ଓଡିଶା

odisha

ETV Bharat / state

ଧର୍ମମାସ ଆରମ୍ଭରୁ ଅସମ୍ଭାଳ ପରିବା ଦର, ଚିନ୍ତାରେ ଖାଉଟି - କଟକ ପରିବା ଦର ବୃଦ୍ଧି ଖବର

ଧର୍ମ ମାସ ଆରମ୍ଭରେ ପରିବା ଦର ଚଡକ । ଯାହାକୁ ନେଇ ଚିନ୍ତାରେ ସାଧାରଣ ଖାଉଟି । 500 ଟଙ୍କାରେ ମଧ୍ୟ ଭରୁନି ବ୍ୟାଗ । ଅଧିକ ପଢନ୍ତୁ..

ବେଲଗାମ ପରିବା ଦର, ସମସ୍ୟାରେ ଖାଉଟିଙ୍କ ହାଣ୍ଡିଶାଳ
ବେଲଗାମ ପରିବା ଦର, ସମସ୍ୟାରେ ଖାଉଟିଙ୍କ ହାଣ୍ଡିଶାଳ

By

Published : Nov 1, 2020, 6:05 PM IST

କଟକ: କାର୍ତ୍ତିକ ଆରମ୍ଭ ହେଉ ହେଉ ପରିବା ଦର ଆକାଶଛୁଆଁ । ଯାହା ଖାଉଟିଙ୍କ ଉପରେ ମହଙ୍ଗା ମାଡ ସାଜିଛି । କାର୍ତ୍ତିକକୁ ଧର୍ମ ମାସ କୁହାଯାଉଥିବାବେଳେ, ମାସଟା ଯାକ ଓଡିଶାର ପ୍ରାୟ ସମସ୍ତ ପରିବାର ଆମିଷକୁ ବର୍ଜନ କରି ନିରାମିଷ ଭୋଜନ କରିଥାନ୍ତି। କିନ୍ତୁ ପରିବା ଦର ଅହେତୁକ ବୃଦ୍ଧି ଯୋଗୁଁ ପୂର୍ବରୁ କେଜିଏ ପରିବା କିଣିନେଉଥିବା ବେଳେ, ଏବେ 200 କିମ୍ବା 250 ଗ୍ରାମର ପରିବା କିଣୁଛନ୍ତି ଖାଉଟି । କାରଣ ପୂର୍ବରୁ ଯେଉଁ ଦର 50 ଟଙ୍କା ଥିଲା ତାହା ଏବେ 100 ଛୁଇଁଛି । ଏପରି ବୃଦ୍ଧିରେ ସମ୍ଭ୍ରାନ୍ତ ଶ୍ରେଣୀର ଲୋକମାନଙ୍କ ଉପରେ ଏହା କିଛି ପ୍ରଭାବ ପକାଉନଥିବାବେଳେ ସାଧାରଣ ଲୋକେ କେବଳ ଜୀବନ ବଞ୍ଚାଇବା ପାଇଁ ଅଳ୍ପ କିଛି ପରିବା କିଣି ନେଉଥିବା କହିଛନ୍ତି ଖାଉଟି ମାନେ ।

ଧର୍ମମାସ ଆରମ୍ଭରୁ ଅସମ୍ଭାଳ ପରିବା ଦର, ଚିନ୍ତାରେ ଖାଉଟି

ଅନ୍ୟପଟେ ଚଢାଦର ନେଇ ବ୍ୟବସାୟୀ ସଂଘ ସମ୍ପାଦକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ସମସ୍ତ ପ୍ରକାର ପରିବା ପାଇଁ ଆମେ ପ୍ରାୟତଃ ବାହାର ରାଜ୍ୟ ଉପରେ ନିର୍ଭର କରିଥାଉ । ସେଠାରେ ଏବେ ପରିବା ଦର ଅଧିକ ରହିଥିବାରୁ ରାଜ୍ୟରେ ବି ଦର ବୃଦ୍ଧି ପାଉଛି । ଆମ ରାଜ୍ୟରେ ଏବେ ପରିବା ଅମଳ ହୋଇନାହିଁ । ଯାହା କିଛି ଅମଳ ହୋଇଥାଆନ୍ତା ଗତ ବନ୍ୟା ଓ ଲଗାଣ ବର୍ଷାରେ ସବୁ ନଷ୍ଟ ହୋଇଛି । ଆଉ ଯେଉଁ ପରିବା ପରବର୍ତ୍ତୀ ସମୟରେ ଲାଗିଛି ତାହା ଅମଳ ହେବାକୁ ଆହୁରି ଦେଢ ମାସ ସମୟ ଲାଗିବ । ଯେ ପର୍ଯ୍ୟନ୍ତ ମାର୍କେଟକୁ ଲୋକାଲ ପରିବା ନ ଆସିଛି ସେପର୍ଯ୍ୟନ୍ତ ଦର ନିୟନ୍ତ୍ରଣ ହେବ ନାହିଁ ।

ପରିବା ଦର ବୃଦ୍ଧି ଏବେ ଖାଉଟିଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବାବେଳେ, ଖାଉଟିଙ୍କ ହାଣ୍ଡିଶାଳ ଉପରେ ବେଶ ପ୍ରଭାବ ପକାଇଛି । ତେବେ କେବେ ଏହି ଦରରେ ହ୍ରାସ ପାଇବ ସେହି ଦିନକୁ ଚାତକ ପରି ଚାହିଁ ବସିଛନ୍ତି ସାଧରଣବର୍ଗ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details