ଓଡିଶା

odisha

ETV Bharat / state

ସସପେନ୍ସରେ ବାଙ୍କି ନାବାଳିକା ଗୁରୁତର ଘଟଣା, ପୋଲିସର ଖୋଳତାଡ

ସନ୍ଦେହ ଘେରରେ ବାଙ୍କି ନାବାଳିକା ଗୁରୁତର ହେବା ଘଟଣା । ଯାହାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

By

Published : Jun 19, 2019, 9:30 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ

କଟକ: ସସପେନ୍ସ ଘେରରେ ବାଙ୍କି ନାବାଳିକା ଗୁରୁତର ଘଟଣା । କଣ ପାଇଁ ବାଙ୍କୀ ମହୋତ୍ସବରେ ନାଚିବାକୁ ଯାଇ ଫେରିବା ପରେ ନାବାଳିକା ହଠାତ ଅସୁସ୍ଥ ହୋଇଥିଲେ । ଯାହାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ । ସୋସିଆଲ ମିଡିଆରେ ନାବାଳିକା ଜଣଙ୍କ ଗୁରୁତର ହୋଇଥିବା ଏକ ଭାଇରାଲ ଭିଡ଼ିଓ ଆସିବା ପରେ ପୋଲିସ ନିଜ ଆଡୁ ରୁଜୁ କରିଛି ମାମଲା ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଟକ

ଅନ୍ୟପଟେ ଆଜି ଗୁରୁତର ଅବସ୍ଥାରେ ଉକ୍ତ ନାବାଳିକାକୁ ଏସସିବି ମେଡିକାଲ ସେଣ୍ଟ୍ରାଲ ଆଇସିୟୁରେ ଭର୍ତ୍ତି କରାଯାଇଛି । ବାଙ୍କିର ଏସଡିପିଓଙ୍କ ନେତୃତ୍ୱରେ ଜଣେ ମହିଳା ଅଧିକାରୀ ଆସି ଆଇସିୟୁରେ ଚିକିତ୍ସିତ ହେଉଥିବା ନାବାଳିକାଙ୍କୁ ଭେଟିଥିଲେ ଓ ପରେ ପୀଡିତାଙ୍କ ମାଆଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ।

ସେପଟେ ଘଟଣାକୁ ନେଇ ଏସଡିପିଓ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସୋସିଆଲ ମିଡିଆରେ ପ୍ରଚାର ହେବା ପରେ ପୋଲିସ ଘଟଣା ଉପରେ ତତ୍ପରତା ଦେଖାଇ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ବର୍ତ୍ତମାନ ସୁଦ୍ଧା ସଠିକ ତଥ୍ୟ ସାମ୍ନାକୁ ଆସିନାହିଁ, ତଦନ୍ତ କଲା ପରେ ସତ୍ୟାସତ୍ଯ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details