ଓଡିଶା

odisha

ETV Bharat / state

ପାଣି ପାଇଁ ଡହଳବିକଳ କଟକବାସୀ, ଗାଧୋଇବାକୁ ମହାନଦୀରେ ଭିଡ - cuttack

ଫନି ପାଇଁ ସହରରେ ଉପୁଜିଛି ଜଳ ସମସ୍ୟା । ପ୍ରତିଦିନ ମହାନଦୀରେ ବୁଡ଼ ପକାଉଛନ୍ତି ହଜାର ହଜାର ଲୋକେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : May 6, 2019, 5:24 PM IST

କଟକ: ଫନି ପାଇଁ ମହାନଦୀ ସାଜିଛି ଗଙ୍ଗା ନଦୀ । ପ୍ରତିଦିନ ବୁଡ଼ ପକାଉଛନ୍ତି ହଜାର ହଜାର ଲୋକେ । ପିଲା ଛୁଆ ସହ ନଦୀରେ ଗାଧୋଇବାକୁ ଲାଗୁଛି ଭିଡ । କାରଣ ଫନି ଯୋଗୁଁ ସହରରେ ଉପୁଜିଛି ଜଳ ସମସ୍ୟା । ଯାହାକୁ ନେଇ ସହରରେ ଦେଖାଦେଇଛି ନାହିଁ ନ ଥିବା ଅସୁବିଧା । ଗାଧୋଇବା ତ ଦୂରର କଥା ପିଇବା ପାଇଁ ମଧ୍ୟ ପାଣିର ସଠିକ ବ୍ୟବସ୍ଥା ହୋଇପାରିନି ସିଲଭର ସିଟିରେ । ଯାହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ସାଧାରଣ ଜନତା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ତେବେ ସାଧାରଣ ଜନତାଙ୍କର ରହିଛି ଏଭଳି କିଛି ପ୍ରଶ୍ନ...

କ'ଣ ପାଇଁ ପମ୍ପ ହାଉସରେ ଜେନେରେଟର ମୁତୟନ କରାଯାଉ ନାହିଁ ? କ'ଣ ପାଇଁ କେବଳ ପାଣି ଟ୍ୟାଙ୍କର ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଉଛି ଜିଲ୍ଲା ପ୍ରଶାସନ ? ଜୀବନ ବଞ୍ଚିବା ପାଇଁ ପ୍ରଥମେ ଜଳର ଆବଶ୍ୟକତା ରହିଛି । ଯଦି ଜଳ ନ ମିଳିବ ତେବେ ସହର ବାସୀଙ୍କ କଥା ନ କହିବା ଭଲ ବୋଲି କହିଛନ୍ତି ସାଧାରଣଜନତା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details