ଓଡିଶା

odisha

ETV Bharat / state

ମୃତ ଶିଶୁକୁ କୋଳରେ ଧରି ଖେଳଣା ବିକିଲା ମା'

କଟକ ବକ୍ସି ବଜାର ଛକରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଘଟଣା । ମୃତ ଶିଶୁକୁ କୋଳରେ ଧରି ରାସ୍ତାରେ ଖେଳଣା ବିକିଲା ମା । ଜିଲ୍ଲା ପ୍ରସାଶନର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବହୁତ ବୁଝାଇବା ପରେ ମୃତ ଶିଶୁକୁ ମା' ଠାରୁ ଅଲଗା କରିଥିଲେ । ଏଥିସହ ଅନ୍ୟ 2 ଶିଶୁ କନ୍ୟାଙ୍କୁ ବସୁନ୍ଧରାରେ ନେଇ ଥଇଥାନ କରାଯାଇଛି ।

By

Published : Jul 19, 2019, 2:33 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଛୁଆର ମୃତ୍ୟୁକୁ ସହଜେ ସ୍ବୀକାର କରିପାରିଲାନି ମା' । ମୃତ ଶିଶୁକୁ କୋଳରେ ଧରି ରାସ୍ତାରେ ଖେଳଣା ବିକିଲା ମା । ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା କଟକ ବକ୍ସି ବଜାର ଛକରେ । ଆର୍ଥିକ ଦୂରବସ୍ଥାରୁ ଶିଶୁର ଚିକିତ୍ସା କରି ପାରି ନଥିବା ମା'ର ଦୁଃଖ ଆଉ କ୍ଷୋବ ଜଳ ଜଳ ହୋଇ ବାରି ହୋଇ ପଡୁଥିଲା । ଏସମ୍ପର୍କରେ ଖବର ପାଇ ଜିଲ୍ଲା ପ୍ରସାଶନର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବହୁତ ବୁଝାଇବା ପରେ ମୃତ ଶିଶୁକୁ ମା' ଠାରୁ ଅଲଗା କରିଥିଲେ । ଏଥିସହ ଅନ୍ୟ 2 ଶିଶୁ କନ୍ୟାଙ୍କୁ ବସୁନ୍ଧରାରେ ନେଇ ଥଇଥାନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଘଟଣାଟି ହୋଇଛି ଏମିତି, କଟକ ବକ୍ସିବଜାର ଅଞ୍ଚଳରେ ସୁବାସ ନାୟକ ଓ ସ୍ତ୍ରୀ ଭାରତୀ ପ୍ରଭା ନାୟକ 3 ଝିଅ ଙ୍କୁ ନେଇ ରହୁଥିଲେ । ସ୍ୱାମୀ ଦିନ ମଜୁରିଆ କାମ କରୁଥିବାବେଳେ ଆର୍ଥିକ ଅବସ୍ଥା ଠିକ ନଥିବାରୁ ଉଭୟଙ୍କ ମଧ୍ୟରେ ବିଭିନ୍ନ ସମୟରେ କଳହ ଲାଗି ରହୁଥିଲା । 4 ମାସ ତଳେ ତାଙ୍କ ସାନ ଝିଅ ରାସ୍ତା ପାର୍ଶ୍ୱରେ ପ୍ରସବ ହୋଇଥିଲା । ଜନ୍ମ ପରେ କୌଣସି କାରଣରୁ ଶିଶୁର ଅଣ୍ଟାରେ ଆଘାତ ଲାଗିଥିବାରୁ ତାଙ୍କୁ ଶିଶୁ ଭବନରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ପାଖରେ ଟଙ୍କା ନଥିବାରୁ ଠିକ ଭାବରେ ଚିକିତ୍ସା ହୋଇପାରି ନଥିଲା । ତେବେ ବକ୍ସିବଜାର ଛକରେ ଭାରତୀ ନିଜ ତିନି କୁନି ଝିଅଙ୍କୁ ଧରି ଖେଳଣା ବିକ୍ରି କରୁଥିଲେ । ତେବେ ଅଚାନକ ତାଙ୍କ ଶିଶୁ କନ୍ୟାର ମୃତ୍ୟୁ ହୋଇଯାଇଥିଲା । ତଥାପି ସେ ମୃତ ଶିଶୁକୁ ଧରି ରାସ୍ତାରେ ଖେଳଣା ବିକ୍ରି କରିବା ଦୃଶ୍ୟ ଚର୍ଚ୍ଚା ସୃଷ୍ଟି କରିଥିଲା ।

ଘଟଣା ସମ୍ପର୍କରେ ଖବର ପାଇ ପାରାଲିଗାଲ ଭଲ୍ୟୁଣ୍ଟଅର ବିଭୁତି ରାୟ, ଡିସିପିଓ ପ୍ରଗତି ମହାନ୍ତି ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ ମିଶ୍ର ପହଞ୍ଚି ମୃତ ଶିଶୁକୁ ଉଦ୍ଧାର କରିଥିଲେ । ଏଥିସହ ଅନ୍ୟ 2 ଶିଶୁ କନ୍ୟାଙ୍କୁ ବସୁନ୍ଧରାରେ ରଖିବା ପାଇଁ ବ୍ୟବସ୍ଥା କରିଥିଲେ । ଅନ୍ୟପଟେ ମା ଭାରତୀ ନାୟକଙ୍କ ମାନସିକ ଅବସ୍ଥା ଠିକ ନ ଥିବାରୁ ତାଙ୍କୁ ଏସସିବିର ମାନସିକ ବିଭାଗରେ ଭର୍ତ୍ତି କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details