ଓଡିଶା

odisha

ETV Bharat / state

11ବର୍ଷ ପରେ ଖୋଲିଲା ମସଜିଦର ତାଲା

ଦୀର୍ଘ 11ବର୍ଷର ବିବାଦରେ ପଡିଲା ପୂର୍ଣ୍ଣଚ୍ଛେଦ । ଦେବଗଡରେ ଏଗାର ବର୍ଷ ଧରି ବନ୍ଦ ରହିଥିବା ମସଜିଦକୁ ପୁନଃ ଖୋଲାଯାଇଛି । ଅଧିକ ପଢନ୍ତୁ...

ଏଗାର ବର୍ଷ  ପରେ ଖୋଲିଲା ମସଜିଦ
ଏଗାର ବର୍ଷ ପରେ ଖୋଲିଲା ମସଜିଦ

By

Published : Jan 20, 2021, 7:36 AM IST

ଦେବଗଡ: ପ୍ରାୟ 11ବର୍ଷ ପରେ ଦେବଗଡ ଜିଲ୍ଲା ସଦର ମହକୁମାରେ ଥିବା ମସଜିଦକୁ ପୁନଃ ଖୋଲାଯାଇଛି । ଦୁଇ ମୁସଲମାନ ଗୋଷ୍ଠୀ ବାରେଲି ଓ ଦେଓବନ୍ଦୀଙ୍କ ମଧ୍ୟରେ 2009 ମସିହା ଠାରୁ ଲାଗିରହିଥିବା ବିବାଦର ସମାଧାନ ହେବାପରେ ମଙ୍ଗଳବାର ମସଜିଦର ତାଲା ଖୋଲିଛି ।

ୱାକ ଅଫ ବୋର୍ଡର ନିଷ୍ପତ୍ତି ଅନୁଯାୟୀ ଆଜି(ମଙ୍ଗଳବାର) ପୂର୍ବତନ ବିଧାୟକ ତଥା ବିଜେଡି କମିଟିର ସାଧାରଣ ସମ୍ପାଦକ ମହମ୍ମଦ ଆୟୁବ ଖାନଙ୍କ ନେତୃତ୍ୱରେ ମହମ୍ମଦ ଅଫସର ଅଲ୍ଲୀ , ମହମ୍ମଦ ମୋବିନ , ସାୟାଦ ମଜବୁର ରେହମାନ ଏବଂ ଶେଖ ଦିଲଦାର ମହମ୍ମଦ ପ୍ରମୁଖ ଦେବଗଡ଼ ଗସ୍ତରେ ଆସି ଉଭୟ ଗୋଷ୍ଠୀଙ୍କ ସହ ଆପୋଷ ଆଲୋଚନା ପରେ ଦୀର୍ଘବର୍ଷ ଧରି ରହିଥିବା ବିବାଦର ସମାଧାନ ହୋଇଛି । ଉଭୟ ପକ୍ଷଙ୍କ ବୁଝାମଣା ପରେ ପୁରୁଣା ମସଜିଦରୁ ବାରେଲି ଗୋଷ୍ଠୀଙ୍କୁ 14 ଡିସମିଲ ଏବଂ ଦେଓବନ୍ଦୀ ଗୋଷ୍ଠୀଙ୍କୁ 7 ଡିସମିଲ ଜମି ଦିଆ ଯିବା ନେଇ ନିଷ୍ପତ୍ତି ହୋଇଥିଲା । ଏହାର ସମାଧାନ ପରେ ବରେଲି ଗୋଷ୍ଠୀ ମସଜିଦରେ ପ୍ରଥମେ ନମାଜ ପାଠ କରିଥିଲେ ।

ପ୍ରକାଶ ଥାଉ କି, 2009 ମସିହା ଅକ୍ଟୋବର ମାସରେ ଉଭୟ ସମ୍ପ୍ରଦାୟ ମଧ୍ୟରେ ମସଜିଦରେ ନମାଜ ପାଠ କରିବା ନେଇ ବିବାଦ ଉପୁଜିଥିଲା । ଏନେଇ ଦେବଗଡ଼ ଥାନାରେ ଏତଲା ହୋଇଥିଲା । ସେହିଦିନ ଠାରୁ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ମସଜିଦରେ ତାଲା ପକାଯାଇ ଉଭୟ ଗୋଷ୍ଠିକୁ ଆପଷ ବୁଝାମଣା ପାଇଁ ବହୁବାର ପ୍ରୟାସ କରାଯାଇଥିଲା । ତେବେ ମଙ୍ଗଳବାର ଏହି ବିବାଦ ଉପରେ ପୂର୍ଣ୍ଣଚ୍ଛେଦ ପଡିଛି ।

ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ

ABOUT THE AUTHOR

...view details