କଟକ:ମୌସୁମୀ ପୂର୍ବରୁ ଜଳବନ୍ଦୀ ସମସ୍ୟାରେ ପଡ଼ିବ ପୂର୍ଣ୍ଣଚ୍ଛେଦ । ଏଣିକି ବର୍ଷା ଦିନରେ କଟକରେ ଦେଖା ଦେବନି ଜଳବନ୍ଦୀ ସମସ୍ୟା। ବକ୍ସ ଡ୍ରେନ କାମ ଅଧାରୁ ଅଧିକ ଶେଷ ହୋଇଥିଲା ବେଳେ ଛୋଟ ନାଳ ଉଝୁଲା କାମ ଏକ ପ୍ରକାର ଶେଷ ହୋଇଛି । ହାତରେ କମ ସମୟ ଥିବାରୁ ବଡ଼ ନାଳରୁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ପଙ୍କ ଉଝୁଲା କାର୍ଯ୍ୟ ଆରମ୍ଭ କରାଯାଇଛି । ବିଗତ ବର୍ଷ ମାନଙ୍କରେ ଯେଉଁ ଜଳବନ୍ଦୀ ସମସ୍ୟା କଟକରେ ଉପୁଜୁଥିଲା ତାହା ଚଳିତବର୍ଷ ଆଉ ଦେଖିବାକୁ ମିଳିବନି ବୋଲି ଆଶା କରାଯାଉଛି । କାହିଁକି ନା ଯାଇକା କାର୍ଯ୍ୟ ଶେଷ ହେବାକୁ ଥିବା ବେଳେ ଜଳ ନିଷ୍କାସନ ପାଇଁ ସବୁ ଯୋଜନା ସ୍ଥିର ହୋଇ ସାରିଛି ।
ପୂର୍ବରୁ ବକ୍ସ ଡ୍ରେନ ନାଳ ସ୍ଥିତି ସମୀକ୍ଷା କରିଥିଲେ ମେୟର କମିଶନର । ପଟାପୋଲ ଠୁ ମାତୃଭୂବନ ନିର୍ମାଣ ଧୀନ ଅବସ୍ଥାରେ ରହିଥିବା ବକ୍ସ ଡ୍ରେନ ର କାର୍ଯ୍ୟକୁ ବୁଝିବା ସହ ସ୍ଥାନୀୟ ଲୋକଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି ମେୟର ଓ କମିଶନର । 450 କୋଟି ଟଙ୍କା ବିନିମୟରେ କଟକରେ ଜାରି ରହିଥିବା ବକ୍ସ ଡ୍ରେନର ପୂର୍ଣ୍ଣ ନିର୍ମାଣ ହୋଇଗଲେ ଯାତାୟାତ ମଧ୍ୟ ଆହୁରି ସ୍ବଚ୍ଛଳ ହୋଇଯିବ । ଅନ୍ୟପଟେ ଯଦି ଲଘୁଚାପ ବର୍ଷା ଆରମ୍ଭ ହୁଏ ତେବେ ଏହାର ମୁକାବିଲା ପାଇଁ ମଧ୍ୟ ସିଏମସି ପ୍ରସ୍ତୁତ ରହିଛି । ତଳିଆ ଅଞ୍ଚଳ ମାନଙ୍କରେ ପମ୍ପ୍ ସେଟ, ନାଳକୁ ସଫା ରଖିବା ପାଇଁ ଯୋଜନା ସହ କାର୍ଯ୍ୟ ମଧ୍ୟ ଜାରି ରହିଛି ।