ଓଡିଶା

odisha

By

Published : Dec 8, 2021, 10:39 PM IST

ETV Bharat / state

ଭିନ୍ନକ୍ଷମ ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୧୪ବର୍ଷ ଜେଲ

ଭିନ୍ନକ୍ଷମ ନାବାଳିକା ଦୁଷ୍କର୍ମକାରୀକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ କଟକ ସ୍ବତନ୍ତ୍ର ପୋକ୍ସୋ ଅଦାଲତ । ଅଧିକ ପଢନ୍ତୁ

ଭିନ୍ନକ୍ଷମ ନାବାଳିକା ଦୁଷ୍କର୍ମ ମାମଲା:  ଅଭିଯୁକ୍ତଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ଅଦାଲତ
ଭିନ୍ନକ୍ଷମ ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ଅଦାଲତ

କଟକ: ଭିନ୍ନକ୍ଷମ ନାବାଳିକା ଦୁଷ୍କର୍ମକାରୀକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ କଟକ ସ୍ବତନ୍ତ୍ର ପୋକ୍ସୋ ଅଦାଲତ । ଅଭିଯୁକ୍ତ ସୁରେଶ ପୂର୍ତ୍ତୀ ପୋକ୍ସୋ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ୨୦୧୫ ମସିହା ଫେବୃଆରୀ ୨୭ ରେ ଖୁଣ୍ଟୁଣି ଅଞ୍ଚଳରେ ଘଟିଥିଲା ଏହି ଘଟଣା।

ପୀଡିତା ଦିବ୍ୟାଙ୍ଗ ନାବାଳିକା ଦାଦାର ବିବାହ ଉତ୍ସବ ଚାଲିଥିବା ବେଳେ ଅଭିଯୁକ୍ତ ନାବାଳିକାକୁ ଅପହରଣ କରି ନେଇଥିଲା ଅଭିଯୁକ୍ତ। ନିକଟସ୍ଥ ଏକ ଜଙ୍ଗଲରେ ଥିବା ପଲା କୁଡ଼ିଆରେ ତିନି ଦିନ ଧରି ଧମକ ଚମକ ଦେଇ ଦୁଷ୍କର୍ମ କରିଥିଲା। ପରିବାର ଲୋକ ଭିନ୍ନକ୍ଷମ ନାବାଳିକାକୁ ନ ପାଇ ଥାନାରେ ଅଭିଯୋଗ କରିଥିଲେ।

ଭିନ୍ନକ୍ଷମ ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ଅଦାଲତ

ପୋକ୍ସୋ କୋର୍ଟରେ ଶୁଣାଣି ବେଳେ ପ୍ରସିକ୍ୟୁଟର ପକ୍ଷରୁ ଦାଖଲ ହୋଇଥିବା ୧୨ ଟି ତଥ୍ୟ ପ୍ରମାଣ ଓ ୨୨ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଏହି ଦଣ୍ଡାଦେଶ ଦେଇଛନ୍ତି ଅଦାଲତ। ପୋକ୍ସୋ ଆଇନ ଧାରା ୬ ଅନୁଯାୟୀ ୧୪ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି।

ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ ପାଇଁ ଅଦାଲତଙ୍କ ନିର୍ଦ୍ଦେଶ ରହିଛି। ଆଇପିସିର ୩୬୩ ଦଫା ଅପହରଣ ପାଇଁ ୫ ବର୍ଷ ଜେଲ ଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନା ଓ ଜୋରିମାନା ଅନାଦେୟ ଅଧିକ ୩ ମାସ ଜେଲଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି ।

ସେହିଭଳି ଆଇପିସିର ୩୬୬ ଦଫାରେ ୫ ବର୍ଷ ଜେଲଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୪ ମାସ ଜେଲଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଦଣ୍ଡ ଏକକାଳୀନ ଚାଲିବ ବୋଲି ଅଦାଲତ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି ।

ଏହା ସହ ପିଡିତାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ମାଧ୍ୟମରେ ପିଡିତାଙ୍କୁ ଏହି କ୍ଷତିପୂରଣ ପ୍ରଦାନ କରାଯିବ। ତେବେ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ ସରକାରୀ ଓକିଲ ରମେଶ ଚନ୍ଦ୍ର ମହାନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details