କଟକ: ନବବଧୂ ଲକ୍ଷ୍ମୀପ୍ରିୟା ମୃତ୍ୟୁ ଘଟଣାର ନ୍ୟାୟ ଦାବିରେ ପରିବାର ଲୋକେ ଉତ୍ୟକ୍ତ ହେବା ସହ ରାସ୍ତାରୋକ କରିଛନ୍ତି । ଲକ୍ଷ୍ମୀର ଏପରି ଅବସ୍ଥା ପାଇଁ ଶୀଘ୍ର ନ୍ୟାୟ ଦାବିରେ ପରିବାର ଲୋକେ ମରଶରୀରକୁ ସାଥିରେ ଧରି ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି ।
କଟକ ସହରର ଶିଖରପୁର ଅଞ୍ଚଳରେ ବିବାହର କିଛି ଦିନ ପରେ ଆତ୍ମହତ୍ୟା ବାଟ ବାଛିଥିଲା ୨୮ ଦିନର ନବ ବିବାହିତା ବଧୂ ଲଷ୍ମୀପ୍ରିୟା ସ୍ବାଇଁ । ପରିବାର ଲୋକେ ଯୌତୁକ ଜନିତ ହତ୍ୟା ଅଭିଯୋଗ ଆଣିବା ପରେ ପୋଲିସ ଶାଶୁ, ଶ୍ବଶୁର ଓ ସ୍ୱାମୀଙ୍କୁ ଚାଉଳିଆଗଞ୍ଜ ଥାନାରେ ଅଟକ ରଖିଥିଲା।