ଓଡିଶା

odisha

By

Published : Jun 17, 2021, 8:32 PM IST

ETV Bharat / state

ତିନିବର୍ଷ ବିତିଲା, ତଥାପି ସରୁନି ନୂଆ ବସଷ୍ଟାଣ୍ଡ ନିର୍ମାଣ କାମ

ଦେବଗଡ଼ ସହରରେ ସ୍ଥାୟୀ ବସଷ୍ଟାଣ୍ଡ ଖଣ୍ଡିଏ ନାହିଁ । ବହୁ ବର୍ଷରୁ ସହରର ରାଜବାଟି ସମ୍ମୁଖସ୍ଥ ଏକ ଜନଗହଳି ପୂର୍ଣ୍ଣ ରାସ୍ତା ଉପରେ ଚାଲି ଆସୁଛି ଅସ୍ଥାୟୀ ବସଷ୍ଟାଣ୍ଡ । ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି । ଅଧିକ ପଢନ୍ତୁ...

bus-stand-construction-work-has-not-been-completed-for-last-three-years
ତିନିବର୍ଷ ବିତିଲା, ତଥାପି ସରୁନି ନୂଆ ବସଷ୍ଟାଣ୍ଡ ନିର୍ମାଣ କାମ

ଦେବଗଡ଼ : ବର୍ଷ ପରେ ବର୍ଷ ବିତି ଚାଲିଛି, ହେଲେ ଶେଷ ହେଉନି ନୂଆ ବସଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ । ସେପଟେ ନିର୍ମାଣ କାମ ନସରୁଣୁ ବସଷ୍ଟାଣ୍ଡ ଅବସ୍ଥା ବେହାଲ ହେବାକୁ ବସିଛି ।

ତିନିବର୍ଷ ବିତିଲା, ତଥାପି ସରୁନି ନୂଆ ବସଷ୍ଟାଣ୍ଡ ନିର୍ମାଣ କାମ

ଦେବଗଡ଼ ସହରରେ ସ୍ଥାୟୀ ବସଷ୍ଟାଣ୍ଡ ଖଣ୍ଡିଏ ନାହିଁ । ବହୁ ବର୍ଷରୁ ସହରର ରାଜବାଟି ସମ୍ମୁଖସ୍ଥ ଏକ ଜନଗହଳି ପୂର୍ଣ୍ଣ ରାସ୍ତା ଉପରେ ଚାଲି ଆସୁଛି ଅସ୍ଥାୟୀ ବସଷ୍ଟାଣ୍ଡ । ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି । ସହରରେ ଟ୍ରାଫିକ ସମସ୍ୟା ମଧ୍ୟ ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ସରକାର ଗତ 2017 ମସିହାରେ ଦେବଗଡ଼ ସହରରେ ଏକ ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିଲେ ।

ଏଥିସକାଶେ ସହର ନିକଟସ୍ଥ ରଜାମୁଣ୍ଡା ଠାରେ ସ୍ଥାନ ନିରୂପଣ କରାଯାଇଥିଲା ଓ ପୂର୍ତ୍ତ ବିଭାଗ ପକ୍ଷରୁ 3 କୋଟି 14 ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇ ଟେଣ୍ଡର ଡକା ଯାଇଥିଲା । ଦେବଗଡ଼ ସହରର ସୁଜିତ କୁମାର ପ୍ରଧାନ ନାମକ ଜଣେ ଠିକାଦାର ଏହାର କାର୍ଯ୍ୟାଦେଶ ପାଇଁ ଗତ 2017 ମସିହା ମାର୍ଚ୍ଚ ମାସ 27 ତାରିଖ ଠାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।

ଏଗ୍ରିମେଣ୍ଟ ଅନୁଯାୟୀ , ଏହି ନୂତନ ବସ ଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ଗତ 2018 ମସିହା ଫେବୃଆରୀ 26 ତାରିଖ ଦିନ ସରିବା କଥା ।

ମାତ୍ର ଅତ୍ୟନ୍ତ ପରିତାପର ବିଷୟ ଯେ, ଇତିମଧ୍ୟରେ ତିନିବର୍ଷ ବିତି ବର୍ଷ ବିତି ଯାଇଥିଲେ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଅଦ୍ୟାବଧି ସମାପ୍ତ ହୋଇପାରି ନାହିଁ । ସଂପୃକ୍ତ ଠିକାଦାର ଓ ବିଭାଗୀୟ କତ୍ତୃପକ୍ଷଙ୍କ ଚରମ ଅବହେଳା କାରଣରୁ ଏହାର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସାରିପାରୁ ନଥିବା କୁହାଯାଉଛି । ସେପଟେ, ନବ ନିର୍ମିତ କୋଠାଟି ପରିତ୍ୟକ୍ତ ଭାବେ ପଡିରହି ମାଟିରେ ମିଶିଯିବାକୁ ବସିଛି ।

ବିଭାଗୀୟ କତ୍ତୃପକ୍ଷ ଏଦିଗରେ ଦୃଷ୍ଟି ଦେଇ ତୁରନ୍ତ ଏହାର ନିର୍ମାଣ କାର୍ଯ୍ୟ ସମାପ୍ତ କରିବା ସହ ଏହାକୁ କାର୍ଯ୍ୟକ୍ଷମ କରିବାକୁ ସହରବାସୀ ଦାବି କରିଛନ୍ତି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details