ଜିଲ୍ଲାବାସୀଙ୍କୁ ଚେତାଇଲେ ଜିଲ୍ଲାପାଳ; ଅବୁଝା ହେଲେ ସାଙ୍ଘାତିକ ହେବ ସ୍ଥିତି
କଟକବାସୀ କୋଭିଡ ନିୟମର ଉଲ୍ଲଙ୍ଘନ କରୁଥିବାରୁ ସଂକ୍ରମଣ ବୃଦ୍ଧି ପାଉଛି । ଏନେଇ ଜିଲ୍ଲାବାସୀଙ୍କୁ ସଚେତନ କରାଇଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ...
ଜିଲ୍ଲାବାସୀଙ୍କୁ ଚେତାଇଲେ ଜିଲ୍ଲାପାଳ; ଅବୁଝା ହେଲେ ସାଙ୍ଘାତିକ ହେବ ସ୍ଥିତି
କଟକ:ଆଜି(ଶନିବାର) ହେଉଛି ସପ୍ତାହନ୍ତ ସଟଡାଉନ । ଏହି ଦୁଇ ଦିନରେ ରାସ୍ତାଘାଟ ପୁରା ଶୂନଶାନ୍ । ହେଲେ ପୂର୍ବରୁ ଯେଉଁ ସୋମବାରଠୁ ଶୁକ୍ରବାର ଦିନ 11 ପର୍ଯ୍ୟନ୍ତ କଟକଣା କୋହଳ ରହିଛି, ଏହାରି ମଧ୍ୟରେ ଅନେକ ସ୍ଥାନରେ କୋଭିଡ କଟକଣା ଉଲ୍ଲଙ୍ଘନ କରାଯାଉଛି । ଏମିତିକି କଟକଣାକୁ ଫୁ କରି ପରିବା ମାର୍କେଟ, ରାସ୍ତାଘାଟ, ମାଛ ମାଂସ ଦୋକାନ ଆଗରେ ଭିଡ଼ ଜମାଉଛନ୍ତି ଲୋକେ । ଯାହାଦ୍ୱାରା ସଂକ୍ରମଣ ବୃଦ୍ଧି ପାଇବାର ଅଧିକ ଆଶଙ୍କା ରହିଛି । ଏନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ କଟକବାସୀଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି ।