କଟକ: ଲୋକମାନ୍ୟ ତିଲକ ଟ୍ରେନ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଗୁରୁବାର ସନ୍ଧ୍ୟାରେ ଅଚାନକ ଏସସିବି ମେଡିକାଲ ଆସି ଆହତ ମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ଆହତଙ୍କୁ କିପରି ଭାବେ ଉପଯୁକ୍ତ ସେବା ମିଳିବ ସେନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଏହାସହିତ ମେଡିକାଲର ଭିତ୍ତିଭୂମି ରୋଗୀଙ୍କ ପାଇଁ ଉପଯୁକ୍ତ ନଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଶୌଚାଳୟଠୁ ଆରମ୍ଭ କରି ରୋଗୀଙ୍କ ରହିବା ପର୍ଯ୍ୟନ୍ତ ସବୁ ଦିଗରେ ଘୋର ଅଭାବ ରହିଛି ଏସିବି ମେଡିକାଲରେ । କେବଳ ସେତିକି ନୁହେଁ କଟକ ବଡ ମେଡିକାଲରେ ରୋଗୀ ସେବା ପ୍ରଦାନ କ୍ଷେତ୍ରରେ କିଭଳି ଭାବେ ଆଗକୁ ବିକାଶ ହେବ ସେଥିରେ ଗୁରୁତ୍ବରୋପ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।