ଓଡିଶା

odisha

ETV Bharat / state

ନଦୀରୁ ଅଜଣା ମୃତଦେହ ଉଦ୍ଧାର: ମିଳୁନି କୂଳଶ୍ରୀ ଗ୍ରାମର ଗଦାଧର ଜେନାଙ୍କ ପତ୍ତା

ନିଆଳି ଥାନା ଦେବୀ ନଦୀରୁ ଅଜଣା ମୃତଦେହ ଉଦ୍ଧାର । ହତ୍ୟା କି ଆତ୍ମହତ୍ୟା ନେଇ ପୋଲିସର ତଦନ୍ତ ଆରମ୍ଭ । ସେପଟେ ଦୁଇ ଦିନ ଧରି ନଖୋଜ ଥିବା ଗଦାଧର ଜେନାଙ୍କ ମିଳୁନି ପତ୍ତା । ଅଧିକ ପଢନ୍ତୁ

By

Published : Jul 27, 2023, 9:58 PM IST

ନଦୀରୁ ଉଦ୍ଧାର ହେଲା ଅଜଣା ମୃତଦେହ
ନଦୀରୁ ଉଦ୍ଧାର ହେଲା ଅଜଣା ମୃତଦେହ

ନଦୀରୁ ଉଦ୍ଧାର ହେଲା ଅଜଣା ମୃତଦେହ

ନିଆଳି: ଦେବୀ ନଦୀରେ ଭାସୁଥିଲା ମୃତଦେହ । ନଦୀରେ ମାଛ ଧରୁଥିବା ମାଛ ଧରାଳି ମୃତ୍ୟୁଦେହକୁ ଉଦ୍ଧାର କରିବା ସହିତ ନିକଟସ୍ଥ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ । ନିକଟରେ ନିଆଳି କୂଳଶ୍ରୀ ଗ୍ରାମର ଗଦାଧର ଦେବୀ ନଦୀକୁ ଡେଉଁ ପଡିଥିବା ସନ୍ଦେହ କରାଯାଇଥିଲା । ଉଦ୍ଧାର କରାଯାଇଥିବା ମୃତଦେହ କୂଳଶ୍ରୀ ଗ୍ରାମର ଗଦାଧର ଜେନାଙ୍କର ବୋଲି ଅନୁମାନ କରିଥିଲେ ଗ୍ରାମବାସୀ । ପରେ ପରିବାର ଲୋକେ ଏହି ମୃତଦେହକୁ ଚିହ୍ନଟ କରିବାକୁ ଆସିଥିବା ବେଳେ ଏହା ଗଦାଧରଙ୍କ ନୁହେଁ ବୋଲି ସ୍ପଷ୍ଟ କରିଥିଲେ । ତେବେ ଏହି ମୃତ ଯୁଵକ କିଏ ଏବଂ ଗଦାଧର ଜେନା ଏବେ କେଉଁଠି ସେନେଇ ଚର୍ଚ୍ଚା ଜୋର ଧରିଛି ।

ମିଳିଥିବା ସୂଚନା ଅନୁସାରେ ସକାଳୁ କଟକ ଜିଲ୍ଲା ନିଆଳି ଥାନା ଦେବୀନଦୀ କାଳଖ ବ୍ରିଜ ନିକଟରେ ଏକ ମୃତଦେହ ଭାସି ଯାଉଥିବା ଦେଖିବାକୁ ପାଇଥିଲେ ମାଛ ଧରାଳି । ଗତ ଦୁଇଦିନ ତଳେ ନିଆଳି ଥାନା କୂଳଶ୍ରୀ ଗ୍ରାମର ଗଦାଧର ଜେନା କୂଳଶ୍ରୀ ବ୍ରିଜ୍‌ ଦେବୀନଦୀରେ ଡେଉଁ ପଡ଼ିଥିବା ନେଇ ସମଗ୍ର ଅଞ୍ଚଳରେ ପ୍ରଚାର ହୋଇଥିଲା । ଏହାପରେ ଓଡ୍ରାଫ୍‌ ଟିମ୍‌ ଓ ସ୍ଥାନୀୟ ଗ୍ରାମବାସୀ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା ଗଦାଧରଙ୍କ କୌଣସି ସନ୍ଧାନ ମିଳିପାରି ନଥିଲା ।

କରଞ୍ଜ ଗ୍ରାମର ମାଛ ଧରାଳି ଜାନୁ ପ୍ରଧାନ କୂଳଶ୍ରୀ ଗ୍ରାମର ଗଦାଧରଙ୍କ ମୃତଦେହ ନଦୀରେ ଭାସୁଥିବା ସନ୍ଦେହ କରି ଉକ୍ତ ମୃତଦେହକୁ ଉଦ୍ଧାର କରିଥିଲେ । ଖବର ପାଇ କୂଳଶ୍ରୀ ଗ୍ରାମର ଲୋକେ ଏବଂ ନିଆଳି ବ୍ଳକର ଅଧ୍ଯକ୍ଷ ଦେଵୀନଦୀ ନିକଟରେ ପହଞ୍ଚିଥିଲେ । ଏହାପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ନିଆଳି ବ୍ଳକ ଅଧ୍ଯକ୍ଷ । ପରେ ଅଗ୍ନିଶମ ବିଭାଗ ମୃତଦେହକୁ ନଦୀ ତ୍ସୋତରୁ ଉଦ୍ଧାର କରିଥିଲା । କିନ୍ତୁ ଏହି ମୃତଦେହ କୂଳଶ୍ରୀ ଗ୍ରାମର ଗଦାଧର ଜେନାଙ୍କ ନୁହେଁ ବୋଲି ସ୍ପଷ୍ଟ ହୋଇଛି ।

ଅଧିକ ପଢ଼ନ୍ତୁ: ଦେବୀ ନଦୀକୁ ଡେଇଁ ପଡ଼ିଲେ ବୃଦ୍ଧ ! 24 ଘଣ୍ଟା ପରେ ବି ମିଳୁନି ପତ୍ତା

ପୋଲିସ ସୂଚନା ଅନୁଯାୟୀ, ଉଦ୍ଧାର ହୋଇଥିବା ମୃତ ଯୁବକ ବୟସ ୨୦ରୁ ୨୫ ବର୍ଷ ହେବ ।‌ କେମିତି ନଦୀ ସ୍ରୋତରେ ଭାସି ଆସିଲେ ଏବଂ କିପରି ଏହି ଯୁବକଙ୍କ ମୃତ୍ୟୁ ହୋଇଛି ସ୍ପଷ୍ଟ ହୋଇପାରି ନାହିଁ । ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ତେବେ ଗତ ମଙ୍ଗଳବାର ଦିନଠାରୁ କୂଳଶ୍ରୀ ଗ୍ରାମର ଗଦାଧର ଜେନା ଦେବୀ ନଦୀରେ ଡେଇଁ ପଡ଼ିଥିବା ନେଇ ପରିବାର ସନ୍ଦେହ କରୁଛନ୍ତି ତେବେ ଗଦାଧରଙ୍କ କୌଣସି ପତ୍ତା ମିଳି ପାରିନାହିଁ ।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details