ଓଡିଶା

odisha

ETV Bharat / state

ଖାଇଗଲେ ପିଲାଙ୍କ ମଧ୍ୟାହ୍ନ ଭୋଜନ ଓ ଷ୍ଟାଇପେଣ୍ଡ ଟଙ୍କା !

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ତେନ୍ତଳାବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଓ ଷ୍ଟାଇପେଣ୍ଡ ଟଙ୍କା ପ୍ରଦାନରେ ଦୁର୍ନୀତି । ମହାମାରୀ କୋରୋନା କାଳରେ ପିଲାଙ୍କ ପାଇଁ ଆସିଥିବା ଉଦ୍ଧିଷ୍ଟ ମଧ୍ୟାହ୍ନ ଭୋଜନ ଚାଉଳ ଓ ଷ୍ଟାଇପେଣ୍ଡ ଟଙ୍କା ଖାଇଗଲେ ସ୍କୁଲ ପ୍ରଧାନ ଶିକ୍ଷକ । ଏଭଳି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ଖୋଦ ଏଠାରେ ଅଧ୍ୟୟନ କରୁଥିବା ପିଲାଙ୍କ ଅଭିଭାବକ । ଅଧିକ ପଢନ୍ତୁ

ଖାଇଗଲେ ପିଲାଙ୍କ ମଧ୍ୟାହ୍ନ ଭୋଜନ ଓ ଷ୍ଟାଇପେଣ୍ଡ ଟଙ୍କା !
ତେନ୍ତାବାହାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଓ ଷ୍ଟାଇପେଣ୍ଡକୁ ନେଇ ଦୁର୍ନୀତି

By

Published : Jun 10, 2022, 6:58 PM IST

ଦେବଗଡ: ତେନ୍ତାବାହାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଓ ଷ୍ଟାଇପେଣ୍ଡକୁ ନେଇ ଦୁର୍ନୀତି । ରିଆମାଳ ବ୍ଲକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋଟ 176 ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ଏଥିମଧ୍ୟରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ସରକାରଙ୍କ ତରଫରୁ ମଧ୍ୟାହ୍ନ ଭୋଜନ ଓ ଷ୍ଟାଇପେଣ୍ଡ ଟଙ୍କା ଯୋଗାଇ ଦିଆଯାଉଥିଲା। କିନ୍ତୁ କୋରୋନା ମହାମାରୀ ପରଠୁ ସରକାର ପ୍ରତି ପିଲାଙ୍କ ବ୍ୟାଙ୍କ ଆକାଉଣ୍ଟରେ ମଧ୍ୟାହ୍ନ ଭୋଜନ ଓ ଷ୍ଟାଇପେଣ୍ଡ ଟଙ୍କା ଯୋଗାଇ ଦେଇଥିଲେ।

ତେନ୍ତାବାହାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଓ ଷ୍ଟାଇପେଣ୍ଡକୁ ନେଇ ଦୁର୍ନୀତି

କିନ୍ତୁ ଏହି ବିଦ୍ୟାଳୟକୁ ସରକାର ପ୍ରଦାନ କରିଥିବା ମଧ୍ୟାହ୍ନ ଭୋଜନ ଓ ଷ୍ଟାଇପେଣ୍ଡ ଟଙ୍କାରୁ ବଞ୍ଚିତ ହୋଇଛନ୍ତି ଅଧିକାଂଶ ଛାତ୍ରଛାତ୍ରୀ। କେଉଁ କାରଣରୁ ଅଧିକାଂଶ ଛାତ୍ରଛାତ୍ରୀ ସେମାନଙ୍କ ପ୍ରାପ୍ୟ ପାଇବାରୁ ବଞ୍ଚିତ ରହିଲେ ? ତାହାର କୌଣସି ସଠିକ ତଥ୍ୟ ମିଳିପାରିନାହିଁ ।ତେବେ ଏହି ବାବଦକୁ ଆସିଥିବା ଲକ୍ଷାଧିକ ଟଙ୍କା ବିଦ୍ୟାଳୟ ର ପ୍ରଧାନଶିକ୍ଷକ କ୍ଷୀରୋଦ କୁମାର ବେହେରା ଚଞ୍ଚକତା କରି ଆତ୍ମସାତ କରିଥିବା ନେଇ ଛାତ୍ରଛାତ୍ରୀଙ୍କ ଅଭିଭାବକ ସାଂଘାତିକ ଅଭିଯୋଗ କରିଛନ୍ତି। କିନ୍ତୁ ଏହି ଟଙ୍କା ଆତ୍ମସାତ ଅଭିଯୋଗକୁ ଅସ୍ବୀକାର କରିବା ସହ ଅନଲାଇନ ମାଧ୍ୟମରେ ଟଙ୍କା ପ୍ରଦାନ କରାଯାଇଛି ବୋଲି କହିଛନ୍ତି ପ୍ରଧାନ ଶିକ୍ଷକ।


ଇଟିଭି ଭାରତ, ଦେବଗଡ଼

ABOUT THE AUTHOR

...view details