ଓଡିଶା

odisha

ETV Bharat / state

ସଂଘର୍ଷ ଆଣିଦେଲା ସଫଳତା: ହାତଗୋଡ ଅଚଳ, ବିଜନେସରେ ଅଟଳ

କଟକ ଦେଉଳସାହି ଅଞ୍ଚଳର ଦିବ୍ୟାଙ୍ଗ ମନୋଜ ସ୍ବାଇଁ । ଜଣେ ଦିବ୍ୟାଙ୍ଗ ହୋଇ ସେ ଏକ ଟ୍ରାଭେଲ ଏଜେନ୍ସି ଚଳାଉଛନ୍ତି । ଆଉ ନିଜର ଦୃଢ଼ ପ୍ରତିଜ୍ଞା ବଳରେ ସଫଳତାର ସହ ଏ ଦିଗରେ ଅଗ୍ରସର ହୋଇ ଚାଲିଛନ୍ତି । ପଢନ୍ତୁ ତାଙ୍କ ସଂଘର୍ଷମୟ କାହାଣୀ...

By

Published : Mar 12, 2020, 9:34 PM IST

The story of the successful businessman handicapped Manoj and his struggle life
ସଫଳ ବ୍ୟବସାୟୀ ଦିବ୍ୟାଙ୍ଗ ମନୋଜ ଓ ତାଙ୍କ ସଂଘର୍ଷର କାହାଣୀ

କଟକ: ଦୃଢ଼ ଇଚ୍ଛାଶକ୍ତି ଆଗରେ ଫିକା ପଡିଯାଏ ସବୁ କିଛି । ଲକ୍ଷ୍ୟ ସାଧନା ଦିଗରେ ଶରୀର ଅପେକ୍ଷା ମନ ବଳର ଆବଶ୍ୟତକା ଅଧିକ । ଏପରି ଜଣେ ବ୍ୟକ୍ତିତ୍ବ ହେଲେ ହ୍ବିଲ୍ ଚେୟାରକୁ ସାଥୀ କରିଥିବା କଟକ ଦେଉଳସାହି ଅଞ୍ଚଳର ଦିବ୍ୟାଙ୍ଗ ମନୋଜ ସ୍ବାଇଁ । ଜଣେ ଦିବ୍ୟାଙ୍ଗ ହୋଇ ସେ ଏକ ଟ୍ରାଭେଲ ଏଜେନ୍ସି ଚଳାଉଛନ୍ତି । ଆଉ ନିଜର ଦୃଢ଼ ପ୍ରତିଜ୍ଞା ବଳରେ ସଫଳତାର ସହ ଏ ଦିଗରେ ଅଗ୍ରସର ହୋଇ ଚାଲିଛନ୍ତି । କେବଳ ଏତିକି ନୁହେଁ ନିଜକୁ ସ୍ବାବଲମ୍ବୀ କରିବା ସହ ଆଉ 30 ଜଣ ବେକାରୀଙ୍କୁ ଦେଇଛନ୍ତି ନିଯୁକ୍ତି । ଆଉ ସମାଜ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ ।

ସଫଳ ବ୍ୟବସାୟୀ ଦିବ୍ୟାଙ୍ଗ ମନୋଜ ଓ ତାଙ୍କ ସଂଘର୍ଷର କାହାଣୀ

2011 ମସିହାରେ ଏକ ବଡ ଦୁର୍ଘଟଣାରେ ମନୋଜଙ୍କ ଶରୀରର ଅଧା ଅଙ୍ଗ ଅକାମୀ ହୋଇଯାଇଥିଲା । ଏହା ପରେ ମା' ସୁମିତ୍ରା ସ୍ବାଇଁଙ୍କ କ୍ୟାନସର ଜନିତ ମୃତ୍ୟୁ ତାଙ୍କ ଜୀବନରେ ଆଣି ଦେଇଥିଲା ଆଉ ଏକ ଅପୂରଣୀୟ ଯନ୍ତ୍ରଣା । ହେଲେ ଏମିତି ସ୍ଥିତିରେ ସେ ଭାଙ୍ଗି ନଯାଇ ଦୃଢତାର ସହ ନିଜ ପାରିବାରିକ ଜୀବନ ଏବଂ କର୍ମମୟ ଜୀବନ ଉଭୟର ଦାୟିତ୍ବ ବେଶ ଭଲ ଭାବରେ ତୁଲାଉଥିଲେ । ଯାହାର ପରିଣାମ ସ୍ବରୂପ ତାଙ୍କ ପରିବାର ଆଜି ବେଶ ଖୁସିରେ ଜୀବନ ବିତାଉଛି ବୋଲି କହିଛନ୍ତି ମନୋଜଙ୍କ ବାପା ।

ସେପଟେ ତାଙ୍କର ଏଭଳି ପ୍ରୟାସ ସମସ୍ତଙ୍କ ପାଇଁ ପ୍ରେରଣା ସାଜିଥିବା ବେଳେ ତାଙ୍କ ଟ୍ରାଭେଲ ଏଜେନ୍ସିରେ କାର୍ଯ୍ୟ କରୁଥିବା 30 ଜଣ କର୍ମଚାରୀ ତାଙ୍କୁ ନିଜର ଗୁରୁ ବୋଲି ଭାବନ୍ତି । ସେ ନିଜ କର୍ମଚାରୀଙ୍କୁ କୌଣସି ଷ୍ଟାଫ୍‌ ଭଳି ନୁହେଁ ଘରର ସଦସ୍ୟ ଭଳି ବ୍ୟବହାର କରନ୍ତି ବୋଲି ଅଫିସରେ କାମ କରୁଥିବା ଜଣେ ଷ୍ଟାଫ୍‌ କହିଛନ୍ତି ।

ମନୋଜ ନିଜର 30 ଜଣ ସଦସ୍ୟଙ୍କୁ ନେଇ ଆଜି ଯେଉଁ ସ୍ଥାନରେ ଟ୍ରାଭେଲ ଏଜେନ୍ସି ଖୋଲିଛନ୍ତି ଦିନେ ସେ ସ୍ଥାନରୁ ତରୁଭୂଜ ବ୍ୟବସାୟ ଆରମ୍ଭ କରିଥିଲେ । ଯାହାର ଘର ଭଡା ବାବଦକୁ ସେ 500 ଟଙ୍କା ଦେଉଥିଲେ। ହେଲେ ବର୍ତ୍ତମାନ ମନୋଜ ଏକ ଟ୍ରାଭେଲ ଏଜେନ୍ସି ଚଳାଇ ସେଥିରୁ ମାସିକ 1ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ରୋଜଗାର କରୁଛନ୍ତି । ଯାହା ତାଙ୍କ ପରିବାରକୁ ସମସ୍ତ ଖୁସି ଦେଉଛି । ତେବେ ମନୋଜଙ୍କ ଏହି ସଂଘର୍ଷମୟ କାହାଣୀ ଅନ୍ୟମାନଙ୍କ ପାଇଁ ପ୍ରେରଣା ନିଶ୍ଚୟ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details