏ । ବାଇଗଣ ଅମଳ କରି ଏ ଅଞ୍ଚଳର ଚାଷୀମାନେ ଭଲ ଲାଭ କରିଥାନ୍ତି । ମାତ୍ର ଚଳିତ ବର୍ଷ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇ ବାଇଗଣ ଚାଷୀମାନେ କ୍ଷତିର ସମ୍ମୁଖୀନ ହେଉଛନ୍ତି ।

ବଜାରରେ ଚଢା ଦାମରେ ବିକ୍ରି ସତ୍ତ୍ବେ ମୂଳ ଚାଷୀଙ୍କୁ ମିଳୁନି ଉଚିତ ମୂଲ୍ୟ

ବ୍ୟବସାୟୀମାନେ ଚାଷୀଙ୍କଠାରୁ ସ୍ବଳ୍ପ ମୂଲ୍ୟରେ ବାଇଗଣ କ୍ରୟ କରି ବଜାରରେ ଚଢା ଦାମରେ ବିକ୍ରି କରୁଛନ୍ତି । ମୁଣ୍ଡ ଝାଳ ତୁଣ୍ଡରେ ମାରି ବାଇଗଣ ଉତ୍ପାଦନ କରୁଥିବା ଚାଷୀଙ୍କୁ ତାଙ୍କ ଉଚିତ ମୂଲ୍ୟ ମିଳୁନାହିଁ । ଗୋଟିଏ ପକ୍ଷରେ ଝାଉଁଳା ରୋଗ ଯୋଗୁଁ ବାଇଗଣ ଆଶାନୁରୂପ ଅମଳ ହୋଇପାରିନଥିବାବେଳେ, ଅନ୍ୟ ପକ୍ଷରେ ବିକ୍ରୟ ବ୍ୟବସ୍ଥା ନଥିବାରୁ ଚାଷୀ କିଲୋପ୍ରତି 10 ଟଙ୍କାରେ ବ୍ୟବସାୟୀଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଜିଲ୍ଲାର ବାଇଗଣ ଚାଷୀଙ୍କୁ ଉଦ୍ୟାନ ବିଭାଗ ପକ୍ଷରୁ ଉପଯୁକ୍ତ ପ୍ରୋତ୍ସାହନ ଦିଆଯିବା ସହିତ ବିକ୍ରିୟ ବ୍ୟବସ୍ଥା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇଛି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details