ଓଡିଶା

odisha

ETV Bharat / state

ଦେବଗଡ଼ ଜିଲ୍ଲା ରାଜନୀତି: ବିଧାୟକ ଓ ସାଂସଦଙ୍କ ମଧ୍ୟରେ ବଢୁଛି ତିକ୍ତତା - ଦେବଗଡ଼ ଜିଲ୍ଲା ରାଜନୀତି

ଦେବଗଡ ଜିଲ୍ଲା ରାଜନୀତିରେ ହଟଚମଟ । ଗତ 2019 ମସିହା ସାଧାରଣ ନିର୍ବାଚନରେ ଜିଲ୍ଲାର ଭୋଟର ମତଦାନ ସାବ୍ୟସ୍ତ କରି ଲଗାଇଥିବା ଡବଲ ଇଞ୍ଜିନ ଏବେ ଫାଟି ଦୁଇ ଫାଳ । ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ମଧ୍ୟରେ ବଢୁଛି ତିକ୍ତତା । ଅଧିକ ପଢନ୍ତୁ...

ବିଧାୟକ ଓ ସାଂସଦଙ୍କ ମଧ୍ୟରେ ବଢୁଛି ତିକ୍ତତା
ବିଧାୟକ ଓ ସାଂସଦଙ୍କ ମଧ୍ୟରେ ବଢୁଛି ତିକ୍ତତା

By

Published : Aug 5, 2020, 1:47 PM IST

ଦେବଗଡ: ଗତ 2019 ମସିହା ସାଧାରଣ ନିର୍ବାଚନରେ ଦେବଗଡ ବିଧାନସଭା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡବଲ ଇଞ୍ଜିନ ଫର୍ମୁଲା ବେଶ ସଫଳ ହୋଇଥିଲା । ଏହି ଅବହେଳିତ ଜିଲ୍ଲାର ଭୋଟର ଜିଲ୍ଲାର ବିକାଶକୁ ଆଖି ଆଗରେ ରଖି ମୋଦିଙ୍କ ଆହ୍ବାନ କ୍ରମେ ଦେବଗଡ଼ ବିଧାନସଭା ବିଜେପି ପ୍ରାର୍ଥୀ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଓ ସମ୍ବଲପୁର ଲୋକସଭା ବିଜେପି ପ୍ରାର୍ଥୀ ନିତେଶ ଗଙ୍ଗଦେବଙ୍କୁ ସେମାନଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡି ପ୍ରାର୍ଥୀଙ୍କ ଠାରୁ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ କରାଇ ଡବଲ ଇଞ୍ଜିନ ଲଗାଇଥିଲେ ।

ବିଧାୟକ ଓ ସାଂସଦଙ୍କ ମଧ୍ୟରେ ବଢୁଛି ତିକ୍ତତା

ଭୋଟରଙ୍କ ଆଶାଥିଲା , ଜିଲ୍ଲାର ବିକାଶ କ୍ଷେତ୍ରରେ ଏହି ଡବଲ ଇଞ୍ଜିନ ବେଶ ସହାୟକ ହେବ । ମାତ୍ର ପରବର୍ତ୍ତୀ ସମୟରେ ଭୋଟରଙ୍କ ସମସ୍ତ ଆଶା ପାଣି ଫୋଟକା ଭଳି ମିଳେଇ ଗଲା । ଇତି ମଧ୍ୟରେ ନିର୍ବାଚନକୁ ବର୍ଷେ ବିତିଯାଇଥିଲେ ହେଁ , ଜିଲ୍ଲାର ବିକାଶ ହେବା ତ ଦୂରକଥା , ଏପର୍ଯ୍ୟନ୍ତ ଗୋଟିଏ ଦଳର ବିଧାୟକ ଓ ସାଂସଦଙ୍କ ମଧ୍ୟରେ ସମନ୍ୱୟ ରହି ପାରିଲା ନାହିଁ । ପ୍ରାରମ୍ଭରୁ ବିଧାୟକ ଓ ସାଂସଦଙ୍କ ମଧ୍ୟରେ ବିଭିନ୍ନ କାରଣରୁ ପରସ୍ପର ପ୍ରତି ବିରୋଧୀ ଆଭିମୁଖ୍ୟ ଦେଖିବାକୁ ମିଳୁଛି । ଏହି ବିରୋଧାଭାଷ ସମ୍ପ୍ରତି ବାଟରେ ପଡି ହାଟରେ ଗଡ଼ିବାକୁ ବସିଲାଣି ।

ବିଧାୟକ ଓ ସାଂସଦଙ୍କ ମଧ୍ୟରେ ବଢୁଛି ତିକ୍ତତା

ଗତ କିଛିଦିନ ପୂର୍ବରୁ( ଗତ 31 ତାରିଖ) ବିଧାୟକ ସୁବାଷ ପାଣିଗ୍ରାହୀଙ୍କ କିଛି ଅନୁଗତ ତଥା ବିଜେପି କର୍ମୀ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ବାସଭବନରେ ଏକ ପ୍ରେସମିଟ ଆୟୋଜନ କରି ସାଂସଦ ନିତେଶ ଗଙ୍ଗଦେବଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ଆଣିଥିଲେ । ସାଂସଦ ଶ୍ରୀ ଗଙ୍ଗଦେବ ଅଯଥା ବିଧାୟକଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ଓ ବିଧାୟକଙ୍କ କର୍ମୀଙ୍କୁ ଅଣଦେଖା କରୁଥିବା ଅନେକ ବିଜେପି ସମର୍ଥକ ଏଠାରେ ସିଧାସଳଖ ଅଭିଯୋଗ କରିଥିଲେ । ଏହାର ଠିକ ଦିନକ ପରେ (ଗତ 1 ତାରିଖ) ସାଂସଦଙ୍କ କିଛି ଅନୁଗତ ସ୍ଥାନୀୟ ରାଜବାଟି ଠାରେ ଏକ ପ୍ରେସମିଟ ଆୟୋଜନ କରି ବିଧାୟକଙ୍କ ସମର୍ଥକ ଆଣିଥିବା ଅଭିଯୋଗ କୁଖଣ୍ଡନ କରିବା ସହିତ ବିଧାୟକ ମଧ୍ୟ ସାଂସଦଙ୍କ ଉନ୍ନତି ମୂଳକ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ଅଭିଯୋଗ ଆଣିଥିଲେ । ଯାହାକି ଜିଲ୍ଲାର ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିବା ସହିତ ଜିଲ୍ଲା ବିଜେପିରେ ଥିବା ବହୁଦିନର ଆଭ୍ୟନ୍ତରୀଣ କନ୍ଦଳକୁ ପଦାରେ ପକାଇ ଦେଇଛି ।

ବିଧାୟକ ଓ ସାଂସଦଙ୍କ ମଧ୍ୟରେ ବଢୁଛି ତିକ୍ତତା

ଅନ୍ୟପକ୍ଷରେ , ବିଧାୟକ ଓ ସାଂସଦ ଙ୍କ ମଧ୍ୟରେ ଯାହାବି ରାଜନୈତିକ ତିକ୍ତତା ଥାଉ ନା କାହିଁକି ,ଏଥିରେ ଜିଲ୍ଲାର ବିଚରା ସରଳ ଓ ନିରୀହ ଭୋଟର ମାନେ ସବୁଠାରୁ ଅଧିକ ପ୍ରଭାବିତ ହେବା ସହିତ ଜିଲ୍ଲାର ବିକାଶ ପ୍ରକ୍ରିୟା ଯେ ବାଧାପ୍ରାପ୍ତ ହେଉଛି , ଏଥିରେ ତିଳେ ହେଲେ ସନ୍ଦେହ ନାହିଁ ବୋଲି ସର୍ବତ୍ର ଚର୍ଚ୍ଚା ହେଉଛି । ଦେବଗଡ଼ ବିଧାୟକ ଶ୍ରୀ ପାଣିଗ୍ରାହୀ ଓ ସମ୍ବଲପୁର ଲୋକସଭା ସାଂସଦ ଶ୍ରୀ ଗଙ୍ଗଦେବ ସମର୍ଥକ ଙ୍କ ମଧ୍ୟରେ ଦେଖାଦେଇଥିବା ରାଜନୈତିକ ବିବାଦ ଆଗାମୀ ଦିନରେ ବିସ୍ଫୋରକ ରୂପ ନେବା ପୂର୍ବରୁ ଦଳୀୟ ହାଇକମାନ ଏଥିପ୍ରତି ଦୃଷ୍ଟିଦେଇ ମାମଲାର ଆଶୁ ସମାଧାନ କରିବା ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାର ବହୁ ରାଜନୈତିକ ବିଶାରଦ ମତବ୍ୟକ୍ତ କରିଛନ୍ତି ।

ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ

ABOUT THE AUTHOR

...view details