କଟକ: କର୍ତ୍ତବ୍ୟ ମଧ୍ୟରେ ନିଜର ସୁରକ୍ଷା ନେବା ବି ନିତ୍ୟାନ୍ତ ଆବଶ୍ୟକ । କାରଣ ଖରା ବର୍ଷା ଶୀତ କାକର ସବୁ ବେଳେ ସଡ଼କ ସୁରକ୍ଷାକୁ ଆଖି ଆଗରେ ରଖି ନିଜର କର୍ତ୍ତବ୍ୟରେ କେବେ ହେଳା କରନ୍ତିନି ଟ୍ରାଫିକ କର୍ମଚାରୀ । ତେଣୁ ଏମାନଙ୍କ ସ୍ବାସ୍ଥ୍ୟ ଠିକ ରହିବା ନିହାତି ଦରକାର । ତେବେ ବର୍ତ୍ତମାନ ଜାରି ରହିଥିବା ଜାତୀୟ ସଡ଼କ ସୁରକ୍ଷା ମାସରେ କଟକର ଟ୍ରାଫିକ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ଉଭୟ ଟ୍ରାଫିକ ପୋଲିସ ଓ ଅଶ୍ବିନୀ ମେଡିକାଲର ସହଯୋଗରେ 50ରୁ ଊର୍ଦ୍ଧ୍ବ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି ।
କର୍ତ୍ତବ୍ୟ ପୂର୍ବରୁ ନିଜର ସୁରକ୍ଷା ଆବଶ୍ୟକ: ଟ୍ରାଫିକ ଡିସିପି - ଟ୍ରାଫିକ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା
ଜାତୀୟ ସଡ଼କ ସୁରକ୍ଷା ମାସରେ କଟକର ଟ୍ରାଫିକ କର୍ମଚାରୀଙ୍କ କରାଯାଇଛି ସ୍ବାସ୍ଥ୍ୟ ପରୀକ୍ଷା। ଉଭୟ ଟ୍ରାଫିକ ପୋଲିସ ଓ ଅଶ୍ବିନୀ ମେଡିକାଲର ସହଯୋଗରେ 50ରୁ ଊର୍ଦ୍ଧ୍ବ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ଅଧିକ ପଢନ୍ତୁ...
କର୍ତ୍ତବ୍ୟ ପୂର୍ବରୁ ନିଜର ସୁରକ୍ଷା ଆବଶ୍ୟକ: ଟ୍ରାଫିକ ଡିସିପି
ଟ୍ରଫିକ ଡିସିପି ସୋମ୍ୟା ମିଶ୍ର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମସ୍ତ କର୍ମଚାରୀଙ୍କୁ ନିଜର ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ପ୍ରବର୍ତ୍ତାଇଥିଲେ । ଡିସିପିଙ୍କ କହିବାନୁସାରେ କର୍ତ୍ତବ୍ୟ ମଧ୍ୟରେ ନିଜର ସ୍ବାସ୍ଥ୍ୟ ବି ଆଗ । ତେଣୁ ସର୍ବଦା ଫିଟ ରହିବା ପାଇଁ ସ୍ବାସ୍ଥ୍ୟ ପରୀକ୍ଷା କରିବା ନିତ୍ୟାନ୍ତ ଆବଶ୍ୟକ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ