କଟକ:ଆଜି ବିଦାୟ ନେଉଛନ୍ତି ମା' ଜଗତଜନନୀ। ଚଳିତବର୍ଷ ବିନା ଭକ୍ତ ଆଉ ଶୋଭାଯାତ୍ରାରେ ମାଆଙ୍କ ବିସର୍ଜନ କରାଯାଇଛି। ପ୍ରତ୍ୟକ ବର୍ଷ କେବଳ ଦେବୀଗଡାରେ ସହରର ସମସ୍ତ ମଣ୍ଡପର ବିସର୍ଜନ କରାଯାଏ। କିନ୍ତୁ ଚଳିତବର୍ଷ ସହରର ୧୪ ଟି ସ୍ଥାନରେ କୃତ୍ରିମ ପୋଖରୀ ନିର୍ମାଣ କରାଯାଇ ମାଙ୍କ ବିସର୍ଜନ କରାଯାଇଛି। ଯାହାକି ଦଶହରା ଇତିହାସରେ ପ୍ରଥମଥର ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ବିନା ଭକ୍ତରେ ଏଥର ମାଆଙ୍କ ବିସର୍ଜନ ହୋଇଛି ।
ଭାଙ୍ଗିଲା ଦୀର୍ଘ ବର୍ଷର ପରମ୍ପରା। ପ୍ରଥମଥର ପାଇଁ କଟକ ସହରରେ ବିନା ଭକ୍ତ ଓ ଶୋଭାଯାତ୍ରାରେ ହେଲା ମୂର୍ତ୍ତି ବିସର୍ଜନ। କେବଳ ସେତିକି ନୁହେଁ, ଦେବୀଗଡାରେ ସହରର ସମସ୍ତ ମଣ୍ଡପର ମୂର୍ତ୍ତି ବିସର୍ଜନର ପରମ୍ପରା ରହିଥିବା ବେଳେ ଚଳିତବର୍ଷ ଏହା ଭଙ୍ଗ ହୋଇଛି। ଭଷାଣ ପାଇଁ ପ୍ରସିଦ୍ଧଲାଭ କରିଥିବା କଟକ ଆଜି ଖାଁ ଖାଁ। ନା ଅଛି ଡ଼ାକବାଜି ଯନ୍ତ୍ର, ନା ପାରମ୍ପରିକ ବାଦ୍ୟ, ନା ଅଛି ଶୋଭାଯାତ୍ରା। ମାତ୍ର ଗୋଟିଏ ଘଣ୍ଟ ବଜାଇ ଚଳିତବର୍ଷ ମୂର୍ତ୍ତି ବିସର୍ଜନ କରାଯାଉଛି। ସେହିପରି ପ୍ରଥମଥର ପାଇଁ ଟଲିରେ ମାଙ୍କୁ ବିସର୍ଜନ ପାଇଁ ନଦୀକୁ ନିଆଯାଉଛି। ତେବେ ମାଙ୍କୁ ମେଲାଣି ଦେବା ଦିନ ସାହି ପରିକ୍ରମା କରାଯିବାର ପରମ୍ପରା ରହିଥିବା ବେଳେ ଚଳିତବର୍ଷ ଏହା ଭଙ୍ଗ ହୋଇଛି।