ନିଆଳି:ଜିଲ୍ଲାର ଏକବେରୁଆଁ ପଞ୍ଚାୟତ ନାଟି ଗ୍ରାମରେ ଯୁବତୀଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ । ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ମୃତ ଯୁବତୀଙ୍କ ଦୁଇ ବାନ୍ଧବୀଙ୍କୁ ପରିବାର ଅଟକ ରଖିବା ବେଳେ ପୋଲିସ ଉଦ୍ଧାର କରିଛି । ମୃତ ଯୁବତୀ ଜଣକ ନାଟି ଗ୍ରାମର ପବିତ୍ର ମଲ୍ଲିକଙ୍କ ଝିଅ ରୂପାଲି ମଲ୍ଲିକ ବୋଲି ଜଣାପଡିଛି ।
ଏହା ମଧ୍ୟ ପଢନ୍ତୁ- କଳହର କରୁଣ ପରିଣତି: 3 ଛୁଆଙ୍କୁ କୂଅକୁ ଫିଙ୍ଗି ମା’ର ଆତ୍ମହତ୍ୟା ଉଦ୍ୟମ, 2 ଶିଶୁ ମୃତ
ସୂଚନା ଅନୁଯାୟୀ, ରୂପାଲି ମଲ୍ଲିକ ଗତ ଦଶ ବର୍ଷ ହେଲା ଭୁବନେଶ୍ୱର ରହି ଆସୁଥିଲେ । ମଝିରେ ମଝିରେ ସେ ନିଜ ସାଙ୍ଗକୁ ଧରି ନିଜ ଗାଁ ନାଟିକୁ ଆସୁଥିଲେ । ଗତ ସୋମବାର ରୂପାଲି ତାଙ୍କର ଦୁଇ ଜଣ ସାଙ୍ଗକୁ ଆଣି ଗାଁରେ ପହଞ୍ଚି ଥିଲେ । ସେମାନଙ୍କ ମଧ୍ୟରୁ ଜଣେ ନୟାଗଡ଼ ଜିଲ୍ଲାର ନରସିଂହପୁର ରଶ୍ମିତା ପ୍ରଧାନ ହୋଇଥିବା ବେଳେ ଅନ୍ୟ ଜଣେ ଭୁବନେଶ୍ୱର ସତ୍ୟନଗର ସୁନିତା ସାହୁ ବୋଲି ଜଣାପଡିଛି । ସେ ଗତ ସୋମବାର ଦିନ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଘଟଣାସ୍ଥଳରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଜଗତସିଂହପୁର ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।