କଟକ: ଦେଶରେ ଦିନକୁ ଦିନ ବଢୁଛି ହିଂସା ଓ ଅପରାଧ । ଯାହା ଏବେ ଚରମ ସୀମାରେ ପହଞ୍ଚିଛି । ଯାହା ପାଇଁ ଦେଶ ଏବେ ତଳିତଳାନ୍ତ ହେବା ଦିଗରେ ଅଗ୍ରସର ହେଉଛି । ଦେଶରେ ଦେଖାଦେଇଥିବା ଏହି ସମସ୍ୟା ପାଇଁ କେଵଳ ରାଜନୈତିକ ପ୍ରୋତ୍ସାହନ ଦାୟୀ ବୋଲି ଅଭିଯୋଗ କରିଛି ସମ୍ପୂର୍ଣ୍ଣ କ୍ରାନ୍ତି ଅଭିଯାନ ।
ବଢି ଚାଲିଛି ହିଂସା ଓ ଅପରାଧ: ରାଷ୍ଟ୍ରପତିଙ୍କୁ ଚିଠି ଲେଖିବ ସମ୍ପୂର୍ଣ୍ଣ କ୍ରାନ୍ତି ଅଭିଯାନ
ଦେଶରେ ହିଂସା ଓ ଅପରାଧ ଏବେ ଚରମ ସୀମାରେ ପହଞ୍ଚିଛି । ଏଥିରେ ହସ୍ତକ୍ଷେପ କରିବା ପାଇଁ ରାଷ୍ଟ୍ରପତିଙ୍କ ସହଯୋଗ ଲୋଡିଲା ସମ୍ପୂର୍ଣ୍ଣ କ୍ରାନ୍ତି ଅଭିଯାନ ।
ଡକ୍ଟର ରାମମୋହନ ଲୋହିଆଙ୍କ ଶ୍ରାଦ୍ଧ ଦିବସ ଅବସରରେ କଟକ ସହରର ବିଶିଷ୍ଟ ବ୍ୟକ୍ତିମାନେ ସମ୍ପୂର୍ଣ୍ଣ କ୍ରାନ୍ତି ଅଭିଯାନ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦେଶରେ ମାଡି ଆସୁଥିବା ମହାବିପଦକୁ କିପରି ଟାଳି ହେବ ସେଥିପାଇଁ ରାଷ୍ଟ୍ରପତି ନିଜେ ହିଁ ନିଷ୍ପତି ଗ୍ରହଣ କରିବା ଦରକାର । କାରଣ ରାଜନୈତିକ ଦଳ ପରୋକ୍ଷ ଓ ପ୍ରତ୍ୟକ୍ଷରେ ହିଂସା ଓ ଗୁଣ୍ଡାରାଜକୁ ଦେଶରେ ପ୍ରଶୟ ଦେଉଛନ୍ତି । ତେବେ ଆସନ୍ତା 25 ତାରିଖରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଚିଠି ଲେଖାଯିବ ବୋଲି କହିଛନ୍ତି ସମ୍ପୂର୍ଣ୍ଣ କ୍ରାନ୍ତି ଅଭିଯାନର ମୁଖ୍ୟ ସଚିବ ଯୁଗଳ କିଶୋର ନାୟକ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ