ଓଡିଶା

odisha

By

Published : Mar 16, 2021, 7:16 PM IST

ETV Bharat / state

ଅବ୍ୟବସ୍ଥା ଘେରରେ ଅନେକ ସ୍କୁଲ, ସ୍ବଚ୍ଛତା ମିଶନ ସଫଳ ପାଇଁ ଜିଲ୍ଲା ପ୍ରଶାସନର ଅଭିଯାନ

କଟକ ଜିଲ୍ଲାରେ ଅନେକ ସରକାରୀ ସ୍କୁଲ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ସ୍ବଚ୍ଛତା ମିଶନ ସଫଳ କରିବା ନେଇ ଜିଲ୍ଲା ପ୍ରଶାସନର ଅଭିଯାନ ଆରମ୍ଭ । ଅଧିକ ପଢନ୍ତୁ...

ଅବ୍ୟବସ୍ଥା ଘେରରେ ସ୍କୁଲ,  ସ୍ବଚ୍ଛତା ମିଶନ ସଫଳ ପାଇଁ ଜିଲ୍ଲା ପ୍ରଅବ୍ୟବସ୍ଥା ଘେରରେ ସ୍କୁଲ,  ସ୍ବଚ୍ଛତା ମିଶନ ସଫଳ ପାଇଁ ଜିଲ୍ଲା ପ୍ରଶାସନର ଅଭିଯାନଶାସନର ଅଭିଯାନ
ଅବ୍ୟବସ୍ଥା ଘେରରେ ସ୍କୁଲ, ସ୍ବଚ୍ଛତା ମିଶନ ସଫଳ ପାଇଁ ଜିଲ୍ଲା ପ୍ରଶାସନର ଅଭିଯାନ

କଟକ: ବର୍ତ୍ତମାନ ଜିଲ୍ଲାରେ ଅନେକ ସରକାରୀ ସ୍କୁଲ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ପାନୀୟ ଜଳ ଯୋଗାଣରେ ଅଭାବ, ସ୍କୁଲ ପରିବେଶର ସ୍ଥିତି ମଧ୍ୟ ବେଶ ଉଦବେଗଜନକ । ତେବେ ଏହି ପରିପ୍ରେକ୍ଷୀରେ ଜିଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ସ୍ବଚ୍ଛତା ମିଶନକୁ ଆହୁରି ଦୃଢ଼ୀଭୂତ କରାଯିବ । ଏହାଦ୍ବାରା ପ୍ରତ୍ୟେକ ସ୍କୁଲରେ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ଓ ସ୍କୁଲ ପରିବେଶ ମଧ୍ୟ ଭଲ ରହିବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ।

ଅବ୍ୟବସ୍ଥା ଘେରରେ ସ୍କୁଲ, ସ୍ବଚ୍ଛତା ମିଶନ ସଫଳ ପାଇଁ ଜିଲ୍ଲା ପ୍ରଶାସନର ଅଭିଯାନ

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସ୍କୁଲ ଛାତ୍ରଛାତ୍ରୀମାନେ ଯେଉଁ ଶୌଚାଳୟ ବ୍ୟବହାର କରୁଛନ୍ତି ସେଥିରେ ମଧ୍ୟ ଅଭିଯୋଗ ଆସୁଛି । ତେଣୁ ଏହି ଅଭିଯାନରେ ସବୁ ସମସ୍ୟା ଦୂର ହୋଇପାରିବ । ଏହାସହ ଆସୁଥିବା ମାଟ୍ରିକ ପରୀକ୍ଷାରେ ମଧ୍ୟ ପିଲାମାନେ ଭଲ ଫଳାଫଳ କରିବାକୁ ଆଶା ରଖିଛି ପ୍ରଶାସନ । କାରଣ ମିଶନ ‘ଜିରୋ ଏଫ’ ଗତବର୍ଷ ସଫଳ ହୋଇଥିଲା । ତେବେ ଏହି ଆଧାରରେ ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀମାନେ କୃତକାର୍ଯ୍ୟ ହୋଇ ପାରିବେ ତାକୁ ନେଇ ପ୍ରଧାନଶିକ୍ଷକ ମାନଙ୍କୁ ମଧ୍ୟ ସୂଚନା ଦିଆଯାଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details