ଦେବଗଡ: ଜିଲ୍ଲାର ବାରକୋଟ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ମାଟୁ ତଳୁ ମିଳିଲା 3 ଗଳିତ ମୃତଦେହ। ମୃତଦେହ ଗୁଡିକ ଜଣେ ମହିଳା ଓ 2 ଶିଶୁଙ୍କର ବୋଲି ଜଣାପଡିଛି। ଜଙ୍ଗଲରୁ ହଠାତ୍ ଗୋଟେ ନୁହେଁ ତିନି ତିନିଟି ମୃତଦେହ ଉଦ୍ଧାର ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।
ସୂଚନା ଅନୁସାରେ, ବାରକୋଟ ଥାନା ଅନ୍ତର୍ଗତ ଦଣ୍ଡସିଂଘା ପଞ୍ଚାୟତର ବାଲିନାଲି ଗାଁ ନିକଟସ୍ଥ ଜଙ୍ଗଲରୁ ଗୋଟିଏ ଶିଶୁର ମୃତଦେହ ଅଧା ପୋତା ଅବସ୍ଥାରେ ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ। ସେ ସଙ୍ଗେସଙ୍ଗେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଶନିବାର ପୋଲିସ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ସହ ପହଞ୍ଚି ଖୋଳା ଖୋଳି କରିବା ପରେ ଆହୁରି ଜଣେ ମହିଳା ଓ ଶିଶୁର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା ।