ଓଡିଶା

odisha

By

Published : Dec 11, 2022, 6:51 PM IST

ETV Bharat / state

31 ପର୍ଯ୍ୟନ୍ତ ଚେତାବନୀ, ନମାନିଲେ ରାଜ୍ୟ ବ୍ୟାପି ଧର୍ମଘଟ ଧମକ ଦେଲା ରାଜ୍ୟ ଟ୍ରକ ମାଲିକ ସଂଘ

scarp ପଲିସି ଏବଂ 5 ଦଫା ଦାବି ନେଇ ଟ୍ରକ ମାଲିକ ସଙ୍ଘର ଧର୍ମଘଟ ଡାକରା । ଆସନ୍ତା ଜାନୁଆରୀ 11 ତାରିଖରୁ ରାଜ୍ୟ ବ୍ୟାପି ଧର୍ମଘଟ ର ଡାକରା ଦେଇଛି ରାଜ୍ୟ ଟ୍ରକ ମାଲିକ ସଂଘ । ଅଧିକ ପଢନ୍ତୁ

31 ପର୍ଯ୍ୟନ୍ତ ଚେତାବନୀ, ନମାନିଲେ ରାଜ୍ୟ ବ୍ୟାପି ଧର୍ମଘଟ : ରାଜ୍ୟ ଟ୍ରକ ମାଲିକ ସଂଘ
31 ପର୍ଯ୍ୟନ୍ତ ଚେତାବନୀ, ନମାନିଲେ ରାଜ୍ୟ ବ୍ୟାପି ଧର୍ମଘଟ : ରାଜ୍ୟ ଟ୍ରକ ମାଲିକ ସଂଘ

31 ପର୍ଯ୍ୟନ୍ତ ଚେତାବନୀ, ନମାନିଲେ ରାଜ୍ୟ ବ୍ୟାପି ଧର୍ମଘଟ : ରାଜ୍ୟ ଟ୍ରକ ମାଲିକ ସଂଘ

କଟକ:ରାଜ୍ୟ ବ୍ୟାପି ଧର୍ମଘଟ ନିଷ୍ପତ୍ତି ନେଲା ରାଜ୍ୟ ଟ୍ରକ ମାଲିକ ସଂଘ । scarp ପଲିସି ଏବଂ 5 ଦଫା ଦାବି ନେଇ ଟ୍ରକ ମାଲିକ ସଙ୍ଘର ଧର୍ମଘଟ ଡାକରା । ଆସନ୍ତା ଜାନୁଆରୀ 11 ତାରିଖରୁ ରାଜ୍ୟ ବ୍ୟାପି ଧର୍ମଘଟର ଡାକରା ଦେଇଛି ଟ୍ରକ ମାଲିକ ସଙ୍ଘ । ରାଜ୍ୟ ସରକାରଙ୍କ ଦ୍ୱାରା 15 ବର୍ଷରୁ ଅଧିକ ଗାଡିକୁ ରାସ୍ତାରୁ ହଟାଇବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛି ସଂଘ ।

ଟ୍ରକ୍‌ର ଭଡ଼ା ସରକାରୀ ସ୍ତରରେ ଆଜି ପର୍ଯ୍ୟନ୍ତ ଧାର୍ଯ୍ୟ ନକରି ଟ୍ରକ୍‌ ଗୁଡିକୁ ରାସ୍ତାରୁ ହଟାଇବାକୁ ନିୟମ ଜାରି କରିଛନ୍ତି ସରକାର । ଗତ ସେପ୍ଟେମ୍ବର ମାସରୁ ପରିବହନ ସଚିବଙ୍କୁ ଆଲୋଚନା ପାଇଁ ବାରମ୍ବାର ଅନୁରୋଧ ପରେ ମଧ୍ୟ ରାଜ୍ୟ ସରକାର ଟ୍ରକ୍‌ ମାଲିକ ସଙ୍ଘକୁ ଅଣଦେଖା କରିଥିବା ଅଭିଯୋଗ ହୋଇଛି । ନୂତନ ସ୍କ୍ରାପ୍‌ ନିୟମରେ ଦୁଇବର୍ଷ କୋହଳ କରିବା, ପୁରୁଣା ଗାଡି ବଦଳରେ ନୂଆ ଗାଡିର 20 ପ୍ରତିଶତ ଦାମ ଦେବା, ନୂଆ ଗାଡ଼ିର 25 ପ୍ରତିଶତ ରୋଡ୍‌ଟ୍ୟାକ୍ସ ଦଶବର୍ଷ ପର୍ଯ୍ୟନ୍ତ ଛାଡ଼ କରିବା, କମ୍ପାନୀ ନୂଆଗାଡି ପାଇଁ 10 ପ୍ରତିଶତ ରିହାତି ଦେବା, 15 ବର୍ଷ ପରିବର୍ତ୍ତେ 20 ବର୍ଷରେ ଗାଡିକୁ ରାସ୍ତାରୁ ହଟାଇବା ସହିତ ଅନ୍ୟାନ୍ୟ ଦାବି କରି ଆଲୋଚନା ପାଇଁ ଚଳିତ ମାସ 31 ତାରିଖ ପର୍ଯ୍ୟନ୍ତ ସରକାରଙ୍କୁ ସମୟ ଦେଇଛି ସଙ୍ଘ ।

ଯଦି ସରକାର ଏ ସମ୍ବନ୍ଧୀୟ କୌଣସି ସକରାତ୍ମକ ପଦକ୍ଷେପ ନନିଅନ୍ତି ତେବେ ସଙ୍ଘ ନିଜର ନାର୍ଯ୍ୟ ଦାବି ପାଇଁ ରାଜରାସ୍ତାକୁ ଓହ୍ଲାଇବା ସହିତ ରାଜ୍ୟରେ ଚାଲୁଥିବା 2,10 ହଜାର ଲକ୍ଷରୁ ଉର୍ଦ୍ଧ୍ବ ଟ୍ରକ ସେବାରୁ ନିବୃତ ରହିବେ ବୋଲି ଧମକ ଦେଇଛି । ଆସନ୍ତା ଜାନୁଆରୀ 11 ତାରିଖଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଟ୍ରକ୍‌ ପରିବହନ ସେବା ବନ୍ଦ ରହିବ । ଏହା ସହ ଆନ୍ତଃ ରାଜ୍ୟ ପରିବହନ ସେବା ବନ୍ଦ କରାଯିବ ବୋଲି କହିଛନ୍ତି ଟ୍ରକ୍‌ ମାଲିକ ସଙ୍ଘର ସଭାପତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details