ଓଡିଶା

odisha

ମଙ୍ଗଳାବାଗ ଓ ଦରଘା ବଜାର ପୂଜା କମିଟିର ସହାୟତାରେ ଲାଗିଲା ସିସିଟିଭି

ସହରର ମୁଖ୍ୟ ଛକ, ବଜାର ଅଞ୍ଚଳକୁ ସିସିଟିଭି ନଜରରେ ରଖିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ। ଖୁସି ଖବର ହେଉଛି ବିଭିନ୍ନ ପୂଜା କମିଟି ଏଥିପାଇଁ ଏବେ ବଢାଇଛନ୍ତି ସହଯୋଗର ହାତ।

By

Published : Feb 4, 2021, 12:03 PM IST

Published : Feb 4, 2021, 12:03 PM IST

ମଙ୍ଗଳାବାଗ ଓ ଦରଘା ବଜାର ପୂଜା କମିଟିର ସହାୟତାରେ ମୁଖ୍ୟ ଛକରେ ଲାଗିଲା ସିସି ଟିଭି
ମଙ୍ଗଳାବାଗ ଓ ଦରଘା ବଜାର ପୂଜା କମିଟିର ସହାୟତାରେ ମୁଖ୍ୟ ଛକରେ ଲାଗିଲା ସିସି ଟିଭି

କଟକ: ସହରର ମୁଖ୍ୟ ଛକ, ବଜାର ଅଞ୍ଚଳକୁ ସିସିଟିଭି ନଜରରେ ରଖିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ। ଖୁସି ଖବର ହେଉଛି ବିଭିନ୍ନ ପୂଜା କମିଟି ଏଥିପାଇଁ ଏବେ ବଢାଇଛନ୍ତି ସହଯୋଗର ହାତ। ମଙ୍ଗଳାବାଗ ଓ ଦରଘା ବଜାର ପୂଜା କମିଟିର ସହାୟତାରେ ଉଭୟ ଅଞ୍ଚଳର ମୁଖ୍ୟ ଛକରେ ଫାଇବର ଅପ୍ଟିକାଲ ସିସି ଟିଭି ସର୍ଭିଲାନ୍ସ ବ୍ୟବସ୍ଥା କରାଯାଇଛି।

ମଙ୍ଗଳାବାଗ ଓ ଦରଘା ବଜାର ପୂଜା କମିଟିର ସହାୟତାରେ ମୁଖ୍ୟ ଛକରେ ଲାଗିଲା ସିସି ଟିଭି

କଟକ ଡିସିପି ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ସିସିଟିଭିର ନିୟନ୍ତ୍ରଣ କଟକ ଡିସିପିଙ୍କ କାର୍ଯ୍ୟାଳୟର ମଡର୍ଣ୍ଣ କଣ୍ଟ୍ରୋଲ ରୁମରେ ରଖାଯାଇଛି। ଆଗାମୀ ଦିନରେ ଅନ୍ୟାନ୍ୟ ପୂଜା କମିଟି ମଧ୍ୟ ନିଜ ନିଜ ଅଞ୍ଚଳରେ ଏପରି ବ୍ୟବସ୍ଥା କରିବାରେ କମିଶନରେଟ ପୋଲିସକୁ ସହାୟତା କରିବେ ବୋଲି ଆଶା କରାଯାଉଛି। କରେଣ୍ଟ ନଥିବା ସମୟରେ ମଧ୍ୟ ଏହି ସିସିଟିଭିରେ ରେକର୍ଡ ଓ ଷ୍ଟୋର କରିବା ବ୍ୟବସ୍ଥା ରହିଛି। ଏହାକୁ ମିଶାଇ କଟକ ସହରର ୪ ଟି ପୂଜା କମିଟି ଏପ୍ରକାର ପଦକ୍ଷେପ ନେଲେଣି କଟକ ସହରରେ। ନିକଟ ଭବିଷ୍ୟତରେ ଆଉ ପ୍ରାୟ ୧୦ଟି ପୂଜା କମିଟି ଏହି ଧାରାକୁ ଆଗକୁ ବଢାଇବାର ରହିଛି ସମ୍ଭାବନା।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details