ଓଡିଶା

odisha

ETV Bharat / state

ପୂର୍ବ ସ୍ଥିତିକୁ ଫେରୁଛି ସିଲଭର ସିଟି

'ଫନି'ରେ ବିଧ୍ବଂସ ଲୀଳାରେ ଉଜୁଡ଼ି ଯାଇଥିବା ସିଲିଭର ସିଟି କଟକର ସ୍ଥିତି ଏବେ ଧୀରେଧୀରେ ସୁଧୁରୁଛି । ଯୋଗଯୋଗ ଓ ଗମନାଗମନ କ୍ଷେତ୍ରରେ ବ୍ୟାପକ ଉନ୍ନତି ଆସିସାରିଲାଣି ବୋଲି କହିଛନ୍ତି ରାଜସ୍ୱ ଡିଭିଜିନାଲ କମିଶନର ଅନୀଲ କୁମାର ସାମଲ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, କଟକ

By

Published : May 14, 2019, 3:30 PM IST

କଟକ: ଧୀରେଧୀରେ ସୁଧୁରିବାରେ ଲାଗିଛି ଜୀବନଯାପନ ପ୍ରଣାଳୀ । 'ଫନି'ର ଜୋରଦାର ଆଘାତରେ ସମ୍ପୂର୍ଣ୍ଣ ବେହାଲ ହୋଇପଡିଥିଲା କଟକ । ଯାହାକୁ ନେଇ କଟକ ବାସୀଙ୍କ ମଧ୍ୟରେ ଯେତିକି ଦୁଃଖ ରହିଥିଲା ସେତିକି ଅସନ୍ତୋଷ ମଧ୍ୟ ଦେଖାଦେଇଥିଲା । କିନ୍ତୁ ଵର୍ତ୍ତମାନ ସହରର ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ।

ବିଜୁଳି ପାନୀୟ ଜଳ ଯୋଗାଣ ରିଲିଫ ଓ ଯୋଗାଯୋଗ ଗମନାଗମନ କ୍ଷେତ୍ରରେ ବ୍ୟାପକ ଉନ୍ନତି ଆସିସାରିଲାଣି ବୋଲି କହିଛନ୍ତି ରାଜସ୍ୱ ଡିଭିଜିନାଲ କମିଶନର ଅନୀଲ କୁମାର ସାମଲ ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, କଟକ

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସହରର କିଛି ସ୍ଥାନରେ ଵର୍ତ୍ତମାନ ସୁଦ୍ଧା ବିଜୁଳି ସଂଯୋଗ ହୋଇପାରିନାହିଁ । ଯାହାଫଳରେ ସେ ଅଞ୍ଚଳର ଲୋକମାନେ ନାହିଁନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । କିନ୍ତୁ ଦୁଇରୁ ତିନି ମଧ୍ୟରେ ସମ୍ପୂର୍ଣ୍ଣ ସହର ଆଲୋକିତ ହେବ ।

କଟକର ଗ୍ରାମାଞ୍ଚଳରେ ଫନିର ସର୍ବାଧିକ ପ୍ରଭାବିତ କରିଥିଲା । କିନ୍ତୁ ଵର୍ତ୍ତମାନ ଗ୍ରମାଞ୍ଚଳରେ ମଧ୍ୟ ସ୍ଥିତି ସୁଧୁରିବାରେ ଲାଗିଛି ।

ଏହାଛଡା ରିଲିଫ ଵ୍ୟଵସ୍ଥା ଚଳିତ ମାସ 8 ତାରିଖରୁ ସହରରେ ଆରମ୍ଭ କରାଯାଇଛି । ବର୍ତ୍ତମାନ ସୁଦ୍ଧା 80 ରୁ 90 ପ୍ରତିଶତ ଲୋକ ରିଲିଫ ପାଇସାରିଲେଣି ବୋଲି କମିଶନର କହିଛନ୍ତି । ଯେଉଁମାନେ ରିଲିଫ ପାଇବାରୁ ବଞ୍ଚିତ ହୋଇଛନ୍ତି ଯଥାଶୀଘ୍ର ସେମାନଙ୍କୁ ଯୋଗାଇ ଦିଆଯିବ ବୋଲି କହିଛନ୍ତି କମିଶନର ।


କଟକରୁ ପ୍ରଭୁ କଲ୍ଯାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details