କଟକ: ନରାଜ ନିକଟରେ ମହାନଦୀରେ ଦୁଇ ଛାତ୍ର ବୁଡିଯିବା ଘଟଣାକୁ ବିତିଗଲାଣି 24 ଘଣ୍ଟାରୁ ଅଧିକ ସମୟ । ହେଲେ ଏପର୍ଯ୍ୟନ୍ତ ଦୁଇଜଣ ଉଦ୍ଧାର ହୋଇ ପାରିଲେ ନାହିଁ । ଗତ ମଙ୍ଗଳବାର ମଧ୍ୟାହ୍ନରୁ ନିଖୋଜ ହେବା ପରେ ଅଗ୍ନିଶମ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ବୁଧବାର ସକାଳୁ ମଧ୍ୟ ଓଡରାଫ ଓ ଏନଡିଆରଏଫ ପକ୍ଷରୁ 6ରୁ ଊର୍ଦ୍ଧ୍ବ ଟିମ୍ ଜରିଆରେ ଜୋରଦାର ସର୍ଚ୍ଚ ଅପରେସନ କରାଯାଇଛି । ହେଲେ ସେମାନଙ୍କର କୌଣସି ପତ୍ତା ମିଳିନଥିବା ଜଣାପଡ଼ିଛି ।
ଏହା ମଧ୍ୟ ପଢ଼ନ୍ତୁ:ରେତ ଡ୍ୟାମରେ ବୁଡି ଛାତ୍ର ନିଖୋଜ, ଖୋଜୁଛି ଓଡ୍ରାଫ ଟିମ୍
ମହାନଦୀର ପ୍ରତିଟି ସ୍ଥାନରେ ତନ୍ନତନ୍ନ କରି ଉଦ୍ଧାରକାରୀ ଟିମ ଯାଞ୍ଚ କରୁଛନ୍ତି । ହେଲେ ଏପର୍ଯ୍ୟନ୍ତ ଦୁଇ ନିଖୋଜ ଛାତ୍ରଙ୍କର କୌଣସି ପତ୍ତା ମିଳି ପାରୁନାହିଁ । ମହାନଦୀର ସୁଅ ଅଧିକ ଥିବାରୁ ତଳମୁଣ୍ଡକୁ ଭାସି ଯାଇଥିବା ସନ୍ଦେହରେ ଜୋବ୍ରା ଆଡ଼କୁ ମଧ୍ୟ ସର୍ଚ୍ଚ ଅପରେସନ କରାଯାଇଛି । ଅନ୍ୟପଟେ ସ୍ଥାନୀୟ ବାସିନ୍ଦା ମଙ୍ଗଳବାର ଏବଂ ତା' ପୂର୍ବଦିନ କିଛି ପିଲାଙ୍କୁ ଏଠାରେ ଗାଧୋଇବାର ଦେଖି ସେଠାରୁ ପାଟି କରି ବିଦା କରିଥିଲେ । ହେଲେ ବାରମ୍ବାର ଏଠାକୁ ବାହାର ପିଲା ମଉଜ ପାଇଁ ଆସୁଥିବା କାରଣରୁ ଏଭଳି ଦୁର୍ଘଟଣା ଘଟିଥିବା କଥା ସ୍ଥାନୀୟ ଲୋକେ କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ:ନରାଜ ବ୍ୟାରେଜରେ ଦୁଇ ନିଖୋଜ ଛାତ୍ର ! ଖୋଜୁଛି ଅଗ୍ନିଶମ ବିଭାଗ