କଟକ:ସମ୍ବଲପୁର ଓକିଲ ଆନ୍ଦୋଳନ ଘଟଣା । ଏହି ଘଟଣାର ତୃତୀୟ ପର୍ଯ୍ୟାୟରେ 11 ଜଣ ଓକିଲଙ୍କ ଲାଇସେନ୍ସ ରଦ୍ଦ କରିଛି ଭାରତୀୟ ବାର କାଉନସିଲ ( BCI ) । ଫଳସ୍ବରୁପ ଲାଇସେନ୍ସ ରଦ୍ଦ ହୋଇଥିବା ଓକିଲଙ୍କ ସଂଖ୍ୟା ଏବେ ସଂଖ୍ୟା 54ରେ ପହଁଞ୍ଚିଛି । ସିସିଟିଭି ଫୁଟେଜ ଆଧାରରେ ଆନ୍ଦୋଳନକାରୀ ଓକିଲଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ।
ଏହା ବ୍ୟତୀତ ଆନ୍ଦୋଳନରେ ସମ୍ପୃକ୍ତ ନ ଥିବା ଅନ୍ୟ ଓକିଲଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହୃତ କରିଛି BCI । କିନ୍ତୁ ଯେଉଁ ଓକିଲମାନଙ୍କ ଲାଇସେନ୍ସ ରଦ୍ଦ ହୋଇଛି ସେମାନଙ୍କୁ କୋର୍ଟ ପରିସର ମନା କରାଯାଇଛି । ଲାଇସେନ୍ସ ରଦ୍ଦ ହୋଇଥିବା ଓକିଲମାନଙ୍କୁ ଜବାବ ତଲବ କରିବାକୁ ନିର୍ଦ୍ଦେଶ ରହିଛି । ଆସନ୍ତା ଫେବୃଆରୀ 15 ତାରିଖ ସୁଦ୍ଧା ଜବାବ ତଲବ ଦେବା ପାଇଁ ନିର୍ଦ୍ଦେଶ ଦେଇଛି ଭାରତୀୟ ବାର କାଉନସିଲ ।