ଓଡିଶା

odisha

ETV Bharat / state

ତେଜୁଛି ରିଆମାଳ ବ୍ଲକ ଅଧ୍ୟକ୍ଷା ଓ ବିଡ଼ିଓ ବିବାଦ, ଉନ୍ନୟନ କାର୍ଯ୍ୟ ଠପ୍

ତେଜିଲା ରିଆମାଳ ବ୍ଲକ ଅଧ୍ୟକ୍ଷା ଓ ବିଡ଼ିଓଙ୍କ ବିବାଦ । ଉନ୍ନୟନ କାର୍ଯ୍ୟ ଠପ୍ । ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବି । ଅଧିକ ପଢନ୍ତୁ...

By

Published : Aug 4, 2021, 11:56 AM IST

ତେଜୁଛି ରିଆମାଳ ବ୍ଲକ ଅଧ୍ୟକ୍ଷା ଓ ବିଡ଼ିଓଙ୍କ ମଧ୍ୟରେ ବିବାଦ
ତେଜୁଛି ରିଆମାଳ ବ୍ଲକ ଅଧ୍ୟକ୍ଷା ଓ ବିଡ଼ିଓଙ୍କ ମଧ୍ୟରେ ବିବାଦ

ଦେବଗଡ:ବଢୁଛି ବ୍ଲକ ଅଧ୍ୟକ୍ଷା ଓ ବିଡ଼ିଓଙ୍କ ମଧ୍ୟରେ ବିବାଦ । ବାହାରୁନି ସମାଧାନର ରାସ୍ତା । ରିଆମାଳ ବ୍ଲକରେ ଦୀର୍ଘଦିନ ଧରି ବ୍ଲକ ଅଧ୍ୟକ୍ଷା ରିତାଞ୍ଜଳି ହାତୀ ଓ ବିଡ଼ିଓ ଦିବ୍ୟଶଙ୍କର ଜୟପୁରିଆଙ୍କ ମଧରେ ଲାଗିଥିବା ବିବାଦ ଥମିବାର ନାଁ ନେଉନାହିଁ । ବରଂ ଏହି ବିବାଦ ଦିନକୁ ଦିନ ଅଧିକ ଘନୀଭୂତ ହେବାରେ ଲାଗିଛି । ବିଗତ ଦିନରେ ବ୍ଲକ ଅଧ୍ୟକ୍ଷା ଓ ବିଡ଼ିଓଙ୍କ ମଧ୍ୟରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ବାରମ୍ବାର ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଗତ କିଛିମାସ ପୂର୍ବରୁ ଏକ ଉନ୍ନୟନ ମୂଳକ କାର୍ଯ୍ୟକୁ କେନ୍ଦ୍ରକରି ଅଧ୍ୟକ୍ଷା ବିଡ଼ିଓଙ୍କୁ ଧମକ ଚମକ ଦେବା ସହ ଗାଳିଗୁଲଜ କରି ଦୁର୍ବ୍ୟବହାର କରିଥିଲେ ।

ତେଜୁଛି ରିଆମାଳ ବ୍ଲକ ଅଧ୍ୟକ୍ଷା ଓ ବିଡ଼ିଓଙ୍କ ମଧ୍ୟରେ ବିବାଦ

ଏହାର ଦୃଢ ପ୍ରତିବାଦ କରି ବ୍ଲକ କର୍ମଚାରୀ ମାନେ କଲମଛାଡ଼ ଆନ୍ଦୋଳନ କରିଥିଲେ । ତେବେ ,ଗତ କିଛିଦିନ ପୂର୍ବରୁ ବ୍ଲକ ଅଧ୍ୟକ୍ଷାଙ୍କ ମନୋମୁଖୀ କାର୍ଯ୍ୟକୁ ନେଇ ତାଙ୍କ ବିରୁଦ୍ଧରେ ଆସିଥିବା ଏକ ଅନାସ୍ଥା ପ୍ରସ୍ତାବକୁ କେନ୍ଦ୍ରକରି ପୁଣିଥରେ ଅଧ୍ୟକ୍ଷା ଓ ବିଡ଼ିଓଙ୍କ ମଧ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି ।

ଗୋଟିଏ ପକ୍ଷରେ ବିଡ଼ିଓଙ୍କ ବଦଳି ଦାବିରେ ଅଧ୍ୟକ୍ଷା ଗତ 2 ତାରିଖ ଠାରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଅନ୍ୟପକ୍ଷରେ ଅଧ୍ୟକ୍ଷାଙ୍କ ଏଭଳି ମନୋମୁଖୀ କାର୍ଯ୍ୟକୁ ବିରୋଧ କରି 18 ଜଣ ସରପଞ୍ଚ ଓ ସମିତି ସଭ୍ୟ ଏହାର ସୁବିଚାର କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଫଳରେ ବ୍ଲକରେ ସମସ୍ତ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହିତ ସାଧାରଣ ଲୋକେ ଏଥିରେ ହଇରାଣ ହରକତ ହେଉଛନ୍ତି । ଏହି ବିବାଦ ବିସ୍ପୋରକ ରୂପ ନେବା ପୂର୍ବରୁ ଏ ଦିଗରେ ଜିଲ୍ଲାପାଳ ଦୃଷ୍ଟି ଦେଇ ଏହାର ସମାଧାନ କରାଇବାକୁ ଜନସାଧାରଣରେ ଦାବି ହୋଇଛି।


ଦେବଗଡ଼ରୁ ସରୋଜ ଶତପଥି ,ଇଟିଭି ଭାରତ

ABOUT THE AUTHOR

...view details