କଟକ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନକୁ 100ବର୍ଷ ପୂରଣ ହୋଇଛି । ଏହି ଶତବାର୍ଷିକୀ ଅବସରରେ କଟକର ପୁରୁଣା ଜେଲ ପଡିଆରେ ଚାଲିଥିବା ପ୍ରଦର୍ଶନୀକୁ ବୁଲି ଦେଖିଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ଆଗାମୀ ଦିନରେ ପୁରୁଣା ଜେଲକୁ ଐତିହାସିକ କୀର୍ତ୍ତିରାଜିରେ ପରିବର୍ତ୍ତନ କରିବାପାଇଁ ଯୋଜନା ରଖାଯାଉଛି ବୋଲି କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ।
1921 ମସିହା ମାର୍ଚ୍ଚ 23 ତାରିଖରେ ପ୍ରଥମ ଥର ପାଇଁ ଓଡିଶା ଆସିଥିଲେ ବାପୁ । ବାପୁଜୀଙ୍କ ଓଡିଶା ଗସ୍ତକୁ 100 ବର୍ଷ ପୂରଣ ହୋଇଛି । ତାଙ୍କର ଏହି ଓଡିଶା ଗସ୍ତକୁ 100 ବର୍ଷ ପୂର୍ତ୍ତି ଅବସରରେ କଟକରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । କଟକର ପୁରୁଣା ଜେଲ ପଡ଼ିଆରେ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଛି । ଏହି ପ୍ରଦର୍ଶନୀରେ ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ବିଭିନ୍ନ ଫୋଟୋ ଚିତ୍ର ସ୍ଥାନିତ ହୋଇଛି । ଏହି ପ୍ରର୍ଦଶନୀକୁ ବୁଲି ଦେଖିଛନ୍ତି ରାଜ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ।