ଦେବଗଡ: କୋରୋନା ସଂକ୍ରମଣକୁ ନେଇ ଏମାନେ ଦେଲେ ସଚେତନତାର ନିଚ୍ଛୁକ ଉଦାହରଣ । ପରସ୍ପର ଠାରୁ ସାମାଜିକ ଦୂରତା ରକ୍ଷା କରିବା ସହ ସମସ୍ତଙ୍କ ମୁହଁରେ ଥିଲା ମାସ୍କ । ପୋଖରୀ ଖନନରେ ନିୟୋଜିତ ଥିବା ଶ୍ରମିକମାନେ କୋରୋନା ଗାଇଡଲାଇନ ମାନି କାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଛି । ଗରିବ ଓ ଶ୍ରମିକଶ୍ରେଣୀର ହୋଇ ମଧ୍ୟ କୋରୋନାକୁ ନେଇ ଏମାନେ କେତେ ସତର୍କ ଓ ସଜାଗ ଏହି ଠାରୁ ହିଁ ଜଣାପଡିଛି ।
ଦେବଗଡ ଜିଲ୍ଲା ବାରକୋଟ ବ୍ଲକ କେଲଡା ପଞ୍ଚାୟତ ପକ୍ଷରୁ ଶ୍ରମିକଙ୍କୁ କାମଧନ୍ଦା ଯୋଗାଇ ଦେବାକୁ ଏକ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନିଆଯାଇଛି । ଶିବପାଲି ଗାଁରେ ପୋଖରୀ ଖନନ କାର୍ଯ୍ୟରେ 100 ଜଣ ପୁରୁଷ ଓ ମହିଳା ଶ୍ରମିକ ନିୟୋଜିତ ହୋଇଛନ୍ତି । ସମସ୍ତେ ସଂକ୍ରମଣ ଠାରୁ ଦୂରେଇ ରହିବା ପାଇଁ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପିନ୍ଧି କାମରେ ଲାଗିଥିଲେ । ଦେଶ ତଥା ରାଜ୍ୟରେ ଯେଉଁଭଳି ସଂକ୍ରମଣ ବଢିବାରେ ଲାଗିଛି, ତାହାକୁ ଦେଖି ଏମାନେ ସମସ୍ତ ସତର୍କତା ଅବଲମ୍ବନ କରିଥିବାର ଦେଖିବାକୁ ମିଳିଛି ।