ଓଡିଶା

odisha

ETV Bharat / state

ବସ୍ତି ଉଚ୍ଛେଦ ସମୟରେ ଉତ୍ତେଜନା - ସିଏମସି

କଟକ ସିଡ଼ିଏ ସେକ୍ଟର 6 ଦିବନ୍ଧ ବସ୍ତି ଉଚ୍ଛେଦ ସମୟରେ ଉତ୍ତେଜନା । ବସ୍ତି ବାସିନ୍ଦାଙ୍କୁ ଥଇଥାନ ପାଇଁ କଂଗ୍ରେସର ଦାବି । ଅବକାରୀ କାର୍ଯ୍ୟାଳୟ ପାଇଁ ରାସ୍ତା ଦରକାର ଥିବାରୁ ବସ୍ତି ଉଚ୍ଛେଦ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Aug 3, 2019, 11:34 PM IST

କଟକ: ସିଡ଼ିଏ ସେକ୍ଟର 6 ନିକଟରେ ଥିବା ଦିବନ୍ଧ ବସ୍ତିରେ ଉଚ୍ଛେଦ ସମୟରେ ପୋଲିସ ଓ ବସ୍ତିବାସିନ୍ଦା ମୁହାଁମୁହିଁ । ଜିଲ୍ଲାପାଳଙ୍କ ଉପସ୍ଥିତିରେ ବସ୍ତି ଉଚ୍ଛେଦ କରାଯାଇଥିବା ବେଳେ ବିନା ନୋଟିସରେ ବସ୍ତି ଉଚ୍ଛେଦ ହୋଇଥିବା ଅଭିଯୋଗ କରିଛନ୍ତି ବସ୍ତି ବାସିନ୍ଦା । ତେବେ ବର୍ଷା ଦିନେ ପ୍ରଥମେ ଥଇଥାନ କରି ବସ୍ତି ଉଚ୍ଛେଦକୁ ଅନେକ ନା ପସନ୍ଦ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ
ଆଖି ଆଗରେ ଭାଙ୍ଗି ଗଲା ବର୍ଷ ବର୍ଷ ଧରି ରହୁଥିବା ଘର । ବର୍ଷା ଦିନ.... କୋଉଠି ରହିବୁ...କଣ ଖାଇବୁ ...ଆମକୁ କିଛି ସମୟ ଦିଅ...ଏଭଳି କୋହଭରା କଣ୍ଠରେ ଆକୁଳ ନିବେଦନ କରିଥିଲେ ବସ୍ତି ବାସିନ୍ଦା । ହେଲେ ଶୁଣିଲେନି ଜିଲ୍ଲା ପ୍ରଶାସନ । ହଠାତ ତିନୋଟି ବୁଲ ଡୋଜର ସାହିର ପଛ ପଟୁ ଆସି କିଛି ବୁଝିବା ଆଗରୁ ଶହ ଶହ ପୋଲିସ ଘରୁ ଉଠାଇ ନେଲେ । ଘରେ ଯାହା ସାମଗ୍ରୀ ଥିଲା ତାହାକୁ ବି ଆଣିବାକୁ ସମୟ ମିଳିଲା ନାହିଁ । ଚାହୁଁ ଚାହୁଁ ଦୀର୍ଘ ବର୍ଷର ଘର ମାଟିରେ ମିଶିଗଲା । ବିନା ନୋଟିସରେ ଜିଲ୍ଲା ପ୍ରଶାସନ ବସ୍ତି ଉଚ୍ଛେଦ କରିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଏଭଳି କାର୍ଯ୍ୟକୁ ନାପସନ୍ଦ କରିଛି ବିରୋଧୀ କଂଗ୍ରେସ । ସେମାନଙ୍କୁ ଥଇଥାନ କରିବାକୁ କଂଗ୍ରେସ ଦାବି କରିଛି ।

ଉଚ୍ଛେଦ ପ୍ରକ୍ରିୟାରେ 10 ପ୍ଲାଟୁନ ପୋଲିସ, ସିଏମସି କର୍ମଚାରୀ, ତହସିଲଦାର ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ ଅବକାରୀ କାର୍ଯ୍ୟାଳୟ ପାଇଁ ରାସ୍ତା ଦରକାର ଥିବାରୁ ବସ୍ତି ଉଚ୍ଛେଦ ହେଉଥିବା କଟକ ଜିଲ୍ଲାପାଳ କହିଛନ୍ତି । ତେବେ ଡାକବାଜି ଯନ୍ତ୍ର ମାଧ୍ୟମରେ ବସ୍ତି ଖାଲି କରିବା ପାଇଁ ପୂର୍ବରୁ ପ୍ରଚାର କରାଯାଇଥିଲା । କିଛି ମୁଷ୍ଟିମେୟ ଲୋକ ଜାଣିଶୁଣି ବସ୍ତିରେ ଉତ୍ତେଜନା ସୃଷ୍ଟି କରାଇଛନ୍ତି । ତେବେ ରାସ୍ତା ହେଲେ ଅନେକ ସୁବିଧା ମିଳିବ ବୋଲି ଜିଲ୍ଲାପାଳ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details