କଟକ: ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ କଟକ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । କଟକ ଜିଲ୍ଲାର 46 ଟି ଜୋନର ଜିଲ୍ଲା ପରିଷଦ ସଭ୍ୟ ଏହି ବୈଠକରେ ସାମିଲ ହୋଇଥିବା ସୂଚନା ରହିଛି ।
ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋତିରେଖା ନାୟକଙ୍କ ଅଧକ୍ଷତାରେ ଆୟୋଜିତ ଏହି ଷଷ୍ଠ ବୈଠକରେ କଟକ ସାଂସଦ ଭର୍ତ୍ତୃହରି ମହତାଵ ଜଗତସିଂହପୁର ସାସଂଦ ରାଜଶ୍ରୀ ମଲ୍ଲିକ, ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ଦେବୀ ମିଶ୍ର, ଚନ୍ଦ୍ର ସାରଥୀ ବେହେରା, ପ୍ରଶାନ୍ତ ବେହେରା, ସୌଭିକ ବିଶ୍ବାଳ, ପ୍ରମୋଦ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ ।