ଓଡିଶା

odisha

ETV Bharat / state

ବାଉଁଶରେ ମୋବାଇଲ ବାନ୍ଧି ଅନଲାଇନ ପାଠ ପଢୁଛନ୍ତି ମାଓ ଅଞ୍ଚଳର ଛାତ୍ର

ଜିଲ୍ଲାର ଦୁର୍ଗମ ଓ ମାଓ ଉପଦ୍ରୁତ ଲାଇମୁରା ଅଞ୍ଚଳରେ ମୋବାଇଲ ଓ ଇଣ୍ଟରନେଟ ସେବା ଉପଲବ୍ଧ ନାହିଁ । ତେବେ ଗାଁ ଛାତ୍ରଙ୍କ ଦ୍ବାରା ଏକ ଅଭିନବ ଉପାୟ ବାହାରିଛି । ଅଧିକ ପଢନ୍ତୁ...

ବାଉଁଶରେ ମୋବାଇଲ ବାନ୍ଧି ଅନଲାଇନ ପାଠପଢା
ବାଉଁଶରେ ମୋବାଇଲ ବାନ୍ଧି ଅନଲାଇନ ପାଠପଢା

By

Published : Apr 17, 2020, 12:28 AM IST

ଦେବଗଡ: କୋରୋନା ସଂକ୍ରମଣ ନେଇ ସାରାଦେଶରେ ଲକଡାଉନ ଘୋଷଣା ହୋଇଛି । ଏହି ସମୟରେ ଅନଲାଇନ ଜରିଆରେ ପାଠ ପଢିବା ପାଇଁ ମୋବାଇଲ ଓ ଇଣ୍ଟରନେଟ ସେବା ଉପଲବ୍ଧ ନାହିଁ । ତେବେ ଦେବଗଡ ଜିଲ୍ଲା ଲଇମୁରା ଗାଁର କିଛି ବିଦ୍ୟାର୍ଥୀ ଅଭିନବ ଉପାୟ ଅବଲମ୍ବନ କରିଥିବା ଦେଖାଯାଇଛି ।

ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଏବେ ବନ୍ଦ ରହିଛି । ଏହି ଲକଡାଉନ ସମୟରେ ପାଠ୍ୟକ୍ରମ ଜାରି ରଖିବାକୁ ଓ ପିଲାଙ୍କୁ ଅନଲାଇନ ମାଧ୍ୟମରେ ଶିକ୍ଷାଦାନ କରିବାକୁ କେତେକ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ପ୍ରୟାସ ଆରମ୍ଭ କରିଛନ୍ତି । ତେବେ ମୋବାଇଲ ଓ ଇଣ୍ଟରନେଟ ସେବା ଉପଲବ୍ଧ ନଥିବା ଦେବଗଡ ତିଳେଇବଣି ବ୍ଲକର ଦୁର୍ଗମ ଓ ମାଓ ଉପଦ୍ରୁତ ଅଞ୍ଚଳ ଲାଇମୁରା ଗାଁରେ କେତେକ ବିଦ୍ୟାର୍ଥୀ ଅନଲାଇନ ମାଧ୍ୟମରେ ପାଠ ପଢିବା ପାଇଁ ଏକ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି ।

ବହୁ ସର୍ଚ୍ଚ କରିବା ପରେ ଗାଁର ରାସ୍ତାକଡରେ ଥିବା ଏକ ନିର୍ଦ୍ଦିଷ୍ଟ ସ୍ଥାନରେ କୌଣସି ଏକ କମ୍ପାନୀର ଇଣ୍ଟରନେଟ ସେବା କିଛି ମାତ୍ରାରେ ଉପଲବ୍ଧ ଥିବା ଜଣାପଡିଥିଲା । ଫଳରେ ବିଦ୍ୟାର୍ଥୀମାନେ ସେଠାର ଏକ ବାଉଁଶ ପୋତି ଓ ଏଥିରେ ମୋବାଇଲ ବାନ୍ଧି ସେଠାରୁ ୱାଇଫାଇ ଦ୍ବାରା ଅନଲାଇନରେ ପାଠ ପଢି ଆସୁଥିବା ଦେଖାଯାଇଛି । ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଗାଁର ଅନେକ ବିଦ୍ୟାର୍ଥୀ ଏହା ସାହାଯ୍ୟରେ ଏବେ ପାଠ ପଢି ଆସୁଛନ୍ତି । ସାରା ଦେଶରେ ଲକଡାଉନ ଯୋଗୁଁ ସମସ୍ତ ବିଦ୍ୟାଳୟ ବନ୍ଦ ଥିବାବେଳେ ଅନଲାଇନ ମାଧ୍ୟମରେ ପାଠ ପଢିବାକୁ ବିଦ୍ୟାର୍ଥୀଙ୍କ ଏଭଳି ଅଭିନବ ପ୍ରୟାସ ଅଞ୍ଚଳବାସୀଙ୍କ ମଧ୍ୟରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି ।

ବାଉଁଶରେ ମୋବାଇଲ ବାନ୍ଧି ଅନଲାଇନ ପାଠପଢା

ଜିଲ୍ଲାର ଦୁର୍ଗମ ଓ ମାଓ ଉପଦ୍ରୁତ ଲାଇମୁରା ଅଞ୍ଚଳରେ ମୋବାଇଲ ଓ ଇଣ୍ଟରନେଟ ସେବା ଉପଲବ୍ଧ ନାହିଁ । ଗତ କିଛିବର୍ଷ ପୂର୍ବରୁ ଲୋକଙ୍କୁ ମୋବାଇଲ ସେବା ଯୋଗାଇଦେବା ପାଇଁ ଏଠାରେ ଏକ ବିଏସଏନଏଲ ମୋବାଇଲ ଟାୱାର ନିର୍ମାଣ କରାଯାଇଥିଲା । ମାତ୍ର ଏହି ଟାୱାରଟି ଲୋକଙ୍କୁ ସେବା ଯୋଗାଇବାରେ ବିଫଳ ହେବାରୁ ଅଞ୍ଚଳବାସୀ ମୋବାଇଲ ଓ ଇଣ୍ଟରନେଟ ସେବା ପାଇବାରୁ ବଞ୍ଚିତ ହୋଇ ଆସୁଛନ୍ତି । ବର୍ତ୍ତମାନ ସାରାଦେଶରେ ମୋବାଇଲ ଓ ଇଣ୍ଟରନେଟ ବ୍ୟବହାର ବୃଦ୍ଧି ପାଉଥିବାବେଳେ ସରକାର 'ଡିଜିଟାଲ ଇଣ୍ଡିଆ' ନେଇ ପରିକଳ୍ପନା କରୁଛନ୍ତି । ତେବେ ସରକାରଙ୍କ ଏହି ପରିକଳ୍ପନା ଲାଇମୁରା ଅଞ୍ଚଳବାସୀଙ୍କ ପାଇଁ ଯେପରି ସାତସ୍ବପ୍ନ ପାଲଟିଛି ।

ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ

ABOUT THE AUTHOR

...view details