ଓଡିଶା

odisha

ETV Bharat / state

କ୍ରିକେଟର ରାଜଶ୍ରୀ ମୃତ୍ୟୁ ଘଟଣା, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଓସିଏ ମହିଳା କ୍ରିକେଟର ରାଜଶ୍ରୀଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର ହୋଇଛି । ତାଙ୍କ ମୃତ୍ୟୁ ନେଇ ନାନା ସନ୍ଦେହ ଉପୁଜୁଥିବାରୁ ସେ ଆତ୍ମହତ୍ୟା ନୁହେଁ ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ରାଜଶ୍ରୀଙ୍କ ପରିବାର । ଅଧିକ ପଢନ୍ତୁ

By

Published : Jan 13, 2023, 6:20 PM IST

କ୍ରିକେଟର ରାଜଶ୍ରୀ ସ୍ବାଇଁ ମୃତ୍ୟୁ ଘଟଣା
କ୍ରିକେଟର ରାଜଶ୍ରୀ ମୃତ୍ୟୁ ଘଟଣା, ହତ୍ୟା ଅଭିଯୋଗ ଆଣିଲେ ପରିବାର

କ୍ରିକେଟର ରାଜଶ୍ରୀ ମୃତ୍ୟୁ ଘଟଣା, ହତ୍ୟା ଅଭିଯୋଗ ଆଣିଲେ ପରିବାର

କଟକ:ଓସିଏ ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ମୃତଦେହ ଖୁଣ୍ଟୁଣି ଜଙ୍ଗଲରୁ ଉଦ୍ଧାର ହୋଇଛି । ଝିଅକୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି ପରିବାର । ଝିଅ କେବେ ବି ଆତ୍ମହତ୍ୟା କରିବ ନାହଁ । ତାକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ରାଜଶ୍ରୀଙ୍କ ପରିବାର । ଏଥିପାଇଁ OCAକୁ ଦାୟୀ କରିଛନ୍ତି । ଘଟଣାର ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ପରିବାର ।

ରାଜଶ୍ରୀଙ୍କ ମାମୁଁ ପୁଅ ଭାଇ କହିଛନ୍ତି, "ଓସିଏ ଓ କୋଚ୍‌ ହିଁ ରାଜଶ୍ରୀଙ୍କୁ ହତ୍ୟା କରିଛନ୍ତି । ସେ ଆତ୍ମହତ୍ୟା କରିବା ଝିଅ ନୁହେଁ । ଶେଷ ଥର ପାଇଁ ମୁଁ ବୁଧବାର ତାସହ କଥା ହୋଇଥିଲି । ଦଳରେ ତାକୁ ସ୍ଥାନ ମିଳି ନଥିବା କହିଥିଲା । ତାଠାରୁ ଭଲ ଖେଳୁ ନଥିବା ଖେଳାଳିଙ୍କୁ ଦଳରେ ସ୍ଥାନ ମିଳିଛି । ଟଙ୍କା ନେଇ ସେମାନେ ଦଳରେ ମିଶିଛନ୍ତି । ସେ OCA ଓ କୋଚ୍‌ଙ୍କ ଆଗରେ ସବୁ କହିବ ବୋଲି ମୋତେ କହୁଥିଲା । ତାକୁ ସେମାନେ ହିଁ ମାରିଛନ୍ତି । ସେ କେବେ ଆତ୍ମହତ୍ୟା କରିପାରିବ ନାହିଁ ତାକୁ ହତ୍ୟା କରାଯାଇଛି । ଦଳ ଚୟନରେ ପାତରଅନ୍ତର କରାଯାଇଛି ।"

ଏହା ବି ପଢନ୍ତୁ...ଜଙ୍ଗଲରୁ ମିଳିଲା କ୍ରିକେଟର ରାଜଶ୍ରୀଙ୍କ ମୃତଦେହ, ହତ୍ୟା ସନ୍ଦେହ

ପୁରୀ ଜିଲ୍ଲା ରାମଚଣ୍ଡୀ ଥାନା ଅନ୍ତର୍ଗତ ଭୂଆଁ ଅଞ୍ଚଳରେ ରାଜଶ୍ରୀଙ୍କ ଘର । ଗତ 11 ତାରିଖରୁ ରାଜଶ୍ରୀ ନିଖୋଜ ଥିଲେ । ବଜ୍ରକବାଟୀରେ ପଡିଥିବା କ୍ୟାମ୍ପ୍‌ରେ ଓଡ଼ିଶା ଦଳରେ ଚୟନ ପାଇଁ କଟକ ଆସିଥିଲେ । ଘରକୁ ଯିବାକୁ କହି ଆଉ ଫେରିନଥିଲେ ରାଜଶ୍ରୀ । ଓଡ଼ିଶା ଦଳରେ ସ୍ଥାନ ପାଇ ନଥିଲେ ରାଜଶ୍ରୀ । ଦୁଇଦିନ ହେବ ତାଙ୍କ ଫୋନ ସୁଇଚ୍‌ ଅଫ୍ ରହିଥିଲା । ପରିବାର ଲୋକଙ୍କ ପାଖରେ ମଧ୍ୟ ରାଜଶ୍ରୀଙ୍କ ବିଷୟରେ କୌଣସି ସୂଚନା ନଥିଲା । ମଙ୍ଗଳବାଗ ଥାନାରେ ରାଜଶ୍ରୀଙ୍କ ନିଖୋଜ ନେଇ କୋଚ୍‌ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏତଲା ଆଧାରରେ ଗୋଟିଏ ଟିମ୍‌ ଆଠଗଡ଼ ଯାଇଥିଲା ଛାନଭିନ କରିଥିଲା । ରାଜଶ୍ରୀଙ୍କ ସ୍କୁଟି ମିଳିବା ସ୍ଥାନରୁ ତାଙ୍କୁ ମୃତଦେହ ମିଳିଥିଲା । କଟକ ମହାବୀର ବାଲେକ୍ସି ହୋଟେଲ ରୁମ୍‌ ନମ୍ବର 211ରେ ରହୁଥିଲେ ରାଜଶ୍ରୀ । ସେପଟେ ରାଜଶ୍ରୀଙ୍କ କୋଚ୍‌ କହିଛନ୍ତି ରାଜଶ୍ରୀ ଜଣେ ଖୁସି ମିଜାଜ ପିଲା । ଦଳ ଚୟନରେ କୌଣସି ଅନିୟମିତତା ହୋଇନାହିଁ । ଚୂଡାନ୍ତ ତାଲିକାରେ ନାଁ ନଥିଲେ ବି ସେ ପ୍ରଶିକ୍ଷଣ ବିଭାଗରେ ରହି ତାଲିମ ନେଉଥିଲେ । ଗତ 11 ତାରିଖରେ ହୋଟଲରୁ ପ୍ରଶିକ୍ଷଣ ଶିବିରକୁ ବାହାରି ଥିଲେ ହେଲେ ଶିବିରରେ ପହଞ୍ଚିନଥିଲେ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details