କଟକ:ଏକ ନାମିଦାମୀ କମ୍ପାନୀର କାର୍ଡ କରାଇବା ଦେବା ନାରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । କାର୍ଡ କରାଇ ଦେବା ସହ ଜିନିଷ କିଣାଇ ଦେବାକୁ କହି 56 ଜଣଙ୍କ ଠାରୁ 12 ଲକ୍ଷ ଟଙ୍କା ଠକି ନେଲେ ଠକ । ଅଭିଯୋଗ ପରେ ତଦନ୍ତ କରି ପୋଲିସ 3ଜଣଙ୍କୁ ଗିରଫ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଡିସିପି ଅନୀଲ ମିଶ୍ର । ଗିରଫ ଅଭିଯୁକ୍ତ ହେଉଛନ୍ତି ବିନୋଦ କୁମାର ସାହୁ , ଅଙ୍କିତ ଜେନା ଓ ସତ୍ୟନାରାୟଣ ମହାରଣା । ଠକେଇର ମାଷ୍ଟର ମାଇଣ୍ଡ ରଶ୍ମି ରଞ୍ଜନ ଚୋଧୁରୀ ଫେରାର ହୋଇଯାଇଥିବା ସୂଚନା ରହିଛି।
ଟଙ୍କା ଠକେଇର ଶିକାର ହେବା ପରେ ଜଣେ ବ୍ୟକ୍ତି ଏନେଇ ମଧୁପାଟଣା ଥାନାରେ ଏତଲା ଦେଇଥିଲେ । ସେହିପରି ସମ୍ପୃକ୍ତ କମ୍ପାନୀର ପକ୍ଷରୁ ମଧ୍ୟ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । 2ଟି ମାମଲା ଥାନାରେ ଦାୟର ହେବା ପରେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ସମ୍ପୃକ୍ତ କମ୍ପାନୀର କର୍ମଚାରୀ ବିନୋଦ କୁମାର ସାହୁଙ୍କ ସହାୟତା ଠକାମୀର ଜାଲ ବିଛାଇଥିଲେ ଅଭିଯୁକ୍ତ। ଯାହାର ମାଷ୍ଟର ମାଇଣ୍ଡ ଥିଲା ରଶ୍ମିରଞ୍ଜନ ଚୌଧୁରୀ । ନାମି କମ୍ପାନୀର କାର୍ଡ କରାଇଦେବା କହି ପ୍ରାୟ 56 ଜଣଙ୍କ ଠାରୁ ଅଭିଯୁକ୍ତ ମାନେ 12 ଲକ୍ଷ ଟଙ୍କା ଠକି ନେଇଥିଲେ । ପୋଲିସ ବର୍ତ୍ତମାନ 3 ଜଣଙ୍କୁ ଗିରଫ କରିଥିବା ବେଳେ ଠକେଇର ମାଷ୍ଟର ମାଇଣ୍ଡ ରଶ୍ମିରଞ୍ଜନ ଚୌଧୁରୀ ଫେରାର ରହିଛି । ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ରଶ୍ମିରଞ୍ଜନଙ୍କୁ ଗିରଫ କରିବା ପାଇଁ ପ୍ରୟାସ କରାଯାଉଛି ।