ଓଡିଶା

odisha

ETV Bharat / state

ଭେଇକିଲ ଅଣ୍ଡର ପାସ୍‌ ନିର୍ମାଣ, ଯାତାୟତରେ କଟକଣା ଲଗାଇଲା CMC - ୧୬ ନମ୍ବର ଜାତୀୟ ରାଜପଥରେ କଟକଣା

ଭେଇକିଲ ଅଣ୍ଡର ପାସ ନିର୍ମାଣ ନେଇ ସାଧାରଣ ଗମନାଗମନ ଉପରେ କଟକଣା ଲଗାଇଛି ସିଏମସି । ଓଡ଼ିଶା ଅର୍ବାନ ପୋଲିସ ଆକ୍ଟ 2003 ଧାରା 28 ଏବଂ କମିଶନରେଟ ପୋଲିସ କଟକ ଓ ଭୁବନେଶ୍ବର ପବ୍ଲିକ ଅର୍ଡର 2008 ଧାରା 36 ଅନୁସାରେ ଏହି ପାସ ନିର୍ମାଣ କରାଯାଉଛି । ଅଧିକ ପଢ଼ନ୍ତୁ

vehicle underpass construction in cuttack
ଭେଇକିଲ ଅଣ୍ଡର ପାସ ନିର୍ମାଣ ଯୋଗୁଁ ଗମନାଗମନରେ କଟକଣା ଲଗାଇଲା CMC

By

Published : Mar 18, 2022, 8:12 AM IST

କଟକ: ଭେଇକିଲ ଅଣ୍ଡର ପାସ ନିର୍ମାଣ ନେଇ ସାଧାରଣ ଗମନାଗମନ ଉପରେ କଟକଣା ଲଗାଇଛି ସିଏମସି । ଓଡ଼ିଶା ଅର୍ବାନ ପୋଲିସ ଆକ୍ଟ 2003 ଧାରା 28 ଏବଂ କମିଶନରେଟ ପୋଲିସ କଟକ ଓ ଭୁବନେଶ୍ବର ପବ୍ଲିକ ଅର୍ଡର 2008 ଧାରା 36 ଅନୁସାରେ ଏହି ପାସ ନିର୍ମାଣ କରାଯାଉଛି । ଏଥିପାଇଁ ଯାନବାହାନ ଚଳାଚଳ ଉପରେ କଟକଣା ଲଗାଯାଇଛି ।

ଭେଇକିଲ ଅଣ୍ଡର ପାସ ନିର୍ମାଣ ଯୋଗୁଁ ଗମନାଗମନରେ କଟକଣା ଲଗାଇଲା CMC

କଟକ 16 ନମ୍ବର ଜାତୀୟ ରାଜପଥ ଶିଖରପୁରରର ଭେଇକିଲ ଅଣ୍ଡର ପାସ ନିର୍ମାଣ ହେଉଥିବାରୁ ଯାତ୍ରୀ ମାନଙ୍କ ଗମନାଗମନ ଉପରେ କମିଶନରେଟ ପୋଲିସ କଟକଣା ଲଗାଇଛି । ଓମପି ଆଡୁ ଆସୁଥିବା ସମସ୍ତ ଯାନ ବାହାନ ଶିଖରପୁର ଛକର 400 ମିଟର ପୂର୍ବରୁ ସର୍ଭିସ ରୋଡ଼ ଦେଇ ମୁଖ୍ୟ ରାଜପଥରେ ପହଞ୍ଚି ପାରିବେ । ସେହିପରି ଯୋବ୍ରାରୁ ଜଗତପୁର ଆଡ଼କୁ କିମ୍ବା ଓମପି ଆଡ଼କୁ ଆସିଲା ବେଳେ କାଳିଆବୋଦା ଭେଇକିଲ ଅଣ୍ଡର ପାସ ଦେଇ ପାର୍ଶ୍ଵରେ ଥିବା ସର୍ଭିସ ରୋଡ଼ରେ ଯିବା ପାଇଁ ବ୍ୟବସ୍ଥା କରାଯାଇଛି ।

ଏହିପରି ଅନେକ ନିୟମାବଳୀ କମିଶନରେଟ ପୋଲିସ ପକ୍ଷରୁ ଜାରି କରଯାଇଛି । ତେବେ ଏହି ନିୟମ 180 ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ । ଆଜି ଠାରୁ (ଶୁକ୍ରବାର) ଆରମ୍ଭ କରି ସେପ୍ଟେମ୍ବର 13 ପର୍ଯ୍ୟନ୍ତ ଏହି କଟକଣା ରହିବ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details