ଓଡିଶା

odisha

ETV Bharat / state

ମାହାଙ୍ଗା ଡବଲ ମର୍ଡର, ବଢ଼ିଲା ବିଧାୟକ ପ୍ରତାପ ଜେନାଙ୍କ ପାଇଁ ଅଡୁଆ - ଅଦାଲତି ମାମଲାର ସମ୍ମୁଖୀନ ହେବେ ପ୍ରତାପ

ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗ । ଆଗକୁ ଅଦାଲତି ମାମଲାର ସମ୍ମୁଖୀନ ହେବେ ପ୍ରତାପ ଜେନା । ଅଧିକ ପଢନ୍ତୁ

MLA Pratap Jena
MLA Pratap Jena

By ETV Bharat Odisha Team

Published : Sep 25, 2023, 7:17 PM IST

Updated : Sep 25, 2023, 8:46 PM IST

ମାହାଙ୍ଗା ଡବଲ ମର୍ଡର, ବଢ଼ିଲା ବିଧାୟକ ପ୍ରତାପ ଜେନାଙ୍କ ପାଇଁ ଅଡୁଆ

କଟକ:ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ବଢ଼ିପାରେ ଅଡୁଆ । 2021 ମସିହା ମାହାଙ୍ଗା ଡବଲ ମର୍ଡର ମାମଲାରେ ପ୍ରତାପ ଜେନା ଆଗକୁ ଅଦାଲତି ମାମଲାର ସମ୍ମୁଖୀନ ହେବେ । ମୃତକଙ୍କ ପରିବାର ପକ୍ଷରୁ ଦାୟର ହୋଇଥିବା ପ୍ରୋଟେଷ୍ଟ ପିଟିସନକୁ କୋର୍ଟ ଗ୍ରହଣ କରିଛନ୍ତି । ଆଇପିସି ଧାରା 302, 506, 102b ଆଧାରରେ ପ୍ରତାପ ଜେନାଙ୍କ ବିରୁଦ୍ଧରେ ମକଦ୍ଦମା ଚାଲିବ ବୋଲି ଆଜି JMFC ସାଲେପୁର ନିର୍ଦ୍ଦେଶ ଦେଇଛନ୍ତି ।

21 ଜାନୁୟାରୀ 2021ରେ ଘଟିଥିଲା ମାହାଙ୍ଗା ଡବଲ ମର୍ଡର । ଏହି ଘଟଣାରେ କୁଳମଣି ଓ ଦିବ୍ୟସିଂହ ବରାଳଙ୍କ ମୃତ୍ୟୁ ହୋଇଥିଲା । ଏତଲାକାରୀ ରମାକାନ୍ତ ବରାଳ 13 ଜଣଙ୍କ ନାଁରେ ଅଭିଯୋଗ କରିଥିଲେ । 13 ଜଣ ଅଭିଯୁକ୍ତରୁ 9 ଜଣ ଗିରଫ ହୋଇଥିଲେ । ଏତଲା ଅନୁଯାୟୀ 13ନଂ ଅଭିଯୁକ୍ତ ଥିଲେ ପ୍ରତାପ ଜେନା । 2021 ଜାନୁଆରୀ 6 ତାରିଖରେ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ବାଳଙ୍କ ମୃତ୍ୟୁ ଘଟିଥିଲା । 2023 ଜାନୁଆରୀରେ ରମାକାନ୍ତଙ୍କ ମୃତ୍ୟୁ ଘଟିଥିଲା । ରମାକାନ୍ତଙ୍କ ସାନ ଭାଇ ରଞ୍ଜିତ ବରାଳ କେସ ଲଢ଼ିଥିଲେ । 5ଟି ସାକ୍ଷୀ ସିଡିଆର ରିପୋର୍ଟକୁ ଆଧାର କରି ପ୍ରତାପ ଜେନାଙ୍କ ନାଁରେ 302, 506,102b ଦଫା ଲାଗିଛି ।

ଏହା ବି ପଢନ୍ତୁ- Mahanga Double Murder Case: ଶୀଘ୍ର ତଦନ୍ତ ରି‌ପୋର୍ଟ ଦାଖଲ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ

ଏହି ଘଟଣାରେ ମାହାଙ୍ଗା ଥାନା ଅଧିକାରୀଙ୍କୁ ପୂର୍ବରୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ କୋର୍ଟ । ତାଙ୍କ ବିରୋଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆ ନଯିବ ସେନେଇ ଉତ୍ତର ରଖିବାକୁ ନୋଟିସ ଜାରି କରିଥିଲେ କୋର୍ଟ । ପରବର୍ତ୍ତୀ ଶୁଣାଣି ମଧ୍ୟରେ ନୋଟିସର ଉତ୍ତର ରଖିଵାକୁ ଥାନା ଅଧିକାରୀ ନିହାର ମହାନ୍ତିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ପୁନଃ ତଦନ୍ତ ରିପୋର୍ଟ ଓ ସିଡିଆର ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ଥିବା ସତ୍ତ୍ବେ ତାରିଖ ପରେ ତାରିଖ ବଦଳାଉଥିଲେ ଥାନାଧିକାରୀ ।

ଏହା ବି ପଢନ୍ତୁ- Mahanga Double Murder: ୬ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ

କେବଳ ସେତିକି ନୁହେଁ, ଆଦେଶ ସତ୍ତ୍ବେ କାଲି କୋର୍ଟରେ ହାଜର ହୋଇନଥିଲେ ଥାନାଧିକାରୀ । ତେବେ ମାହାଙ୍ଗା ପୋଲିସ ମାଗିଥିବା ମାସେ ଟାଇମ୍‌ ପିଟିସନକୁ ଖାରଜ କରିଥିଲେ ଜେଏମଏଫସି କୋର୍ଟ । ଗତ ୩ ମାସ ହେଲା ସମୟ ଗଡ଼ାଇ ଚାଲିଥିଲା ପୋଲିସ । ଏହାକୁ ନେଇ କୋର୍ଟ ବିରକ୍ତି ପ୍ରକାଶ କରିଥିଲେ । ତେବେ ନଭେମ୍ବର ୨୫ ତାରିଖ ସୁଦ୍ଧା ଚାର୍ଜସିଟ୍ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, କଟକ

Last Updated : Sep 25, 2023, 8:46 PM IST

ABOUT THE AUTHOR

...view details